ଖୁବ୍‌ଶୀଘ୍ର ରାଜ୍ୟର ସମସ୍ତ ଜିଲ୍ଲା ବୁଲିବେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ନିକଟ ଭବିଷ୍ୟତରେ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲା ବୁଲିବେ। ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟସୂଚୀ ତିଆରି ହେବ। ନବୀନ ଜିଲ୍ଲା ବୁଲିଲେ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି ଯେ ବିଜେଡି ରାଜ୍ୟର ଏକ ନମ୍ବର ଥିଲା ଏବଂ ଏକ ନମ୍ବର ହୋଇ ରହିବ। ବ୍ଲକ୍‌ ଅଧ୍ୟକ୍ଷମାନଙ୍କୁ ହଟାଇବା ପାଇଁ ସେମାନଙ୍କ ବିରୋଧରେ […]

ଭୁବନେଶ୍ୱର: ନିକଟ ଭବିଷ୍ୟତରେ ନବୀନ ପଟ୍ଟନାୟକ ରାଜ୍ୟର ସମସ୍ତ ଜିଲ୍ଲା ବୁଲିବେ। ଏନେଇ ଖୁବ୍‌ଶୀଘ୍ର କାର୍ଯ୍ୟସୂଚୀ ତିଆରି ହେବ। ନବୀନ ଜିଲ୍ଲା ବୁଲିଲେ ସଂଗଠନ ଆହୁରି ମଜଭୁତ ହେବ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ବିଧାୟିକା ତଥା ବିରୋଧୀ ଦଳ ମୁଖ୍ୟ ସଚେତିକା ପ୍ରମିଳା ମଲ୍ଲିକ।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରମିଳା କହିଛନ୍ତି ଯେ ବିଜେଡି ରାଜ୍ୟର ଏକ ନମ୍ବର ଥିଲା ଏବଂ ଏକ ନମ୍ବର ହୋଇ ରହିବ। ବ୍ଲକ୍‌ ଅଧ୍ୟକ୍ଷମାନଙ୍କୁ ହଟାଇବା ପାଇଁ ସେମାନଙ୍କ ବିରୋଧରେ ଅନାସ୍ଥା ଆଣିବାକୁ ବିଜେପି ଚକ୍ରାନ୍ତ କରୁଛି। ଯେଉଁମାନେ ଆମ ଦଳରୁ ବିଜେପିକୁ ଯାଇଛନ୍ତି, ସେମାନେ କ’ଣ ପାଇଛନ୍ତି, ସେନେଇ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି। ବିଜେପିରେ ଏବେ ଅଧିକ ବିଶୃଙ୍ଖଳା। ଜଣେ ମନ୍ତ୍ରୀ ଅନ୍ୟ ଏକ ବିଭାଗ କଥା କହୁଛନ୍ତି। ତାଙ୍କ ଦଳ ଭିତରେ ପ୍ରବଳ ବିଭ୍ରାଟ ଥିବା ବେଳେ ଆମ ଦଳକୁ ଭାଙ୍ଗିବାକୁ ସେମାନେ କରୁଥିବା ଚକ୍ରାନ୍ତରେ ସଫଳ ହେବେନି ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ଆବାସିକ ଦ୍ୟାଳୟରେ ରାଗିଂ: ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ଧୁମ ମାଡ଼ ମାରିବା ସହ କାମ କରାଇଲେ ଦଶମ ଶ୍ରେଣୀ ଛାତ୍ର !

ସେହିପରି ଜଗନ୍ନାଥଙ୍କ ଜମି ପ୍ରସଙ୍ଗରେ ମଧ୍ୟ ଶ୍ରୀମତୀ ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ ଯିଏ ଜଗନ୍ନାଥ ଜମି ଜବରଦଖଲ କରିଛନ୍ତି, ତାକୁ ମୁକ୍ତ କରିବାକୁ କେହି ମନା କରିନାହାନ୍ତି। ସେହିପରି କର୍ପସ ପାଣ୍ଠିରେ ନୀତିକାନ୍ତି ନେଇ ଆଇନ ମନ୍ତ୍ରୀଙ୍କ ବୟାନର କଡ଼ା ପ୍ରତିକ୍ରିୟା ରଖିଛନ୍ତି ପ୍ରମିଳା। ତାଚ୍ଛଲ୍ୟ କରି ସେ କହିଛନ୍ତି ଯେ ମନ୍ଦିରରେ ନୀତିକାନ୍ତି ଚାଲିଛି, ବନ୍ଦ ହୋଇନାହିଁ। ବୋଧେ ଏ ସରକାର ନୀତିକାନ୍ତିକୁ ବି ରଙ୍ଗ ଓ ନାଁ ପରି ବଦଳା‌ଇଦେବେ। ଏମିତି ରଙ୍ଗ ବଦଳିରେ ପାଞ୍ଚବର୍ଷ ପଳେଇବ, ମାତ୍ର କିଛି କାମ କରିପାରିବେ ନାହିଁ ବୋଲି ପ୍ରମିଳା କହିଛନ୍ତି।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର