‘ପଦମପୁରରେ ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି ପ୍ରଦୀପ ପୁରୋହିତ’

The Sakala Picture
Published On

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ବିଜେଡିର ରାଜ୍ୟ ସମ୍ପାଦକ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ […]

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ସମ୍ଭାବ୍ୟ ବାତ୍ୟା ପାଇଁ ରାଷ୍ଟ୍ରପତିଙ୍କ ରାଇରଙ୍ଗପୁର ଗସ୍ତରେ ପରିବର୍ତ୍ତନ, ନଭେମ୍ୱର ୪ରେ ଆସିପାରନ୍ତି ରାଷ୍ଟ୍ରପତି

ବିଜେଡିର ରାଜ୍ୟ ସମ୍ପାଦକ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ପଦମପୁରରେ ୧୦ହଜାର ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି । ନିର୍ବାଚନରେ ହାରିବା ଭୟ ଘାରିଥିବାରୁ ପ୍ରଦୀପ ପୁରୋହିତ ଏପରି ପ୍ରଳାପ କରୁଛନ୍ତି । ପଦମପୁର ର ସଚେତନ ଓ ସମ୍ବେଦନଶୀଳ ବାସିନ୍ଦା ବିକ୍ରି ହୁଅନ୍ତିନି । ସେମାନେ କାହାରି ପାଖରେ ବିକ୍ରି ହୁଅନ୍ତିନି । ସେମାନେ ସ୍ୱାଭିମାନୀ । ବିଜେପି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଦଳ । ସେହି ଦଳର ଜଣେ ନେତା ଏଭଳି ବୟାନ ଦେବା ନିଶ୍ଚିତ ଦୁର୍ଭାଗ୍ୟଜନକ ।

ଆହୁରି ପଢ଼ନ୍ତୁ: ନବୀନଙ୍କ ଅନୁମୋଦନ: ନଭେମ୍ବର ୩୦ ଯାଏଁ ବଢ଼ିଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା

ହାରିବା ଭୟରେ ସେ ଏଭଳି ବିବୃତି ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଆସନ୍ତା ନିର୍ବାଚନରେ ବିଜେପିକୁ ଏହାର ଦୃଢ ଜବାବ ଦେବେ ଭୋଟର । ଯଦି ପ୍ରଦୀପ ପୁରୋହିତଙ୍କ ପାଖରେ ଭୋଟର ବିକ୍ରି ହୋଇଥିବାର କିଛି ପ୍ରମାଣ ଅଛି ତାହା ସେ ଦିଅନ୍ତୁ ବୋଲି ଘିଭେଲା କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ବେଳେ ପଦମପୁରରେ ୧୦ ହଜାର ଭୋଟ୍ ବିକ୍ରି ହୋଇଥିଲା ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଥିଲେ ।

ଆହୁରି ପଢ଼ନ୍ତୁ: ଓଡ଼ିଶା ସରକାର ଆନ୍ଧ୍ର ନିକଟରେ ଆତ୍ମସମର୍ପଣ କରିଛନ୍ତି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର