ପଦ୍ମପୁର ଉପନିର୍ବାଚନ: ୪ଟା ପରେ ବୁଥ ଭିତରେ ଥିବା ମତଦାତା ଦେଉଛନ୍ତି ଭୋଟ, ବିଭିନ୍ନ ବୁଥରେ ଏବେ ବି ଅଛନ୍ତି ୧୨ ହଜାର ଭୋଟର

The Sakala Picture
Published On

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଲାଗି ସରିଲା ମତଦାନ ପ୍ରକ୍ରିୟା । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। ୩୧୯ ବୁଥରେ ଭୋଟ ଦେଇଛନ୍ତି ମତଦାତା । ଅପରାହ୍ନ ୪ଟା ପର୍ଯ୍ଯନ୍ତ ମତଦାନ ହୋଇଥିଲା। ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି। ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ୮୯ ବୁଥରେ ଏବେବି ୧୨ ହଜାର ଭୋଟ ରହିଛନ୍ତି।  ଶାନ୍ତି ଶୃଙ୍ଖଳାର ସହ ମତଦାନ […]

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଲାଗି ସରିଲା ମତଦାନ ପ୍ରକ୍ରିୟା । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। ୩୧୯ ବୁଥରେ ଭୋଟ ଦେଇଛନ୍ତି ମତଦାତା । ଅପରାହ୍ନ ୪ଟା ପର୍ଯ୍ଯନ୍ତ ମତଦାନ ହୋଇଥିଲା। ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି। ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ୮୯ ବୁଥରେ ଏବେବି ୧୨ ହଜାର ଭୋଟ ରହିଛନ୍ତି।  ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି। ଖବର ଅନୁଯାୟୀ, ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିଲା।

ଆହୁରି ପଢ଼ନ୍ତୁ: ପାରିବାରିକ କଳହ: ସମସ୍ତଙ୍କ ସାମ୍ନାରେ ସ୍ତ୍ରୀକୁ ଛୁରାମାଡ଼ କଲା ନୃଶଂସ ସ୍ୱାମୀ

ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବ । ପଦ୍ମପୁର ଆରଏମସି ରେ ଇଭିଏମ ରଖିବା ର ବ୍ୟବସ୍ଥା ହୋଇଛି । ଦ୍ଵି ସ୍ତରୀୟ ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ବର୍ତ୍ତମାନସୁଦ୍ଧା କୌଣସି ବିଶୃଙ୍ଖଳାର ସୂଚନା ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ସୂଚନା ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା।  ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଘର କବାଟ ଭାଙ୍ଗି ଆଲମିରାରୁ ୮ ଭରି ସୁନା ସମେତ ନଗଦ ୩ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

05 Dec 2022 By The Sakala

ପଦ୍ମପୁର ଉପନିର୍ବାଚନ: ୪ଟା ପରେ ବୁଥ ଭିତରେ ଥିବା ମତଦାତା ଦେଉଛନ୍ତି ଭୋଟ, ବିଭିନ୍ନ ବୁଥରେ ଏବେ ବି ଅଛନ୍ତି ୧୨ ହଜାର ଭୋଟର

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ଲାଗି ସରିଲା ମତଦାନ ପ୍ରକ୍ରିୟା । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ ହୋଇଛି। ୩୧୯ ବୁଥରେ ଭୋଟ ଦେଇଛନ୍ତି ମତଦାତା । ଅପରାହ୍ନ ୪ଟା ପର୍ଯ୍ଯନ୍ତ ମତଦାନ ହୋଇଥିଲା। ଯେଉଁମାନେ ୪ଟା ପୂର୍ବରୁ ବୁଥରେ ପହଞ୍ଚିଛନ୍ତି ସେମାନେ ଲାଇନରେ ରହି ମତଦାନ କରୁଛନ୍ତି। ସମ୍ପୂର୍ଣ୍ଣ ଭୋଟ ପ୍ରକ୍ରିୟା ସରିବାକୁ ୬ଟାରୁ ୬ଟା ୩୦ ସମୟ ଲାଗିପାରେ । ୮୯ ବୁଥରେ ଏବେବି ୧୨ ହଜାର ଭୋଟ ରହିଛନ୍ତି।  ଶାନ୍ତି ଶୃଙ୍ଖଳାର ସହ ମତଦାନ କରୁଛନ୍ତି। ଖବର ଅନୁଯାୟୀ, ଦିନ ୩ଟା ସୁଦ୍ଧା ୬୫.୨୮ ପ୍ରତିଶତ ମତଦାନ ହୋଇଥିଲା।

ସମ୍ପୂର୍ଣ୍ଣ ମତଦାନ ପ୍ରକ୍ରିୟା ସରିବା ପରେ କଡା ସୁରକ୍ଷା ମଧ୍ୟରେ ଇଭିଏମ ଷ୍ଟ୍ରଙ୍ଗ ରୁମରେ ପହଞ୍ଚିବ । ପଦ୍ମପୁର ଆରଏମସି ରେ ଇଭିଏମ ରଖିବା ର ବ୍ୟବସ୍ଥା ହୋଇଛି । ଦ୍ଵି ସ୍ତରୀୟ ବ୍ୟବସ୍ଥା ଭିତରେ ଇଭିଏମ ରଖାଯିବ। ବର୍ତ୍ତମାନସୁଦ୍ଧା କୌଣସି ବିଶୃଙ୍ଖଳାର ସୂଚନା ନାହିଁ ବୋଲି ରାଜ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

ସୂଚନା ଅନୁଯାୟୀ, ମୋଟ୍‌ ୩୧୯ଟି ବୁଥରେ ମତାଧିକାର ସାବ୍ୟସ୍ତ କରିଛନ୍ତି ୨ ଲକ୍ଷରୁ ଅଧିକ ଭୋଟର । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା କରାଯାଇଥିଲା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଥିଲା।  ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଥିଲେ । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଥିଲେ । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରାଯାଇଥିଲା।

୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ଥିଲେ । ବରଗଡ଼ ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ୧୪୧୩ ପୁଲିସ ଅଧିକାରୀଙ୍କ ସମେତ ୯ କମ୍ପାନୀ ସଶସ୍ତ୍ର କେନ୍ଦ୍ରୀୟ ପୁଲିସ ବାହିନୀ ମୁତୟନ କରାଯାଇଥିଲା । ୭୪ଟି ନକ୍ସଲପ୍ରବଣ ବୁଥରେ ୧୫ଟି ଆଣ୍ଟି ନକ୍ସଲ ସ୍କ୍ବାଡ ରହିଛନ୍ତି । ୧୧୨ଟି ବୁଥରେ ସ୍ବତନ୍ତ୍ର ସଶସ୍ତ୍ର ବାହିନୀ ମୁତୟନ ଅଛନ୍ତି । ଏହାସହିତ ୪୫ଟି ମୋବାଇଲ୍ ଟିମ୍ ମୁତୟନ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର