କୋଭିଡ ଅନାଥଙ୍କୁ କେନ୍ଦ୍ରୀୟ ବିଦ୍ୟାଳୟରେ ମିଳୁ ଆଡମିଶନ – ବିଜେଡି

The Sakala Picture
Published On

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କର ଦେଖା ରଖା କରିବା ପାଇଁ କେହି ନାହାନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ […]

ଭୁବନେଶ୍ୱର: ମହାମାରୀ କରୋନାର ଦ୍ୱିତୀୟ ଲହାରୀରେ ଅନେକ ଶିଶୁ ଅନାଥ ହୋଇଯାଇଛନ୍ତି। ସେମାନଙ୍କର ଦେଖା ରଖା କରିବା ପାଇଁ କେହି ନାହାନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେମାନଙ୍କ ମାଗଣା ଶିକ୍ଷା ବ୍ୟବସ୍ଥା କରିବା ସହ ବିଜୁ ଶିଶୁ ସୁରକ୍ଷା ଓ ଗ୍ରୀନ ପ୍ୟାସେଜ ଯୋଜନାରେ ଉଚ୍ଚଶିକ୍ଷା ସମେତ ବୈଷୟିକ ଶିକ୍ଷାର ବ୍ୟବସ୍ଥା କରିଛନ୍ତି। ତେବେ କେନ୍ଦ୍ର ସରକାର ଏହି ଅନାଥମାନଙ୍କ ପାଇଁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ଚିଠି ଲେଖି ଦାବି ରଖିଛି ବିଜେଡି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ କୋଠା ଭୁଶୁଡିବା ପରେ ରାଜ୍ୟ ସରକାର ତତ୍ପର; ସହରରେ ଭଙ୍ଗାଯିବ ଦୁର୍ବଳ ଓ ଅସୁରକ୍ଷିତ କୋଠା

କେବଳ ଓଡ଼ିଶା ନୁହେଁ, ଦେଶର କୌଣସି ବି ସ୍ଥାନରେ ଯଦି ଅନାଥ ଶିଶୁ କେନ୍ଦ୍ରୀୟ ବିଦ୍ୟାଳୟରେ ପଢିବାକୁ ଚାହୁଁଛନ୍ତି ତୁରନ୍ତ ସୁଯୋଗ ଦେବାକୁ ଚିଠି ଲେଖିଛନ୍ତି ସାଂସଦ ଅମର ପଟ୍ଟନାୟକ। ତଥ୍ୟ ଓ ତାଲିକାକୁ ଅପେକ୍ଷା ନ କରି ୱାକ-ଇନ ମାଧ୍ୟମରେ ଆଡମିଶନ ଦିଆଯିବା ଉପରେ ଦଳ ପକ୍ଷରୁ ଦାବି କରିଛନ୍ତି। ଏହାକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଭାବିବାକୁ ପତ୍ରରେ ଉଲ୍ଲେଖ ରହିଛି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

କେନ୍ଦ୍ରୀୟ ବିଦ୍ୟାଳୟରେ ସୁଲଭ ଦରରେ ଉତ୍ତମ ଶିକ୍ଷା ମିଳିଥାଏ। ଯେଉଁଥିପାଇଁ ଏହା ଅଭିବାବକଙ୍କ ପ୍ରଥମ ପସନ୍ଦ। ଆଡମିଶନ ପାଇଁ ଅନେକ ସର୍ତ୍ତାବଳୀ ଓ କୋଟା ବ୍ୟବସ୍ଥା ଥାଏ। ତେବେ ନବୀନ ପଟ୍ଟନାୟକ ରାଜନୀତିଠାରୁ ଦୂରରେ ରହି ସାରା ଦେଶର ଚିନ୍ତା କରିଛନ୍ତି। ଯାହାକୁ ବିରୋଧୀ ଓ ଶିକ୍ଷାବିତ ପ୍ରଶଂସା କରିଛନ୍ତି। ଉଭୟ ବିଜେପି ଓ କଂଗ୍ରେସ ଅନାଥ ପିଲାଙ୍କ କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରବେଶ ପାଇଁ ବିଜେଡିକୁ ସମର୍ଥନ କରିଛନ୍ତି। କେନ୍ଦ୍ରୀୟ ବିଦ୍ୟାଳୟ ସମେତ ନବୋଦୟ ବିଦ୍ୟାଳୟରେ ନାମଲେଖା ଉପରେ ଜୋର ଦେଇଛନ୍ତି ଶିକ୍ଷାବିତ।

ଆହୁରି ପଢ଼ନ୍ତୁ: ସୋସିଆଲ ମିଡିଆରେ ନବୀନଙ୍କ ପ୍ରତି ଅପମାନଜନକ ପ୍ରଚାର; ଥାନାରେ ବିଜେପି କର୍ମକର୍ତ୍ତାଙ୍କ ନାମରେ ଅଭିଯୋଗ

ଦେଶ ଯାହା କରିବାକୁ ଚିନ୍ତାରେ କରେ, ନବୀନ ପଟ୍ଟନାୟକ ତାହା ପୂର୍ବରୁ କରି ସାରିଥାନ୍ତି। ନବୀନ କୋଭିଡ ଅନାଥଙ୍କ ଚିହ୍ନଟ, ପେନସନ ସମେତ ଶିକ୍ଷାଗତ ଭବିଷ୍ୟତର ଦାୟିତ୍ୱ ନେଇଥିବାରୁ, ସାରା ଦେଶ ଓଡ଼ିଶାକୁ ରୋଲମଡେଲ ଭାବେ ନେଉଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର