ପଦ୍ମପୁର ରେଜଲ୍ଟ : ଉଡ଼ିଲାଣି ଶଙ୍ଖ ପତାକା, ବିଜେଡ଼ି ଜିନ୍ଦାବାଦ୍ ନାରା ସହ ଆରମ୍ଭ ହେଲା ବିଜେଡିର ସେଲିବ୍ରେସନ

The Sakala Picture
Published On

ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ ବଡ ବିଜୟ ଅଭିମୁଖେ ଯାଉଛି ବିଜୁ ଜନତା ଦଳ। ଆଜି ସକାଳ ୮.୩୦ରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣତିରେ ଏପର୍ଯ୍ୟନ୍ତ ବିଜେଡି ଆଗୁଆ ରହିଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ। ଆଜି ଭୋଟ ଗଣତିରେ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ ରାଉଣ୍ଡର ଗଣତି ଶେଷ ହୋଇଛି। […]

ପଦ୍ମପୁର : ପଦ୍ମପୁର ଉପନିର୍ବାଚନରେ ବଡ ବିଜୟ ଅଭିମୁଖେ ଯାଉଛି ବିଜୁ ଜନତା ଦଳ। ଆଜି ସକାଳ ୮.୩୦ରୁ ଆରମ୍ଭ ହୋଇଥିବା ଭୋଟ୍‌ ଗଣତିରେ ଏପର୍ଯ୍ୟନ୍ତ ବିଜେଡି ଆଗୁଆ ରହିଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ। ଆଜି ଭୋଟ ଗଣତିରେ ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୬ ରାଉଣ୍ଡର ଗଣତି ଶେଷ ହୋଇଛି। ଯେଉଁଥିରେ ପ୍ରଥମ ରାଉଣ୍ଡରୁ ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ବିଜେପିର ପ୍ରାର୍ଥୀ ପ୍ରଦୀପ ପରୋହିତଙ୍କୁ ପଛରେ ପକାଇ ଆଗରେ ରହି ଆସିଛନ୍ତି। ଅର୍ଥାତ କୌଣସି ରାଉଣ୍ଡରେ ବି ବିଜେପିର ପ୍ରାର୍ଥୀ ପ୍ରଦୀପ ପରୋହିତ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହାଙ୍କ ଆଗକୁ ଯାଇ ପାରିନାହାନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଙ୍କ ଉପରକୁ ତୀରମାଡ଼: ଟିଫିନ୍ ପ୍ଲେଟ୍ ବଞ୍ଚାଇଲା ଜୀବନ

୧୬ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ୮୫ ହଜାର ୦୯୧ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୫୫ ହଜାର ୮୬୩ ଖଣ୍ଡ ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୭୧୫ ଖଣ୍ଡ ପାଇଛନ୍ତି। ୧୬ ରାଉଣ୍ଡ ସୁଦ୍ଧା ବିଜେଡିର ପ୍ରାର୍ଥୀ ବର୍ଷା ସିଂହ ବରିହା ୨୯,୫୧୮ ଖଣ୍ଡ ଭୋଟ୍‌ରେ ଆଗରେ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୯ ଜଣ ଯୁବ ଆଇଏଏସ୍ ଅଫିସରଙ୍କୁ ଉପ-ଜିଲ୍ଲାପାଳ ଭାବେ ନିଯୁକ୍ତି

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୬ ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି। ବିଜେଡ଼ି ଜିନ୍ଦାବାଦ୍ ନାରା ସହ ଆରମ୍ଭ ହୋଇଛି ବିଜେଡିର ସେଲିବ୍ରେସନ। ଭୁବନେଶ୍ବର ବିଜୁ ଜନତା ଦଳ କାର୍ଯ୍ୟାଳୟ ସହ ପଦ୍ମପୁର ଏବଂ ସମଗ୍ର ରାଜ୍ୟର ବିଜେଡି ଶିବିରରେ ଖୁସିର ମାହୋଲ ସୃଷ୍ଟି ହୋଇଛି। ପଦ୍ମପୁରରେ ଶଙ୍ଖ ପତାକା ଉଡାଇବା ସହ କର୍ମୀମାନେ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର