ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା, ୩,୨୦୦ରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା

The Sakala Picture
Published On

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ପାଲଟିଛି। ରାଜ୍ୟର ଦୁର୍ଗମ ଅଞ୍ଚଳର ରୋଗୀମାନେ ମଧ୍ୟ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ସକ୍ଷମ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ବେଳେ ଏବେ ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ […]

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ପାଲଟିଛି। ରାଜ୍ୟର ଦୁର୍ଗମ ଅଞ୍ଚଳର ରୋଗୀମାନେ ମଧ୍ୟ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ସକ୍ଷମ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ବେଳେ ଏବେ ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଯାହା ଫଳରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ପାଇବା ପାଇଁ ଉପାନ୍ତ ଜିଲ୍ଲାମାନଙ୍କର ରୋଗୀଙ୍କୁ ଆଉ ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡୁନି। ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟର ବଡ଼ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ସେଠାକୁ ଯାଇ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ମିଳିଥିଲା। ଏହାପରେ  କଳାହାଣ୍ଡି, ମାଲକାନଗିରି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜରେ ୨୦୦ ଶହରୁ ଅଧିକ ରୋଗୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ମିଳିପାରିଛି।

ଆହୁରି ପଢ଼ନ୍ତୁ: ଭୋଟର ଲିଷ୍ଟରୁ ୯.୮ଲକ୍ଷ ଭୋଟରଙ୍କ ନାଁ କଟିବା ପ୍ରସଙ୍ଗ: ପୁନର୍ବିଚାର ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର

ପ୍ରଥମ ପର୍ଯ୍ୟାୟରେ ଏହି ସେବା ମିଳିସାରିଥିବା ବେଳେ ଏବେ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଜାରି ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସେବା ମିଳୁଛି। ଏହିପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପଞ୍ଜିକରଣ କରାଯାଉଛି। ଜିଲ୍ଲାର ଗରିବ ରୋଗୀମାନେ ଏଠାକୁ ଆସି ମାଗଣାରେ ରାଜ୍ୟର ବିଶେଷଜ୍ଞ ଡାକ୍ତର ମାନଙ୍କଠାରୁ ଉନ୍ନତ ଚିକିତ୍ସା ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାର ନୋଡାଲ ଅଫିସର ଡ.ଉମାକାନ୍ତ ଶତପଥିଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ଯୋଗାଇ ଦେଉଛନ୍ତି।

ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡରେ ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଥିବା ବେଳେ ୨୦୨୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାନ୍ତ ଜିଲ୍ଲାଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଦକ୍ଷ ଓ ସ୍ବନାମଧନ୍ଯ ଡାକ୍ତରମାନେ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏଥି ସହିତ ଗୁରୁତର ରୋଗୀଙ୍କ ପାଖରେ ଯଥାଶିଘ୍ର ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରୁଛି।

21 Oct 2022 By The Sakala

ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ସାଜିଛି ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା, ୩,୨୦୦ରୁ ଅଧିକ ରୋଗୀ ପାଇଲେଣି ସୁପର ସ୍ପେସାଲିଷ୍ଟ ଚିକିତ୍ସା

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନା ଉପାନ୍ତ ଜିଲ୍ଲାମାନଙ୍କ ପାଇଁ ବରଦାନ ପାଲଟିଛି। ରାଜ୍ୟର ଦୁର୍ଗମ ଅଞ୍ଚଳର ରୋଗୀମାନେ ମଧ୍ୟ ସୁପର ସ୍ପେସାଲିଷ୍ଟ ଚିକିତ୍ସା ପାଇବାରେ ସକ୍ଷମ ହେଉଛନ୍ତି । ପ୍ରଥମ ପର୍ଯ୍ୟାୟରେ ହୃଦରୋଗ, କିଡନୀ ଓ ଗ୍ୟାଷ୍ଟ୍ରୋଲୋଜି ଭଳି ବିଭାଗର ବିଶେଷଜ୍ଞ ଡାକ୍ତରମାନେ ଉପାନ୍ତ ଅଞ୍ଚଳକୁ ଯାଇ ସ୍ବାସ୍ଥ୍ୟସେବା ଯୋଗାଇଦେଉଥିବା ବେଳେ ଏବେ ପ୍ରାୟ ସମସ୍ତ ବିଭାଗ ଡାକ୍ତର ଦୁର୍ଗମ ଜିଲ୍ଲାମାନଙ୍କୁ ଯାଇ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ଯୋଗାଇ ଦେଉଛନ୍ତି। ଯାହା ଫଳରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ସେବା ପାଇବା ପାଇଁ ଉପାନ୍ତ ଜିଲ୍ଲାମାନଙ୍କର ରୋଗୀଙ୍କୁ ଆଉ ବଡ଼ ବଡ଼ ସହର ଉପରେ ନିର୍ଭର କରିବାକୁ ପଡୁନି। ନିଜ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରାଜ୍ୟର ବଡ଼ ମେଡିକାଲ କଲେଜର ବିଶେଷଜ୍ଞ ଡାକ୍ତରମାନେ ସେଠାକୁ ଯାଇ ଉତ୍ତମ ଚିକିତ୍ସାସେବା ଯୋଗାଇ ଦେଉଛନ୍ତି।

ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି ସମେତ କୋରାପୁଟ, ନବରଙ୍ଗପୁର, ନୁଆପଡା, କଳାହାଣ୍ଡିରୁ ଏହି ଏୟାର ହେଲଥ ସର୍ଭିସ ମିଳିଥିଲା। ଏହାପରେ  କଳାହାଣ୍ଡି, ମାଲକାନଗିରି, ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଆରମ୍ଭ ହୋଇଥିଲା। ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା ଯୋଜନା ମାଧ୍ୟମରେ ଏପର୍ଯ୍ୟନ୍ତ ପ୍ରାୟ ୩ ହଜରେ ୨୦୦ ଶହରୁ ଅଧିକ ରୋଗୀଙ୍କୁ ସେମାନଙ୍କ ନିଜ ଜିଲ୍ଲାରେ ସୁପର ସ୍ପେସାଲିଷ୍ଟ ଚିକିତ୍ସା ମିଳିପାରିଛି।

ପ୍ରଥମ ପର୍ଯ୍ୟାୟରେ ଏହି ସେବା ମିଳିସାରିଥିବା ବେଳେ ଏବେ ନବରଙ୍ଗପୁରରେ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଜାରି ରହିଛି। ଅକ୍ଟୋବର ୧୭ରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି ସେବା ମିଳୁଛି। ଏହିପାଇଁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପଞ୍ଜିକରଣ କରାଯାଉଛି। ଜିଲ୍ଲାର ଗରିବ ରୋଗୀମାନେ ଏଠାକୁ ଆସି ମାଗଣାରେ ରାଜ୍ୟର ବିଶେଷଜ୍ଞ ଡାକ୍ତର ମାନଙ୍କଠାରୁ ଉନ୍ନତ ଚିକିତ୍ସା ପାଇପାରୁଛନ୍ତି। ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଯୋଜନାର ନୋଡାଲ ଅଫିସର ଡ.ଉମାକାନ୍ତ ଶତପଥିଙ୍କ ସହଯୋଗରେ ନବରଙ୍ଗପୁରରେ ବିଭିନ୍ନ ବିଭାଗର ବରିଷ୍ଠ ଡାକ୍ତରମାନେ ରୋଗୀମାନଙ୍କୁ ସୁପର ସ୍ପେସାଲିଷ୍ଟ ଚିକିତ୍ସା ଯୋଗାଇ ଦେଉଛନ୍ତି।

ପ୍ରଥମେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟକାର୍ଡରେ ହିତାଧିକାରୀଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ମିଳୁଥିବା ବେଳେ ୨୦୨୧ ଡିସେମ୍ବରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପାନ୍ତ ଜିଲ୍ଲାଗୁଡିକ ପାଇଁ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯୁଗାନ୍ତକାରୀ ପଦକ୍ଷେପ ଗ୍ରହଣ କରିଥିଲେ। ଏହି ଯୋଜନା ମାଧ୍ୟମରେ ବିଭିନ୍ନ ମେଡିକାଲ କଲେଜ ଏବଂ କର୍ପୋରେଟ୍‌ ହସ୍‌ପିଟାଲର ଦକ୍ଷ ଓ ସ୍ବନାମଧନ୍ଯ ଡାକ୍ତରମାନେ ଉପାନ୍ତ ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର ସ୍ପେସାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କ ପରୀକ୍ଷା ଓ ଚିକିତ୍ସା କରିବେ । ଏଥିପାଇଁ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ । ଏଥି ସହିତ ଗୁରୁତର ରୋଗୀଙ୍କ ପାଖରେ ଯଥାଶିଘ୍ର ସମସ୍ତ ସୁବିଧା ସହ ଉତ୍ତମ ଡାକ୍ତର ପହଞ୍ଚାଇବା ଏବଂ ଆବଶ୍ୟକ ସ୍ଥଳେ ଏୟାରଲିଫ୍ଟ କରି ବଡ ମେଡିକାଲରେ ଭର୍ତ୍ତି କରାଇବା ପାଇଁ ଏହି ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା କାର୍ଯ୍ୟ କରୁଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର