ଜମିବାଡି ବିବାଦକୁ ନେଇ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ହତ୍ୟା ଧମକ, ବଡ଼ ପୁଅକୁ ଆକ୍ରମଣ ଅଭିଯୋଗ

The Sakala Picture
Published On

ଯାଜପୁର : ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦସାରଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜମିବାଡି ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି । ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ନନ୍ଦସାରଙ୍କ ବଡପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ସେ ଆହତ ହୋଇଛନ୍ତି । ଏହାସହିତ ଆକ୍ରମଣକାରୀମାନେ ନନ୍ଦସାରଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ଜଣାଯାଇଛି ।  ଏ ନେଇ ନନ୍ଦସାରଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ […]

ଯାଜପୁର : ଶତାୟୁ ଶିକ୍ଷକ ତଥା ପଦ୍ମଶ୍ରୀ ନନ୍ଦସାରଙ୍କ ପରିବାର ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଜମିବାଡି ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ଜଣାଯାଇଛି । ସୁକିନ୍ଦା ବ୍ଲକ କନ୍ତିରା ଗ୍ରାମରେ ରହୁଥିବା ନନ୍ଦସାରଙ୍କ ବଡପୁଅ ଗଣେଶ୍ୱର ପୃଷ୍ଟିଙ୍କୁ ଆକ୍ରମଣ କରାଯାଇଛି । ଆକ୍ରମଣରେ ସେ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ଏହାସହିତ ଆକ୍ରମଣକାରୀମାନେ ନନ୍ଦସାରଙ୍କୁ ମଧ୍ୟ ହତ୍ୟା ଧମକ ଦେଇଥିବା ଜଣାଯାଇଛି ।  ଏ ନେଇ ନନ୍ଦସାରଙ୍କ ପରିବାର ପକ୍ଷରୁ ସୁକିନ୍ଦା ଥାନାରେ ଅଭିଯୋଗ କରାଯାଇଛି । ଅଭିଯୋଗ ପାଇ ସୁକିନ୍ଦା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଥିଲାବେଳେ ଆକ୍ରମଣକାରୀ ଲକ୍ଷ୍ମଣ ମଲ୍ଲିକ ଓ ସୁଶାନ୍ତ ମଲ୍ଲିକ ଫେରାର ହୋଇଯାଇଛନ୍ତି । ଜମିବାଡି ବିବାଦକୁ ନେଇ ଏହି ଆକ୍ରମଣ କରାଯାଇଥିବା ଜଣାଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ନିକଟରେ ଶତାୟୁ ଶିକ୍ଷକ ନନ୍ଦ ପୃଷ୍ଟିଙ୍କୁ ରାଷ୍ଟ୍ରପତି ରାମନାଥ ଗୋବିନ୍ଦ ପଦ୍ମଶ୍ରୀ ସମ୍ମାନରେ ଆଭୁଷିତ କରିଥିଲେ । ପୀଢି ପରେ ପୀଢି ଧରି ଗାଁର ପିଲାଙ୍କୁ ମାଗଣା ଶିକ୍ଷାଦାନ ଜାରି ରଖିଛନ୍ତି ସାରେ । ପରିଣତ ବୟସରେ ମଧ୍ୟ କୁନି ପିଲାଙ୍କ ଭବିଷ୍ୟତ ଗଢିବାର ସଂକଳ୍ପରୁ ଓହରି ନାହାଁନ୍ତି ସାରେ । ନନ୍ଦ ପୃଷ୍ଟିଙ୍କୁ ନେଇ ଗୋଟପଟେ ସମଗ୍ର ଦେଶରେ ଚର୍ଚ୍ଚା ଜାରି ରହିଛି । ଖୋଦ ରାଷ୍ଟ୍ରପତି ଭବନରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଆଶିଷ ପ୍ରଦାନ କରିବା ସହ ହାତ ଟେକି ଆଶୀର୍ବଦ ମଧ୍ୟ ଦେଇଥିଲେ । ଏଭଳି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଶୀଷରେ ଆବିଭୂତ ହୋଇଯାଇଥିଲା ସମଗ୍ର ରାଷ୍ଟ୍ରପତି ଭବନ । କରତାଳିରେ ପ୍ରକମ୍ପିତ ହୋଇପଡ଼ିଥିଲା କକ୍ଷ । ସେପଟେ ଜଣେ ଗୌରବାନ୍ୱିତ ବ୍ୟକ୍ତିଙ୍କ ଓଡ଼ିଶା ଗର୍ବ ଅନୁଭବ କରୁଥିବାବେଳେ ତାଙ୍କ ପରିବାରକୁ ହତ୍ୟା ଧମକ ମିଳିବା ଆଲୋଡ଼ନ ସୃଷ୍ଟି କରିଛି ।

ଆହୁରି ପଢ଼ନ୍ତୁ: ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରି ଗଛରେ ଟାଙ୍ଗି ଦେଲେ ଦୁର୍ବୁତ୍ତ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର