ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା: ନିଜକୁ ନିର୍ଦ୍ଦୋଷ ବୋଲି କହିଲା ଅଭିଯୁକ୍ତ ଅଭିଜିତ

The Sakala Picture
Published On

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲାରେ ଚାଲିଛି ତନାଘନା । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଅଭିଯୁକ୍ତ ଅଭିଜିତର ପ୍ରତିକ୍ରିୟା ଅନୁସାରେ ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା କହିଛି। ସେ କହିଛି କି, ‘ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ, କୋର୍ଟରେ ସବୁ ପ୍ରମାଣିତ ହେବ । ଡାନିଶ କିଏ ମୁଁ ଜାଣିନି ।’ ସେ ଓଡ଼ିଶାର ପଠାଣି ସାମନ୍ତ […]

ଭୁବନେଶ୍ୱର: ଓଟିପି ସେୟାରିଂ ସ୍କାମରେ ପାକିସ୍ତାନ ଲିଙ୍କ ମାମଲାରେ ଚାଲିଛି ତନାଘନା । ଗତକାଲିଠାରୁ ଏଟିଏସର ତିନି ଜଣିଆ ଟିମ୍ ଅଭିଜିତକୁ ପଚରାଉଚରା କରୁଛନ୍ତି । ଅଭିଯୁକ୍ତ ଅଭିଜିତର ପ୍ରତିକ୍ରିୟା ଅନୁସାରେ ସେ ନିର୍ଦ୍ଦୋଷ, ତା ଅଜାଣତରେ ତାର ସିମ୍ ବ୍ୟବହାର ହୋଇଥିବା କହିଛି। ସେ କହିଛି କି, ‘ମୋତେ ଫସାଇ ଦିଆଯାଇଛି । ମୁଁ ନିର୍ଦ୍ଦୋଶ, କୋର୍ଟରେ ସବୁ ପ୍ରମାଣିତ ହେବ । ଡାନିଶ କିଏ ମୁଁ ଜାଣିନି ।’

ଆହୁରି ପଢ଼ନ୍ତୁ: ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ; ସ୍ତ୍ରୀକୁ ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା

ସେ ଓଡ଼ିଶାର ପଠାଣି ସାମନ୍ତ ଲେଙ୍କା ପାଖକୁ ବହୁବାର ଟଙ୍କା ଦେଇଥିବା ସ୍ବୀକାର କରିଛି। ତେବେ isi କିମ୍ବା ପାକିସ୍ତାନ army intelligence ବରିଷ୍ଠ ଅଧିକାରୀଙ୍କ ସହ ଲିଙ୍କ ସଂପର୍କରେ ସେ କିଛି କହିନି। ସେମାନଙ୍କ ପ୍ରରୋଚନାରେ ପଡ଼ି କେତେ ଟଙ୍କା, କେତେ ଥର ଦେଇଛି ସେ ବାବଦରେ ମଧ୍ୟ ମୁହଁ ଖୋଲିନି। ଡାନିସ ଓ ଖୁରାମଙ୍କୁ ସେ ଜାଣିନଥିବା କି ଆଇଏସଆଇ ଏଜେଣ୍ଟଙ୍କ ସହ କଥା ହୋଇନଥିବା କହିଛି। ସତ ଖୋଜିବାକୁ ଆଜି ଜାମ୍ବୁରେକୁ ଜେରା କରିବାକୁ ଭୁବନେଶ୍ବରରେ ପହଞ୍ଚିଛି ଏନଆଇଏ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀକୁ ଗୁଳି କରି ହତ୍ୟା କଲା ସ୍ୱାମୀ

ରିମାଣ୍ଡର ତୃତୀୟ ଦିନରେ ଅଭିଜିତକୁ ମିଳିତ ଜେରା କରୁଛନ୍ତି ଏସଟିଏଫ୍, ଏଟିଏସ ଓ ଆଇବି। ଅଭିଜିତ ସ୍ଲିପର ସେଲ୍ ଭଳି କାମ କରି ଆସୁଥିଲା। ଟେରର ଫଣ୍ଡିଂ ନେଇ ମଧ୍ୟ ସତ ସନ୍ଧାନରେ ଲାଗିଛି ତଦନ୍ତକାରୀ ଟିମ୍ । ଅଭିଜିତ 5ଟି ନମ୍ବର ଭିତରୁ 3ଟି ନମ୍ବରରେ ପାକିସ୍ତାନ ଏଜେଣ୍ଟଙ୍କ ସହ କଥା ହେଉଥିବାା ପ୍ରମାଣ ମିଳିଛି । କାହିଁକି ଫାଙ୍କୁଛି ତାର ଖୋଳତାଡ଼ କରିବ ତଦନ୍ତକାରୀ ଟିମ୍ । ମୁମ୍ବାଇରେ ଥିବା ବ୍ୟାଙ୍କ ଆକାଉଣ୍ଟ ବିବରଣୀ ମାଗିବ ଏସଟିଏଫ୍ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଇଣ୍ଟେଲିଜେନ୍ସ ୟୁନିଟକୁ ଅଭିଜିତ ସହ ଅନ୍ୟ ଅଭିଯୁକ୍ତଙ୍କ ଆର୍ଥିକ କାରବାରର ତଥ୍ୟ ମାଗିଛି ଏସଟିଏଫ୍ । କେଉଁ ସବୁ ଆକାଉଣ୍ଟରୁ କେତେ ଟଙ୍କା ଆସିଛି ତାହା ଜାଣିବା ପାଇଁ ଚାହୁଁଛି ଏସଟିଏଫ୍ । ଅଭିଜିତ ଆକାଉଣ୍ଟକୁ ପାକିସ୍ତାନରୁ ଟଙ୍କା ଆସିଛି କି ? ପାକିସ୍ତାନ ଇଣ୍ଟେଲିଜେନ୍ସଙ୍କ କଥାରେ ଆଇଏସଆଇ ଏଜେଣ୍ଟଙ୍କୁ କେତେ ଟଙ୍କା ଦେଇଥିଲେ ଅଭିଜିତ ? ଭାରତରେ କେତେ ପାକିସ୍ତାନୀ ଏଜେଣ୍ଟ ସକ୍ରିୟ ଅଛନ୍ତି ? ମେ 14ରେ ଓଟିପି ସେୟାରିଂରେ ଗିରଫ ହୋଉଥିବା ପଠାଣି ସାମନ୍ତ ଲେଙ୍କା, ସୌମ୍ୟରଞ୍ଜନ ମହାନ୍ତି, ସରୋଜ ପଟ୍ଟନାୟକଙ୍କ ସମେତ ୫ ଜଣଙ୍କ ସହ ଅଭିଜିତଙ୍କ କି ସମ୍ପର୍କ ରହିଛି । ଏସବୁ ପ୍ରଶ୍ନ ଉତ୍ତର ଜାଣିବାକୁ ଚାହୁଁଛି ତଦନ୍ତକାରୀ ଟିମ୍ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର