ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍, ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ‘ଓଏସ୍‌‌ଏସ୍‌‌ସି’ ନେଲା ନିଷ୍ପତ୍ତି

The Sakala Picture
Published On

କଟକ : ଓଏସ୍‌ଏସ୍‌ସି ପକ୍ଷରୁ ରବିବାର ଅନୁଷ୍ଠିତ ଆକାଉଣ୍ଟାଣ୍ଟ (ହିସାବ ନୀରିକ୍ଷକ) ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରରେ କଦର୍ଥ ଓଡ଼ିଆକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ପକ୍ଷରୁ ଏହି ମୁଦ୍ରଣ ଜନିତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରାଯିବା ସହ ପରକ୍ଷାକୁ ବାତିଲ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପାଇଁ ସାନି ପରୀକ୍ଷା କରାଯିବ। ଏଥି ନେଇ ଖୁବଶୀଘ୍ର […]

କଟକ : ଓଏସ୍‌ଏସ୍‌ସି ପକ୍ଷରୁ ରବିବାର ଅନୁଷ୍ଠିତ ଆକାଉଣ୍ଟାଣ୍ଟ (ହିସାବ ନୀରିକ୍ଷକ) ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରରେ କଦର୍ଥ ଓଡ଼ିଆକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ପକ୍ଷରୁ ଏହି ମୁଦ୍ରଣ ଜନିତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରାଯିବା ସହ ପରକ୍ଷାକୁ ବାତିଲ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପାଇଁ ସାନି ପରୀକ୍ଷା କରାଯିବ। ଏଥି ନେଇ ଖୁବଶୀଘ୍ର ସାନି ତାରିଖ ଘୋଷଣା କରାଯିବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ଗ୍ରୁପ୍ ‘ବି’ ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଯାଇଥିଲା ତାକୁ ନେଇ ନାନା ସମସ୍ୟା ଦେଖାଦେଇଥିଲା। ବିଶେଷତଃ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ଆଶାୟୀଙ୍କୁ ପ୍ରଶ୍ନ ପଢ଼ି ବୁଝିବା ଲାଗି ବହୁ କସରତ କରିବାକୁ ପଡ଼ିଥିଲା। ଗୁଗଲ୍‌‌ ଟ୍ରାନ୍ସଲେସନ୍‌‌ ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକର ଅନୁବାଦ କରାଯାଇ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ଓଡ଼ିଆ ଶବ୍ଦଗୁଡ଼ିକ ସେମାନଙ୍କୁ ଚକିତ କରିଥିବା ଆଶାୟୀ ମତ ରଖିଥିଲେ।

ଆହୁରି ପଢ଼ନ୍ତୁ: ପୌରସଂସ୍ଥା ଏବଂ ସ୍ମାର୍ଟ ସିଟି ଲିମିଟେଡ୍‌ଗୁଡ଼ିକର ଆର୍ଥିକ କ୍ଷମତାକୁ ବୃଦ୍ଧି କଲେ ରାଜ୍ୟ ସରକାର

OSSC cancels prelim exam of accountant after question paper errors

ଆହୁରି ପଢ଼ନ୍ତୁ: ଆତଙ୍କିତ ହେବାର ଆବଶ୍ୟକତା ନାହିଁ, କୋଭିଡ୍ ବର୍ତ୍ତମାନ ସାଧାରଣ ଫ୍ଲୁ ଭଳି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ପ୍ରଶ୍ନପତ୍ରରେ ଲେଖାଯାଇଥିବା କଦର୍ଥ ଓଡ଼ିଆକୁ ନେଇ ଭାଷାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁଗଲ୍‌‌ ଟ୍ରାନ୍ସଲେସନ୍‌‌ ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକର ଅନୁବାଦ କରାଯାଇ ସିଧାସଳଖ ପ୍ରଶ୍ନପତ୍ରରେ ଛପା ଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି। ଯାହାକି ସେମାନଙ୍କୁ ବୁଝିବା ଏପରିକି ପଢ଼ିବାରେ ନାନା ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ‘ଓଏସଏସସି’ ଭଳି ସଂସ୍ଥା ଯଦି ଏପରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛନ୍ତି ତେବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଆମେ କ’ଣ ଆଶା କରିବା ବୋଲି ଆଶାୟୀମାନେ ମତ ପୋଷଣ କରିଛନ୍ତି। ସୂଚନା ଥାଉକି ରବିବାର ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍‌‌ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ‘ଓଏମଆର୍‌‌’ ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା।

24 Apr 2023 By The Sakala

ଗୃହ ଓ ନଗର ଉନ୍ନୟନ ବିଭାଗର ଜୁନିୟର ଆକାଉଣ୍ଟାଣ୍ଟ ପରୀକ୍ଷା ବାତିଲ୍, ପ୍ରଶ୍ନପତ୍ରରେ ମୁଦ୍ରଣ ତ୍ରୁଟି ଥିବାରୁ ‘ଓଏସ୍‌‌ଏସ୍‌‌ସି’ ନେଲା ନିଷ୍ପତ୍ତି

କଟକ : ଓଏସ୍‌ଏସ୍‌ସି ପକ୍ଷରୁ ରବିବାର ଅନୁଷ୍ଠିତ ଆକାଉଣ୍ଟାଣ୍ଟ (ହିସାବ ନୀରିକ୍ଷକ) ପରୀକ୍ଷା ଲାଗି ପ୍ରସ୍ତୁତ କରାଯାଇଥିବା ପ୍ରଶ୍ନ ପତ୍ରରେ କଦର୍ଥ ଓଡ଼ିଆକୁ ନେଇ ତୀବ୍ର ଅସନ୍ତୋଷ ଦେଖାଯିବା ପରେ ପରୀକ୍ଷାକୁ ବାତିଲ କରାଯାଇଛି। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ (ଓଏସ୍‌ଏସ୍‌ସି) ପକ୍ଷରୁ ଏହି ମୁଦ୍ରଣ ଜନିତ ତ୍ରୁଟି ପାଇଁ ଦୁଃଖ ପ୍ରକାଶ କରାଯିବା ସହ ପରକ୍ଷାକୁ ବାତିଲ କରାଯାଇଛି। ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ପାଇଁ ସାନି ପରୀକ୍ଷା କରାଯିବ। ଏଥି ନେଇ ଖୁବଶୀଘ୍ର ସାନି ତାରିଖ ଘୋଷଣା କରାଯିବ ବୋଲି ଓଏସଏସସି ପକ୍ଷରୁ କୁହାଯାଇଛି।

ରବିବାର ଗୃହ ଓ ନଗର ଉନ୍ନୟନ ବିଭାଗର ଆକାଉଣ୍ଟାଣ୍ଟ ଗ୍ରୁପ୍ ‘ବି’ ପଦବୀ ପାଇଁ ପରୀକ୍ଷା କରିଥିଲା ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ । ଯେଭଳି ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର କରାଯାଇଥିଲା ତାକୁ ନେଇ ନାନା ସମସ୍ୟା ଦେଖାଦେଇଥିଲା। ବିଶେଷତଃ ଓଡ଼ିଆ ଭାଷାରେ ପ୍ରଶ୍ନପତ୍ର ଚୟନ କରିଥିବା ଆଶାୟୀଙ୍କୁ ପ୍ରଶ୍ନ ପଢ଼ି ବୁଝିବା ଲାଗି ବହୁ କସରତ କରିବାକୁ ପଡ଼ିଥିଲା। ଗୁଗଲ୍‌‌ ଟ୍ରାନ୍ସଲେସନ୍‌‌ ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକର ଅନୁବାଦ କରାଯାଇ ଓଡ଼ିଆରେ ପ୍ରଶ୍ନ ପ୍ରସ୍ତୁତ କରାଯାଇଥିବା ବେଳେ ପ୍ରଶ୍ନପତ୍ରରେ ଉଲ୍ଲେଖ କରାଯାଇଥିବା ଓଡ଼ିଆ ଶବ୍ଦଗୁଡ଼ିକ ସେମାନଙ୍କୁ ଚକିତ କରିଥିବା ଆଶାୟୀ ମତ ରଖିଥିଲେ।

OSSC cancels prelim exam of accountant after question paper errors

ପ୍ରଶ୍ନପତ୍ରରେ ଲେଖାଯାଇଥିବା କଦର୍ଥ ଓଡ଼ିଆକୁ ନେଇ ଭାଷାପ୍ରେମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଗୁଗଲ୍‌‌ ଟ୍ରାନ୍ସଲେସନ୍‌‌ ଜରିଆରେ ଇଂରାଜୀ ପ୍ରଶ୍ନଗୁଡ଼ିକର ଅନୁବାଦ କରାଯାଇ ସିଧାସଳଖ ପ୍ରଶ୍ନପତ୍ରରେ ଛପା ଯାଇଥିବା ପିଲାମାନେ ଅଭିଯୋଗ କରିଛନ୍ତି। ଯାହାକି ସେମାନଙ୍କୁ ବୁଝିବା ଏପରିକି ପଢ଼ିବାରେ ନାନା ସମସ୍ୟା ସୃଷ୍ଟି କରିଛି। ଏହାକୁ ନେଇ ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ‘ଓଏସଏସସି’ ଭଳି ସଂସ୍ଥା ଯଦି ଏପରି ପ୍ରଶ୍ନପତ୍ର ପ୍ରସ୍ତୁତ କରୁଛନ୍ତି ତେବେ କେନ୍ଦ୍ରୀୟ ସଂସ୍ଥାଗୁଡ଼ିକଠାରୁ ଆମେ କ’ଣ ଆଶା କରିବା ବୋଲି ଆଶାୟୀମାନେ ମତ ପୋଷଣ କରିଛନ୍ତି। ସୂଚନା ଥାଉକି ରବିବାର ୬୫ଟି ଆକାଉଣ୍ଟାଣ୍ଟ ପଦ ପାଇଁ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରିଲିମ୍‌‌ ପରୀକ୍ଷା କେନ୍ଦ୍ର ପ୍ରସ୍ତୁତ କରାଯାଇଥିଲା। ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ‘ଓଏମଆର୍‌‌’ ମାଧ୍ୟମରେ ପିଲାଙ୍କର ପରୀକ୍ଷା ଆୟୋଜିତ ହୋଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର