ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି । ଓଡ଼ିଶା ତଥା ସାରା ଦେଶରେ […]

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: ପୁରୀ ବିମାନବନ୍ଦର କାର୍ଯ୍ୟକ୍ଷମ ପ୍ରସଙ୍ଗ: ସାଂସଦ ମାନସ ମଙ୍ଗରାଜଙ୍କ ପ୍ରଶ୍ନର ଉତ୍ତରରେ ବାଆଁରେଇଲେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ

ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ୟ୍ୟ ନିର୍ଭର କରିଥାଏ । ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ୟ୍ୟନ୍ତ ଚାଲିଥାଏ । ଏଥର ଜୁନ ୧ରେ କେରଳ ଓ ଜୁନ ୧୦ରେ ଓଡ଼ିଶା ଛୁଇଁଥିଲା ମୌସୁମୀ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି । କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ମୌସୁମୀ ସମୟ ୪୦ ଦିନ ଅତିବାହିତ କରିସାରିଛି ।

ଆହୁରି ପଢ଼ନ୍ତୁ: ସକ୍ରିୟ ମୌସୁମୀ ପ୍ରଭାବରେ ରାଜ୍ୟରେ ବର୍ଷା ଜାରି, ଆହୁରି ୫ ଦିନ ଯାଏ ଛେଚିବ

ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି । ଚଳିତ ବର୍ଷ ୪୦ ଦିନ ବିତିଗଲାଣି । ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଆଉ ଶେଷ ପର୍ୟ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ବୋଲି ଏହି ଆପାତକାଳୀନ ରିପୋର୍ଟରେ ଉଲ୍ଲେଖ କରିଛି ଓୟୁଏଟି ।

ଆହୁରି ପଢ଼ନ୍ତୁ: ଶ୍ରୀଜୀଉଙ୍କ ସୁନାବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ର ଅଭିମୁଖେ ହଜାର ହଜାର ଭକ୍ତ: ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥରେ ପ୍ରବଳ ଟ୍ରାଫିକ୍ ଜାମ୍

21 Jul 2021 By The Sakala

ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ଆପାତକାଳୀନ ପ୍ଲାନ ପ୍ରସ୍ତୁତ କଲା ଓୟୁଏଟି

ଭୁବନେଶ୍ବର : ରାଜ୍ୟରେ ନିଅଣ୍ଟିଆ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀଙ୍କ ପାଇଁ ପ୍ରସ୍ତୁତ ହୋଇଛି ଆପାତକାଳୀନ ପ୍ଲାନ । ଏହି ଆପାତକାଳୀନ ପ୍ଲାନକୁ ପ୍ରସ୍ତୁତ କରି କୃଷି ବିଭାଗକୁ ହସ୍ତାନ୍ତର କରିଛି ଓୟୁଏଟି । ମରୁଡ଼ି ହେଲେ ଚାଷୀର ସୁରକ୍ଷା ପାଇଁ କଣ କରାଯିବ, ତାହା ଏଥିରେ ଉଲ୍ଲେଖ ରହିଛି । ଚଳିତ ଥର ରାଜ୍ୟର ୫ଟି ଜିଲ୍ଲାର ୨୭ ବ୍ଲକରେ ମରୁଡ଼ି ହୋଇଥିବା ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ଓଡ଼ିଶା ତଥା ସାରା ଦେଶରେ ମୌସୁମୀ ବାୟୁ ଉପରେ କୃଷି କାର୍ୟ୍ୟ ନିର୍ଭର କରିଥାଏ । ଏହା ଜୁନ ପହିଲାରୁ ସେପ୍ଟେମ୍ବର ଶେଷ ପର୍ୟ୍ୟନ୍ତ ଚାଲିଥାଏ । ଏଥର ଜୁନ ୧ରେ କେରଳ ଓ ଜୁନ ୧୦ରେ ଓଡ଼ିଶା ଛୁଇଁଥିଲା ମୌସୁମୀ । ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନ ମୌସୁମୀ ବାୟୁ ଉପରେ ପ୍ରଭାବ ପକାଇଛି । କେତେବେଳେ ବର୍ଷା ହେଉଛି ନ ହେଲେ ହୋଇକି ଛାଡ଼ି ଯାଉଛି ତ ଆଉ କେତେବେଳେ ମୌସୁମୀ ଫେରିଯାଉଛି । ଯାହା ଫଳରେ ଚାଷ କାର୍ୟ୍ୟରେ ସମସ୍ୟା ସୃଷ୍ଟି ହୋଇଛି । ରାଜ୍ୟରେ ମୌସୁମୀ ସମୟ ୪୦ ଦିନ ଅତିବାହିତ କରିସାରିଛି ।

ଯଦି ବୁଣା ନଷ୍ଟ ହୋଇଯାଇଥିବ ତେବେ ଫସଲ ହେବନି । ଚଳିତ ବର୍ଷ ୪୦ ଦିନ ବିତିଗଲାଣି । ତେଣୁ କମ ଅବଧି ଧାନ ନେଲେ ଶୀତ ପୂର୍ବରୁ ଧାନ ଅମଳ ହୋଇପାରିବ । ମୌସୁମୀ ଅବଧିର ମଝିରେ ମରୁଡ଼ି ହେଲେ ସୁବିଧା ସ୍ଥାନରୁ ପାଣି ଆଣି ସମ୍ବେଦନଶୀଳ ଜମିରେ ପାଣି ମଡ଼ାଇ ପରିଚାଳନା କରିହେବ । ଆଉ ଶେଷ ପର୍ୟ୍ୟାୟରେ ମରୁଡି ହେଲେ ୟୁରିଆ ସାର ଛିଞ୍ଚି ବାଳୁଙ୍ଗା ଧାନ ବାଛି ଅମଳ କରିବାକୁ ହେବ ବୋଲି ଏହି ଆପାତକାଳୀନ ରିପୋର୍ଟରେ ଉଲ୍ଲେଖ କରିଛି ଓୟୁଏଟି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର