‘ପଦମପୁରରେ ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି ପ୍ରଦୀପ ପୁରୋହିତ’

The Sakala Picture
Published On

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି । ବିଜେଡିର ରାଜ୍ୟ ସମ୍ପାଦକ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ […]

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି ।

ଆହୁରି ପଢ଼ନ୍ତୁ: ଖରା ଛୁଟିରେ ପିଲାଙ୍କୁ ସମର ଲର୍ଣ୍ଣିଂ ବ୍ୟବସ୍ଥା, ବାପା-ମା'ଙ୍କ ହ୍ୱାଟ୍ସଆପ୍‌ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆସାଇନ୍‌ମେଣ୍ଟ: ଓସେପା

ବିଜେଡିର ରାଜ୍ୟ ସମ୍ପାଦକ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ପଦମପୁରରେ ୧୦ହଜାର ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି । ନିର୍ବାଚନରେ ହାରିବା ଭୟ ଘାରିଥିବାରୁ ପ୍ରଦୀପ ପୁରୋହିତ ଏପରି ପ୍ରଳାପ କରୁଛନ୍ତି । ପଦମପୁର ର ସଚେତନ ଓ ସମ୍ବେଦନଶୀଳ ବାସିନ୍ଦା ବିକ୍ରି ହୁଅନ୍ତିନି । ସେମାନେ କାହାରି ପାଖରେ ବିକ୍ରି ହୁଅନ୍ତିନି । ସେମାନେ ସ୍ୱାଭିମାନୀ । ବିଜେପି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଦଳ । ସେହି ଦଳର ଜଣେ ନେତା ଏଭଳି ବୟାନ ଦେବା ନିଶ୍ଚିତ ଦୁର୍ଭାଗ୍ୟଜନକ ।

ଆହୁରି ପଢ଼ନ୍ତୁ: ଖୋର୍ଦ୍ଧା ଜିଲ୍ଲାରେ କାଲିଠୁ ସାଢ଼େ ୬ରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ୍‌

ହାରିବା ଭୟରେ ସେ ଏଭଳି ବିବୃତି ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଆସନ୍ତା ନିର୍ବାଚନରେ ବିଜେପିକୁ ଏହାର ଦୃଢ ଜବାବ ଦେବେ ଭୋଟର । ଯଦି ପ୍ରଦୀପ ପୁରୋହିତଙ୍କ ପାଖରେ ଭୋଟର ବିକ୍ରି ହୋଇଥିବାର କିଛି ପ୍ରମାଣ ଅଛି ତାହା ସେ ଦିଅନ୍ତୁ ବୋଲି ଘିଭେଲା କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ବେଳେ ପଦମପୁରରେ ୧୦ ହଜାର ଭୋଟ୍ ବିକ୍ରି ହୋଇଥିଲା ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଥିଲେ ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

12 Nov 2022 By The Sakala

‘ପଦମପୁରରେ ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି ପ୍ରଦୀପ ପୁରୋହିତ’

ଭୁବନେଶ୍ୱର: ବିଜେପିର ପଦମପୁର ବିଧାନସଭା ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ବିବାଦୀୟ ବୟାନକୁ ନେଇ ଆରମ୍ଭ ହୋଇଛି ବିବାଦ । ପଦମପୁରରେ ଏହାକୁ ନେଇ ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଜେଡିର ନବନିଯୁକ୍ତ ରାଜ୍ୟ ସମ୍ପାଦକ ରାଜୁ ଘିବେଲା ପ୍ରଦୀପ ପୁରୋହିତଙ୍କ ଭୋଟ ବିକ୍ରି ବୟାନକୁ ତୀବ୍ର ନିନ୍ଦା କରିବା ସହିତ ଆଗାମୀ ଉପନିର୍ବାଚନରେ ଭୋଟର ଏହାର ଉପଯୁକ୍ତ ଉତ୍ତର ଦେବେ ବୋଲି କହିଛନ୍ତି ।

ବିଜେଡିର ରାଜ୍ୟ ସମ୍ପାଦକ ରାଜୁ ଘିବେଲା କହିଛନ୍ତି ଯେ, ୨୦୧୯ ନିର୍ବାଚନରେ ପଦମପୁରରେ ୧୦ହଜାର ଭୋଟ ବିକ୍ରି ହୋଇଥିବା କହି, ସ୍ଥାନୀୟ ଭୋଟରଙ୍କୁ ଅପମାନିତ କରିବା ସହ ଏ ମାଟିକୁ ମଧ୍ୟ ଅପମାନିତ କରିଛନ୍ତି । ନିର୍ବାଚନରେ ହାରିବା ଭୟ ଘାରିଥିବାରୁ ପ୍ରଦୀପ ପୁରୋହିତ ଏପରି ପ୍ରଳାପ କରୁଛନ୍ତି । ପଦମପୁର ର ସଚେତନ ଓ ସମ୍ବେଦନଶୀଳ ବାସିନ୍ଦା ବିକ୍ରି ହୁଅନ୍ତିନି । ସେମାନେ କାହାରି ପାଖରେ ବିକ୍ରି ହୁଅନ୍ତିନି । ସେମାନେ ସ୍ୱାଭିମାନୀ । ବିଜେପି ନୀତି ଆଦର୍ଶର ଦ୍ୱାହି ଦେଉଥିବା ଦଳ । ସେହି ଦଳର ଜଣେ ନେତା ଏଭଳି ବୟାନ ଦେବା ନିଶ୍ଚିତ ଦୁର୍ଭାଗ୍ୟଜନକ ।

ହାରିବା ଭୟରେ ସେ ଏଭଳି ବିବୃତି ଦେଉଛନ୍ତି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ । ଆସନ୍ତା ନିର୍ବାଚନରେ ବିଜେପିକୁ ଏହାର ଦୃଢ ଜବାବ ଦେବେ ଭୋଟର । ଯଦି ପ୍ରଦୀପ ପୁରୋହିତଙ୍କ ପାଖରେ ଭୋଟର ବିକ୍ରି ହୋଇଥିବାର କିଛି ପ୍ରମାଣ ଅଛି ତାହା ସେ ଦିଅନ୍ତୁ ବୋଲି ଘିଭେଲା କହିଛନ୍ତି । ସୂଚନାଯୋଗ୍ୟ ଯେ, ୨୦୧୯ ନିର୍ବାଚନ ବେଳେ ପଦମପୁରରେ ୧୦ ହଜାର ଭୋଟ୍ ବିକ୍ରି ହୋଇଥିଲା ବୋଲି ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ କହିଥିଲେ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର