ପଦ୍ମଶ୍ରୀ ପୁରସ୍କାର ବିବାଦ: ମାମଲା ଖାରଜ କଲେ ହାଇକୋର୍ଟ, ୧୦ହଜାର ଟଙ୍କା ତଣ୍ଡ ଗଣିବେ ଆବେଦନକାରୀ
କଟକ: ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗରେ ରୁଜୁ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଆବଶ୍ୟକ ତଥ୍ୟ ଉପସ୍ଥାପନ କରିପାରିନଥିବାରୁ ଭୁବନେଶ୍ୱର ବାସିନ୍ଦା ଡା.ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିବା ସହ ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧୦ହଜାର ଟଙ୍କା ତଣ୍ଡ ହାଇକୋର୍ଟ ବାର […]
କଟକ: ସମାନ ନାଁ ଥିବାରୁ ପଦ୍ମଶ୍ରୀ ପୁରସ୍କାର ଜଣଙ୍କ ବଦଳରେ ଅନ୍ୟ ଜଣଙ୍କୁ ପ୍ରଦାନ କରାଯାଇଥିବା ଅଭିଯୋଗରେ ରୁଜୁ ମାମଲାରେ ପୂର୍ଣ୍ଣଛେଦ ପକାଇଛନ୍ତି ହାଇକୋର୍ଟ । ଆବଶ୍ୟକ ତଥ୍ୟ ଉପସ୍ଥାପନ କରିପାରିନଥିବାରୁ ଭୁବନେଶ୍ୱର ବାସିନ୍ଦା ଡା.ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ପକ୍ଷରୁ ଦାୟର ଆବେଦନକୁ ହାଇକୋର୍ଟ ଆଜି ଖାରଜ କରିଦେଇଛନ୍ତି । ଡ.ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଏପରି ନିର୍ଦ୍ଦେଶ ପ୍ରଦାନ କରିବା ସହ ଅଦାଲତଙ୍କ ବହୁମୂଲ୍ୟ ସମୟ ନଷ୍ଟ କରିଥିବାରୁ ଆବେଦନକାରୀଙ୍କୁ ୧୦ହଜାର ଟଙ୍କା ତଣ୍ଡ ହାଇକୋର୍ଟ ବାର କଲ୍ୟାଣ ପାଣ୍ଠିରେ ପଇଠ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପଦ୍ମଶ୍ରୀ ପୁରସ୍କାର ପାଇଁ ପ୍ରଦାନ କରାଯାଇଥିବା ମନୋନୟନ ପତ୍ରକୁ ଅଦାଲତରେ ପୁରସ୍କାରର ଦାବିଦାର ବୋଲି କହୁଥିବା ଆବେଦନକାରୀ ଉପସ୍ଥାପନ କରିପାରିନଥିଲେ । ଅଦାଲତଙ୍କ ସମୟକୁ ଅଯଥାରେ ନଷ୍ଟ କରିଥିବା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆବେଦନକାରୀଙ୍କୁ ଉପରୋକ୍ତ ଜରିମାନା ରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ମାମଲାରୁ ପ୍ରକାଶ ଯେ, ଭୁବନେଶ୍ୱରରେ ଅବସ୍ଥାନ କରୁଥିବା ଆବେଦନକାରୀ ପେସାରେ ଜଣେ ପଶୁ ଚିକିତ୍ସକ ଓ ଲେଖକ। ସେ ୨୯ଟି ପୁସ୍ତକ ରଚନା କରିଥିବା ବେଳେ ଢେଙ୍କାନାଳର ଆଉ ଜଣେ ଲେଖକ ଅନ୍ତର୍ଯ୍ୟାମୀ ମିଶ୍ରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୨୩ର ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା ବୋଲି ଅଭିଯୋଗ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତାଙ୍କୁ ଏହି ପୁରସ୍କାର ପାଇଁ ଫୋନ କଲ ଆସିବା ସହ ଶୁଭେଚ୍ଛା ଜଣାଯାଇଥିଲା ବୋଲି ଆବେଦନରେ ଦର୍ଶାଇଥିଲେ। ହାଇକୋର୍ଟ ଏହାକୁ ବିଚାର ପାଇଁ ଗ୍ରହଣ କରି ଆବେଦନକାରୀ ଡା. ମିଶ୍ରଙ୍କୁ ସ୍ୱରଚିତ କୃତୀ ସହ ଅଦାଲତରେ ହାଜର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅଦାଲତଙ୍କ ନିର୍ଦ୍ଦେଶ ଅନୁସାରେ ଆବେଦନକାରୀ ହାଜର ହୋଇଥିଲେ ସୁଦ୍ଧା ଆବଶ୍ୟକ ଦସ୍ତାବିଜ ଉପସ୍ଥାପନ କରିପାରିନଥିଲେ।