ପଦ୍ମପୁର ଉପନିର୍ବାଚନ ପ୍ରଚାରବେଳେ ଅସତ୍ୟ କହିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ: ନରସିଂହ ମିଶ୍ର

The Sakala Picture
Published On

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକଳାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର । କେନ୍ଦ୍ର କୃଷମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି କି, ଉପନିର୍ବାଚନର ପ୍ରଚାର ମୈଦାନର ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ମିଛ କହିଲେ l ଏହା କଣ ସଂଘୀୟ ବ୍ୟବସ୍ଥା । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି […]

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକଳାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର । କେନ୍ଦ୍ର କୃଷମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି କି, ଉପନିର୍ବାଚନର ପ୍ରଚାର ମୈଦାନର ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ମିଛ କହିଲେ l ଏହା କଣ ସଂଘୀୟ ବ୍ୟବସ୍ଥା । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି, ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି । ଏହା ଅସତ୍ୟ । ଏହାଠୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ ।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା କହିଲେ ଆମକୁ କେନ୍ଦ୍ର କୌଣସି ଚିଠି ଦେଇ ନାହିଁ । ତେଣୁ କିଏ ଠିକ କହୁଛି । ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ । ସେ ସାଧାରଣ ସଭାରେ କହିଛନ୍ତି କୁଆଡେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ତଳେ ୩୩ ପ୍ରତିଶତ ଜଳ ସେଚନ କରିବାକୁ କହିଥିଲେ । ମେଣ୍ଟ ସରକାରରେ ବି ସେମାନେ ଥିଲେ ଯଦି ଜଳ ସେଚନ ହୋଇନି ତେବେ ସେମାନେ ବି ଦାୟୀ ।

ଆହୁରି ପଢ଼ନ୍ତୁ: ବରମୁଣ୍ଡା ବସ ଟର୍ମିନାଲରେ ଅପହରଣ ଉଦ୍ୟମ ପଣ୍ଡ: ଏନଜିଓ କର୍ମୀଙ୍କ କବଳରୁ ଉଦ୍ଧାର ହେଲେ ନାବାଳିକାଙ୍କ ସମେତ ୩ ମହିଳା

ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କଲେ ନରସିଂହ ।

ଆହୁରି ପଢ଼ନ୍ତୁ: ବାପ-ପୁଅଙ୍କ ମିଥ୍ୟା ଅଭିଯୋଗକୁ ଖଣ୍ଡନ କଲେ ଗ୍ରାମବାସୀ: ନ୍ୟାୟ ନମିଳିଲେ ସାମୂହିକ ଆତ୍ମହତ୍ୟା ଚେତାବନୀ

28 Nov 2022 By The Sakala

ପଦ୍ମପୁର ଉପନିର୍ବାଚନ ପ୍ରଚାରବେଳେ ଅସତ୍ୟ କହିଛନ୍ତି ଦୁଇ କେନ୍ଦ୍ରମନ୍ତ୍ରୀ: ନରସିଂହ ମିଶ୍ର

ଭୁବନେଶ୍ୱର: ବିଧାନସଭାର ଶୂନ୍ୟକଳାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଦ୍ମପୁର ପ୍ରଚାର ପାଇଁ ଆସିଥିବା ଦୁଇ କେନ୍ଦ୍ର ମନ୍ତ୍ରୀଙ୍କ ମନ୍ତବ୍ୟ ପ୍ରସଙ୍ଗକୁ ବିଧାନସଭାରେ ଉଠାଇଲେ ନରସିଂହ ମିଶ୍ର । କେନ୍ଦ୍ର କୃଷମନ୍ତ୍ରୀଙ୍କୁ କଡା ସମାଲୋଚନା କରି କହିଛନ୍ତି କି, ଉପନିର୍ବାଚନର ପ୍ରଚାର ମୈଦାନର ସାଧାରଣ ସଭାରେ କେନ୍ଦ୍ର ମନ୍ତ୍ରୀ ମିଛ କହିଲେ l ଏହା କଣ ସଂଘୀୟ ବ୍ୟବସ୍ଥା । ଜଣେ କେନ୍ଦ୍ର ମନ୍ତ୍ରୀ ସାଧାରଣ ସଭାରେ ଗତକାଲି କହିଛନ୍ତି ଫସଲବୀମା ଟଙ୍କା କେନ୍ଦ୍ର ଦେଇ ଦେଇଛି, ରାଜ୍ୟ ସରକାର ତାକୁ ଦେଉ ନାହାନ୍ତି । ଏହା ଅସତ୍ୟ । ଏହାଠୁ ଦୁର୍ଭାଗ୍ୟଜନକ କଥା କିଛି ନାହିଁ ।

ଏପରିକି ରେଳ ଚଳାଚଳ କଥା ଯେଉଁ କୁହାଗଲା ତାହା ହାସ୍ୟାସ୍ପଦ । ଜମି ଦେବା ପାଇଁ ଚିଠି ଲେଖିଛନ୍ତି କି ନାହିଁ ମନ୍ତ୍ରୀ । ବିଜେଡିର ବରିଷ୍ଠ ନେତା କହିଲେ ଆମକୁ କେନ୍ଦ୍ର କୌଣସି ଚିଠି ଦେଇ ନାହିଁ । ତେଣୁ କିଏ ଠିକ କହୁଛି । ଜଣେ ନେତାଙ୍କ ମାମୁଁ ଘର ସେହି ଅଞ୍ଚଳରେ । ସେ ସାଧାରଣ ସଭାରେ କହିଛନ୍ତି କୁଆଡେ ମୁଖ୍ୟମନ୍ତ୍ରୀ ୨୨ ବର୍ଷ ତଳେ ୩୩ ପ୍ରତିଶତ ଜଳ ସେଚନ କରିବାକୁ କହିଥିଲେ । ମେଣ୍ଟ ସରକାରରେ ବି ସେମାନେ ଥିଲେ ଯଦି ଜଳ ସେଚନ ହୋଇନି ତେବେ ସେମାନେ ବି ଦାୟୀ ।

ସେହିପରି ବିଜେପିର ଜଣେ ନେତା ଅଶାଳୀନ ମନ୍ତବ୍ୟ ଦେବାକୁ ବି ପଛାଇ ନାହାନ୍ତି । ଏହା ସହ ପଦ୍ମପୁର ଉପନିର୍ବାଚନ ବେଳେ ହେଉଥିବା ରାଜନୈତିକ ହିଂସା ପ୍ରସଙ୍ଗ ଉଠାଇ ସ୍ୱଚ୍ଛ ଓ ଅବାଧ ନିର୍ବାଚନ ସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଦାବି କଲେ ନରସିଂହ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର