ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ

The Sakala Picture
Published On

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଥିଲେ । ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଛି […]

ଭୁବନେଶ୍ବର: ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ। ଏନେଇ ବିଜେପି କେନ୍ଦ୍ରୀୟ କମିଟି ବିଧିବଦ୍ଧ ଘୋଷଣା କରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରଦୀପ ପୁରୋହିତ ବିଜେପି ପ୍ରାର୍ଥୀ ହେବେ ବୋଲି ଗତକାଲି ସୁନ୍ଦରଗଡ଼ ବିଜେପି ବିଧାୟିକା କୁସୁମ ଟେଟେ ସୂଚନା ଦେଇଥିଲେ ।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନାଯୋଗ୍ୟ, ବରଗଡ ଜିଲ୍ଲାର ପଦ୍ମପୁର ବିଧାନସଭା ଆସନରୁ ୨୦୧୯ ରେ ଜିତିଥିବା ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଦେହାନ୍ତ ପରେ ଖାଲି ପଡିଥିଛି ଏହି ଆସନ । ଏହି ଆସନରେ ଉପନିର୍ବାଚନ ଲାଗି କିଛି ଦିନ ତଳେ ତାରିଖ ଘୋଷଣା କରିଥିଲେ ନିର୍ବାଚନ କମିଶନର । ଆସନ୍ତା ଡିସେମ୍ବର ୫ ତାରିଖରେ ହେବ ମତଦାନ ଏବଂ ୮ତାରିଖରେ ଭୋଟ ଗଣତି ହେବ । ଚଳିତମାସ ୧୭ ତାରିଖ ଯାଏଁ ଚାଲିବ ନୋମିନେସନ୍ । ନଭେମ୍ବର ୧୮ରେ ପ୍ରାର୍ଥୀପତ୍ରର ଯାଞ୍ଚ ହେବାକୁ ଥିବା ବେଳେ ନଭେମ୍ବର ୨୧ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ । ଏହାପରେ ନଭେମ୍ବର ୨୧ରେ ଚୂଡାନ୍ତ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯିବ । ଡିସେମ୍ବର ୧୦ରେ ଭୋଟ ଗଣତି ଓ ଫଳାଫଳ ପାଇବ ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର