୧୫୩୫ ପଦରେ ନିଯୁକ୍ତି ପାଇଁ ଓଏସ୍‌‌ଏସ୍‌‌ସିର ବିଜ୍ଞପ୍ତି

The Sakala Picture
Published On

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌‌ଏସ୍‌‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସିଜିଏଲ୍‌‌ ଗ୍ରୁପ୍‌‌-ବି’ ଓ ସି’ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ୫୮୬ଟି ପଦବୀ ସୃଷ୍ଟି ହୋଇଛି। ଏପ୍ରିଲ ୫ତାରିଖଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର(ଏଟିଏ) ଭାବେ ୨୫୦ଟି ପଦ, ୨୬ଟି ଟ୍ରାଫିକ୍‌‌ କନେଷ୍ଟବଲ୍‌‌, ୬୭୩ଟି ସିଏଚ୍‌‌ଏସ୍‌‌ଏଲ୍‌‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି। […]

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌‌ଏସ୍‌‌ସି) ପକ୍ଷରୁ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସିଜିଏଲ୍‌‌ ଗ୍ରୁପ୍‌‌-ବି’ ଓ ସି’ରେ ବିଭିନ୍ନ ପଦରେ ନିଯୁକ୍ତି ପାଇଁ ୫୮୬ଟି ପଦବୀ ସୃଷ୍ଟି ହୋଇଛି। ଏପ୍ରିଲ ୫ତାରିଖଠାରୁ ମଇ ୨ ତାରିଖ ପର୍ଯ୍ୟନ୍ତ ଆଶାୟୀ ପ୍ରାର୍ଥୀମାନେ ଏଥିପାଇଁ ଆବେଦନ କରିପାରିବେ। ସେହିପରି ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର(ଏଟିଏ) ଭାବେ ୨୫୦ଟି ପଦ, ୨୬ଟି ଟ୍ରାଫିକ୍‌‌ କନେଷ୍ଟବଲ୍‌‌, ୬୭୩ଟି ସିଏଚ୍‌‌ଏସ୍‌‌ଏଲ୍‌‌ ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ବାହାରିଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ଆସନ୍ତା ୨୮ତାରିଖରୁ ଏପ୍ରିଲ ୨୭ତାରିଖ ପର୍ଯ୍ୟନ୍ତ ଟ୍ରାଫିକ୍‌‌ କନେଷ୍ଟବଲ୍‌‌ ପାଇଁ ଆବେଦନପତ୍ର ଗ୍ରହଣ କରାଯିବ। ସମସ୍ତ ନିଯୁକ୍ତି ସମ୍ବନ୍ଧୀୟ ତଥ୍ୟ ଓଏସ୍‌‌ଏସ୍‌‌ସି ୱେବସାଇଟ୍‌‌ www.ossc.gov.inରେ ଉପଲବ୍‌‌ଧ ରହିଛି। ଏହାସହ ଓଏସ୍‌‌ଏସ୍‌‌ସି ଅଧ୍ୟକ୍ଷ ଅଭୟ କୁମାର ମଧ୍ୟ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର