ଆସୁଛି ପଦ୍ମପୁର ଫଳ : ବଡ଼ ବିଜୟ ମୁହାଁ ବିଜୁ ଜନତା ଦଳ

The Sakala Picture
Published On

ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ […]

ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପଦ୍ମପୁରର ୧୧ତମ  ରାଉଣ୍ଡର ଗଣତି ଶେଷ ହୋଇଥିବା ବେଳେ ବିଜୁ ଜନତା ଦଳ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତିରେ ୧୧ ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧,୩୫୧ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯,୪୧୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୩୮,୦୬୫ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୮୫ଖଣ୍ଡ ଭୋଟ୍‌ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁରରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାତଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

08 Dec 2022 By The Sakala

ଆସୁଛି ପଦ୍ମପୁର ଫଳ : ବଡ଼ ବିଜୟ ମୁହାଁ ବିଜୁ ଜନତା ଦଳ

ପଦ୍ମପୁର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପରେ ରାଜ୍ୟବାସୀଙ୍କ ଆସ୍ଥା ଦିନକୁ ଦିନ ବଢ଼଼ିବାରେ ଲାଗିଛି ଏବଂ ତଦନୁରୂପ ବିଜେଡି ବି ଶକ୍ତିଶାଳୀ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ ଭାବରେ ନିର୍ବାଚିତ ହେବାର ପ୍ରଥମ ଦିନରୁ ନବୀନ ସମସ୍ତଙ୍କ ପାଇଁ ଏକ ଅନ୍ତରଙ୍ଗ ଅବୋଧ୍ୟ ପାଲଟିଛନ୍ତି। ଦଳ ହେଉ ବା ସରକାର ସବୁକ୍ଷେତ୍ରରେ ନିଷ୍ଠା ଓ ସ୍ୱଚ୍ଛତା ଭିନ୍ନ ବ୍ୟକ୍ତିଗତ ସମ୍ପର୍କ ବା ପ୍ରିୟପଣିଆର କୌଣସି ମୂଲ୍ୟ ନାହିଁ ତାହା ଅନେକବାର ନବୀନ ପ୍ରମାଣିତ କରିଛନ୍ତି। ଯେଉଁଥିପାଇଁସରକାରକୁ ନିନ୍ଦିତ କରିବାକୁ ବିଭିନ୍ନ ସମୟରେ ବିରୋଧୀମାନେ ବହୁ ପ୍ରଚେଷ୍ଟା କରିଥିଲେ ହେଁ ନବୀନଙ୍କ ସଫେଦ ପୋଷାକରେ କାଳି ଚିହ୍ନଟିଏ ବି ପକାଇବାକୁ ସମର୍ଥ ହୋଇ ନାହାନ୍ତି। ବ୍ୟକ୍ତିଗତ ଲୋଭ ଓ ଆକାଂକ୍ଷାଠାରୁ ଦୂରରେ ରହି ପାରିଲେ ଜଣେ ସାଧାରଣ ଲୋକମାନଙ୍କର ନିକଟତର ହୋଇପାରିବ ତାହା ନବୀନଙ୍କ କ୍ଷେତ୍ରରେ ପ୍ରମାଣିତ ହୋଇ ସାରିଛି। ଯାହା ବିଜେଡି ପାଇଁ ଆଶୀର୍ବାଦ ହୋଇଛି।

ସାଧାରଣ ନିର୍ବାଚନ ଆହୁରି ଦେଢ ବର୍ଷ ବାକି ରହିଥିବା ବେଳେ ପଦ୍ମପୁର ଉପନିର୍ବାଚନ  ରାଜ୍ୟରେ ନିର୍ବାଚନୀ ବାତାବରଣକୁ ଗରମ କରିଥିଲା। ବିଜେଡିର ବରିଷ୍ଠ ନେତା ତଥା ସ୍ଥାନୀୟ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଅକାଳ ମୃତ୍ୟୁ ପରେ ଏହି ଉପନିର୍ବାଚନରେ ତାଙ୍କ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡ଼ି ପ୍ରାର୍ଥୀ କରିଥିଲା। ତେବେ ବର୍ଷାଙ୍କ ବିପକ୍ଷରେ ବଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ପ୍ରାର୍ଥୀ ହୋଇଥିବା ବେଳେ ମାଳମାଳ କେନ୍ଦ୍ରମନ୍ତ୍ରୀ ତାଙ୍କ ପାଇଁ ପ୍ରଚାର କରିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ସବୁକିଛି ଫେଲ ମାରିଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ୨୦୧୮ ମସିହାରେ ବରଗଡ଼ ଜିଲ୍ଲାର ବିଜେପୁରରେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ୨୦୨୨ରେ ପଦ୍ମପୁରରେ ଅନୁରୂପ ସ୍ଥିତି ସୃଷ୍ଟି ହୋଇଛି। ନବୀନ ଝଡ଼ ବିରୋଧୀ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରି ଦେଇଛି।

ଗତ ୫ ତାରିଖରେ ପଦ୍ମପୁର ଉପନିର୍ବାଚନ ନେଇ ମତଦାନ ହୋଇଥିବା ବେଳେ ଆଜି ଭୋଟ ଗଣତି କରାଯାଉଛି। ପ୍ରଥମେ ପୋଷ୍ଟାଲ ବାଲାଟରୁ ଭୋଟ ଗଣତି ଆରମ୍ଭ ହୋଇଥିଲା । ସେହିପରି ୮ଟା.୩୦ରୁ ଇଭିଏମ ଗଣତି ଆରମ୍ଭ ହୋଇଛି । ୧୪ଟି ଟେବୁଲରେ ୨୩ ରାଉଣ୍ଡ ଗଣତି ହେବ । ତେବେ ଏହାରି ମଧ୍ୟରେ ପଦ୍ମପୁରର ୧୧ତମ  ରାଉଣ୍ଡର ଗଣତି ଶେଷ ହୋଇଥିବା ବେଳେ ବିଜୁ ଜନତା ଦଳ ବହୁ ଆଗରେ ରହିଛି। ପ୍ରଥମ ରାଉଣ୍ଡରୁ ବିଜେଡି ଆଗୁଆ ରହିବାର ଟ୍ରେଣ୍ଡ ରହିଆସିଥିବା ବେଳେ ୧୧ତମ ରାଉଣ୍ଡ ପର୍ଯ୍ୟନ୍ତ ବଳବତ୍ତର ରହିଛି। ଯାହାକୁ ନେଇ ବିଜେଡି ଶିବିରରେ ଖୁସିର ମାହୋଲ ଖେଳି ଯାଇଛି। ପଦ୍ମପୁର ବିଜେଡି କର୍ମମାନେ ସେଲିବ୍ରେସନ ଆରମ୍ଭ କରିଦେଇଛନ୍ତି।

ପଦ୍ମପୁର ଉପନିର୍ବାଚନ ଭୋଟ୍‌ ଗଣତିରେ ୧୧ ତମ ରାଉଣ୍ଡ ସୁଦ୍ଧା ବିଜେଡି ୨୧,୩୫୧ ଭୋଟରେ ଆଗୁଆ ରହିଛି। ବର୍ତ୍ତମାନ ସୁଦ୍ଧା ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ୫୯,୪୧୬ ଭୋଟ୍‌ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ପ୍ରଦୀପ ପରୋହିତ ୩୮,୦୬୫ଭୋଟ୍‌ ପାଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ ୨୦୮୫ଖଣ୍ଡ ଭୋଟ୍‌ ପାଇଛନ୍ତି।

ପଦ୍ମପୁର ଉପନିର୍ବାଚନ ପାଇଁ ୩୧୯ଟି ବୁଥ୍ ହୋଇଥିବା ବେଳେ ୧୪ଟି ଟେବୁଲ୍ କରାଯାଇଛି । ୨୩ ରାଉଣ୍ଡରେ ଗଣତି ହେବ।ଗଣତି ପାଇଁ ବିଏସ୍ଏଫ୍, ରାଜ୍ୟ ସଶସ୍ତ୍ର ପୁଲିସ୍ ବାହିନୀ ଓ ଜିଲ୍ଲା ପୁଲିସ୍‌କୁ ନେଇ ହୋଇଛି ତିନି ଥାକିଆ ସୁରକ୍ଷା ବ୍ୟବସ୍ଥା । କେବଳ ଅନୁମତି ମିଳିଥିବା ବ୍ୟକ୍ତିଙ୍କୁ ହିଁ ଗଣତି କେନ୍ଦ୍ର ପରିସରକୁ ଛଡାଯିବ। ଗଣତି କେନ୍ଦ୍ରକୁ ମୋବାଇଲ ନେବା ଉପରେ କଟକଣା ଜାରି କରାଯାଇଛି ।

ପଦ୍ମପୁରରେ ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରାର୍ଥୀଙ୍କ ସମେତ ୧୦ଜଣ ଏହି ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ଆଜି ସେମାନଙ୍କ ଭାଗ୍ୟ ପରୀକ୍ଷାଫଳ ଜଣାପଡିବ। ଏଠାରେ ସୂଚନାତଥାଉକି,ଏହି ଉପନିର୍ବାଚନରେ ରେକର୍ଡ ସଂଖ୍ୟକ ଅର୍ଥାତ୍ ୮୧.୨୯ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ମଣ୍ଡଳୀର ସମୁଦାୟ ୨ଲକ୍ଷ ୫୭ହଜାର ୪୭୪ ଭୋଟରଙ୍କ ମଧ୍ୟରୁ ୨ଲକ୍ଷ ୯ହଜାର ୩୦୯ ଭୋଟର ୩୧୯ ବୁଥରେ ମତଦାନ କରିଥିଲେ।

https://www.thesakala.in/latest-odisha-news/padmapur-result-are-coming-biju-janata-dal-is-on-the-path-of-great-victory/article-17182
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର