ପ୍ରଶ୍ନପତ୍ର ଲିକ୍ ଘଟଣା; ମାଲକାନଗିରି ଜିଲ୍ଲାର ୩ଟି କେନ୍ଦ୍ରରେ ବାତିଲ ହେଲା ଓଟିଇଟି ପରୀକ୍ଷା, ନୂଆ ପରୀକ୍ଷା ତାରିଖ ହେବ ଘୋଷଣା

The Sakala Picture
Published On

ମାଲକାନଗିରି: ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ଏହି ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଏହି ପରୀକ୍ଷା ଦେବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଏହାର ପୁନଃ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିନିମନ୍ତେ ଗତ ୨୯ ତାରିଖରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ […]

ମାଲକାନଗିରି: ଗତ ଅଗଷ୍ଟ ୨୯ ତାରିଖ ଦିନ ମାଲକାନଗିରି ଜିଲ୍ଲାର ତିନୋଟି କେନ୍ଦ୍ରରେ ଓଟିଇଟି ପରୀକ୍ଷା ହୋଇଥିବା ବେଳେ ଏହି ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ଫଳରେ ଏହି ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁନର୍ବାର ଏହି ପରୀକ୍ଷା ଦେବାକୁ ସାଧାରଣରେ ଦାବି ହୋଇଥିଲା। ଫଳରେ ଏହାର ପୁନଃ ପରୀକ୍ଷା ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିନିମନ୍ତେ ଗତ ୨୯ ତାରିଖରେ ପରୀକ୍ଷା ଦେଇଥିବା ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପୁନର୍ବାର ପରୀକ୍ଷା ଦେବା ସହ ଉକ୍ତ ଦିନ ଯେଉଁମାନେ ପରୀକ୍ଷା ନ ଦେଇ ଅନୁପସ୍ଥିତ ଥିଲେ, ସେମାନେ ପରୀକ୍ଷା ଦେଇପାରିବେ ନାହିଁ। କପି କରୁଥିବା ୯ ଜଣ ଶିକ୍ଷକଙ୍କ ଉପରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ, ତାହା ଅତିଶୀଘ୍ର ଜଣାଇ ଦିଆଯିବ ଏବଂ ପରୀକ୍ଷା ତାରିଖ ଘୋଷଣାର ଏକ ସପ୍ତାହ ପୂର୍ବରୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ୱେବସାଇଟରୁ ନିଜ ନିଜର ଆଡମିଟ୍‌ କାର୍ଡ ପାଇପାରିବେ ବୋଲି ମାଧ୍ୟମିକ ଶିକ୍ଷା ବୋର୍ଡ, ଓଡ଼ିଶା ତରଫରୁ ନୋଟିସ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ପ୍ରକାଶଥାଉ କି, ମାଲକାନଗିରି ଜିଲ୍ଲା ସଦର ମହକୁମାରେ ଓଟିଇଟି ପରୀକ୍ଷା ନିମନ୍ତେ ଗତ ୨୭ ତାରିଖ ଦିନ ପ୍ରଶ୍ନପତ୍ର ଆସିଥିଲା ବେଳେ ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବା ପୂର୍ବରୁ ଏହି ପରୀକ୍ଷାର ଉତ୍ତର ମୋବାଇଲରୁ ମୋବାଇଲକୁ ଘୂରି ବୁଲିଥିଲା। ତେବେ ଏହି ପ୍ରଶ୍ନପତ୍ର ପାଇବା ପାଇଁ କେତେକ ଅସାଧୁ ପରୀକ୍ଷାର୍ଥୀ ୫ ହଜାର ଟଙ୍କା ଦେଇ ପ୍ରଶ୍ନପତ୍ର ହାତେଇଥିବା ଜିଲ୍ଲାରେ ଚର୍ଚ୍ଚା ହୋଇଥିଲା। ଏହାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଏଥିରେ ସମ୍ପୃକ୍ତ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଗ୍ରହଣ କରାଯିବା ସହ ଏହି ପରୀକ୍ଷାକୁ ବାତିଲ କରାଯାଇ ପୁନର୍ବାର ନୂତନ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରିବା ପାଇଁ ରାଜ୍ୟ ସରକାର, ଶିକ୍ଷା ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଥିଲା।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର