ରାଜ୍ୟ ବଜେଟକୁ ନବୀନଙ୍କ ତୀକ୍ଷ୍ଣ କଟାକ୍ଷ: କହିଲେ- ରୋଷେଇ ଘର ଖାଲି, ଖାଦ୍ୟ ତାଲିକା ଲମ୍ବା

Madhusudan Das Picture
Published On

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଜେଟ୍‌କୁ ଅତି ସଂକ୍ଷେପରେ ତୀକ୍ଷ୍ମ କଟାକ୍ଷ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ବଜେଟ ସମ୍ପର୍କରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ ରୋଷଘର ଶୂନ୍ୟ, ମାତ୍ର ଖାଦ୍ୟ ତାଲିକା ଲମ୍ବା। ସାଧାରଣତଃ ଲୋକେ ବ୍ୟଞ୍ଜନ ପ୍ରସ୍ତୁତି ସମୟରେ ରୋଷଘରେ ଥିବା ସାମଗ୍ରୀକୁ ନେଇ ବ୍ୟଞ୍ଜନ ସୂଚୀ ପ୍ରସ୍ତୁତ କରିଥାଆନ୍ତି । ମାତ୍ର ଯେଉଁଠି ରୋଷଘର ଖାଲି, ରୋଷଘରେ ବ୍ୟଞ୍ଜନ ସାମଗ୍ରୀ ନାହିଁ, ସେଠାରେ ଲମ୍ବା ଖାଦ୍ୟ ସୂଚୀର ଅର୍ଥ କ’ଣ ବୋଲି ପରୋକ୍ଷରେ ନବୀନ କହିଛନ୍ତି।

ଆହୁରି ପଢ଼ନ୍ତୁ: ସୁବର୍ଣ୍ଣପୁରର ଏକ ତେଲ କାରଖାନାରେ ଭୟାବହ ଅଗ୍ନିକାଣ୍ଡ, ନିଆଁ ଲିଭା କାର୍ଯ୍ୟ ଜାରି

ଆଉ ଏକ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଓଡ଼ିଶା ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଇ ନବୀନ କହିଛନ୍ତି ଯେ ଡ଼ବଲ ଇଞ୍ଜିନ୍‌ ସରକାର ଓଡ଼ିଶାର ଜନସାଧାରଣଙ୍କ ହାତରେ ଜହ୍ନ ଦେବାର ପ୍ରତିଶ୍ରୁତି ଦେଇ ଏବେ ଓଲଟା ଦିଗରେ ନେଉଛନ୍ତି । ରାଜ୍ୟ ଏକ ନୂଆ ଯୁଗ ଦିଶାରେ ଗତି କରୁଛି, ଯେଉଁଠି ଜନ୍ମ ହେଉହେଉ ଓଡ଼ିଶାର ପ୍ରତ୍ୟେକ ଶିଶୁଙ୍କ ମୁଣ୍ଡରେ ୩୦ ହଜାର ଟଙ୍କାର ଋଣ ବୋଝ ପଡ଼ିବ । ଯେତେବେଳେ ବିଜେଡି ସରକାର ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଋଣ ପରିଶୋଧ ପରେ ଲୋକଙ୍କ କଲ୍ୟାଣ ଓ ବିକାଶ ପ୍ରକଳ୍ପ ପାଇଁ କମ୍‌ ପାଣ୍ଠି ବଳକା ରହୁଥିଲା। ବର୍ଷ ବର୍ଷର ସୁଚିନ୍ତିତ ଯୋଜନା ଓ ସୁସଙ୍ଗତ ବିତ୍ତୀୟ ପରିଚାଳନା ଦ୍ୱାରା ଆମେ ଋଣ ବୋଝକୁ ବହୁ ପରିମାଣରେ ହ୍ରାସ କରିଥିଲୁ । ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ହୋଇଥିଲା। ମାତ୍ର ବିଜେପି ସରକାର  ଖୁବ୍‌ ଶୀଘ୍ର ଓଡ଼ିଶାକୁ ଏକ ଦେବାଳିଆ ରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଚାଲିଛନ୍ତି । ରାଜ୍ୟର  ଋଣ ଖୁବ୍‌ ଶୀଘ୍ର ୧,୩୦,୦୦୦ କୋଟି ଟଙ୍କା ଛୁଇଁବାକୁ ଯାଉଛି। ଏହା ଓଡ଼ିଶା ଉପରେ ଆର୍ଥିକ ଚାପ ପକାଇବ, ରାଜ୍ୟର ବିକାଶ ଗତି ଏବଂ ଲୋକଙ୍କ କଲ୍ୟାଣକୁ ପଥଭ୍ରଷ୍ଟ କରିବ। 

ଆହୁରି ପଢ଼ନ୍ତୁ: କାଠଯୋଡ଼ି ନଦୀରୁ ମେଡିକାଲ ଛାତ୍ରୀ ମୃତଦେହ ଉଦ୍ଧାର ଘଟଣା: ବାରଙ୍ଗ ଥାନାରେ ଯୁବତୀଙ୍କ ପୁରୁଷ ବନ୍ଧୁଙ୍କ ବିରୋଧରେ ଅଭିଯୋଗ

ଓଡିଶାର ଲୋକମାନେ ଆଶା କରିଥିଲେ ଯେ ଡବଲ୍‌ ଇଞ୍ଜିନ୍‌ କେନ୍ଦ୍ରରୁ ଦ୍ୱିଗୁଣିତ ଅନୁଦାନ ଓ ସହାୟତା ରାଶି ଆଣିବ। ମାତ୍ର ଦୁର୍ଭାଗ୍ୟ ହେଉଛି ବର୍ଷ ବର୍ଷ ଧରି ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି ଓ ଗତ ଦୁଇବର୍ଷରେ ଏହା ଚରମ ସୀମାରେ ପହଞ୍ଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ୍‌ ଅଭିଭାଷଣ ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି, କିନ୍ତୁ ବଜେଟ୍‌ ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ରାଜ୍ୟର ବିକାଶ ଉପରେ କୌଣସି ଧ୍ୟାନ ନ ଦେଇ ସମସ୍ତ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ଶୂନ୍ୟ ରୋଷେଇଘର କିନ୍ତୁ ଖାଦ୍ୟ ସୂଚୀ ଲମ୍ବା ବୋଲି ନବୀନ କହିଛନ୍ତି । 

ଆହୁରି ପଢ଼ନ୍ତୁ: ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଓଡ଼ିଶା; ଜଳୁଛି ପଶ୍ଚିମରୁ ଉପକୂଳ, ଆହୁରି ୪ ଦିନ ପର୍ଯ୍ୟନ୍ତ ଜାରି ରହିବ ଏପରି ସ୍ଥିତି

20 Feb 2026 By Madhusudan Das

ରାଜ୍ୟ ବଜେଟକୁ ନବୀନଙ୍କ ତୀକ୍ଷ୍ଣ କଟାକ୍ଷ: କହିଲେ- ରୋଷେଇ ଘର ଖାଲି, ଖାଦ୍ୟ ତାଲିକା ଲମ୍ବା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଜେଟ୍‌କୁ ଅତି ସଂକ୍ଷେପରେ ତୀକ୍ଷ୍ମ କଟାକ୍ଷ କରିଛନ୍ତି ବିରୋଧୀଦଳ ନେତା ନବୀନ ପଟ୍ଟନାୟକ। ବଜେଟ ସମ୍ପର୍କରେ ପ୍ରତିକ୍ରିୟା ରଖି ନବୀନ କହିଛନ୍ତି ଯେ ରୋଷଘର ଶୂନ୍ୟ, ମାତ୍ର ଖାଦ୍ୟ ତାଲିକା ଲମ୍ବା। ସାଧାରଣତଃ ଲୋକେ ବ୍ୟଞ୍ଜନ ପ୍ରସ୍ତୁତି ସମୟରେ ରୋଷଘରେ ଥିବା ସାମଗ୍ରୀକୁ ନେଇ ବ୍ୟଞ୍ଜନ ସୂଚୀ ପ୍ରସ୍ତୁତ କରିଥାଆନ୍ତି । ମାତ୍ର ଯେଉଁଠି ରୋଷଘର ଖାଲି, ରୋଷଘରେ ବ୍ୟଞ୍ଜନ ସାମଗ୍ରୀ ନାହିଁ, ସେଠାରେ ଲମ୍ବା ଖାଦ୍ୟ ସୂଚୀର ଅର୍ଥ କ’ଣ ବୋଲି ପରୋକ୍ଷରେ ନବୀନ କହିଛନ୍ତି।

ଆଉ ଏକ ବଜେଟ୍‌ ଉପସ୍ଥାପନ କରିବା ପାଇଁ ଓଡ଼ିଶା ବିଜେପି ସରକାରଙ୍କୁ ଅଭିନନ୍ଦନ ଜଣାଇ ନବୀନ କହିଛନ୍ତି ଯେ ଡ଼ବଲ ଇଞ୍ଜିନ୍‌ ସରକାର ଓଡ଼ିଶାର ଜନସାଧାରଣଙ୍କ ହାତରେ ଜହ୍ନ ଦେବାର ପ୍ରତିଶ୍ରୁତି ଦେଇ ଏବେ ଓଲଟା ଦିଗରେ ନେଉଛନ୍ତି । ରାଜ୍ୟ ଏକ ନୂଆ ଯୁଗ ଦିଶାରେ ଗତି କରୁଛି, ଯେଉଁଠି ଜନ୍ମ ହେଉହେଉ ଓଡ଼ିଶାର ପ୍ରତ୍ୟେକ ଶିଶୁଙ୍କ ମୁଣ୍ଡରେ ୩୦ ହଜାର ଟଙ୍କାର ଋଣ ବୋଝ ପଡ଼ିବ । ଯେତେବେଳେ ବିଜେଡି ସରକାର ଦାୟିତ୍ୱ ଗ୍ରହଣ କଲେ, ସେତେବେଳେ ଋଣ ପରିଶୋଧ ପରେ ଲୋକଙ୍କ କଲ୍ୟାଣ ଓ ବିକାଶ ପ୍ରକଳ୍ପ ପାଇଁ କମ୍‌ ପାଣ୍ଠି ବଳକା ରହୁଥିଲା। ବର୍ଷ ବର୍ଷର ସୁଚିନ୍ତିତ ଯୋଜନା ଓ ସୁସଙ୍ଗତ ବିତ୍ତୀୟ ପରିଚାଳନା ଦ୍ୱାରା ଆମେ ଋଣ ବୋଝକୁ ବହୁ ପରିମାଣରେ ହ୍ରାସ କରିଥିଲୁ । ଆର୍ଥିକ ପରିଚାଳନାରେ ଓଡ଼ିଶା ଦେଶର ଶ୍ରେଷ୍ଠ ରାଜ୍ୟରେ ପରିଣତ ହୋଇଥିଲା। ମାତ୍ର ବିଜେପି ସରକାର  ଖୁବ୍‌ ଶୀଘ୍ର ଓଡ଼ିଶାକୁ ଏକ ଦେବାଳିଆ ରାଜ୍ୟରେ ପରିଣତ କରିବା ଦିଗରେ ଆଗେଇ ଚାଲିଛନ୍ତି । ରାଜ୍ୟର  ଋଣ ଖୁବ୍‌ ଶୀଘ୍ର ୧,୩୦,୦୦୦ କୋଟି ଟଙ୍କା ଛୁଇଁବାକୁ ଯାଉଛି। ଏହା ଓଡ଼ିଶା ଉପରେ ଆର୍ଥିକ ଚାପ ପକାଇବ, ରାଜ୍ୟର ବିକାଶ ଗତି ଏବଂ ଲୋକଙ୍କ କଲ୍ୟାଣକୁ ପଥଭ୍ରଷ୍ଟ କରିବ। 

ଓଡିଶାର ଲୋକମାନେ ଆଶା କରିଥିଲେ ଯେ ଡବଲ୍‌ ଇଞ୍ଜିନ୍‌ କେନ୍ଦ୍ରରୁ ଦ୍ୱିଗୁଣିତ ଅନୁଦାନ ଓ ସହାୟତା ରାଶି ଆଣିବ। ମାତ୍ର ଦୁର୍ଭାଗ୍ୟ ହେଉଛି ବର୍ଷ ବର୍ଷ ଧରି ଓଡ଼ିଶାକୁ କେନ୍ଦ୍ରୀୟ ଅନୁଦାନ ହ୍ରାସ ପାଉଛି ଓ ଗତ ଦୁଇବର୍ଷରେ ଏହା ଚରମ ସୀମାରେ ପହଞ୍ଚିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ତାଙ୍କ ୍‌ ଅଭିଭାଷଣ ଚାଷୀଙ୍କୁ ଉତ୍ସର୍ଗ କରିଛନ୍ତି, କିନ୍ତୁ ବଜେଟ୍‌ ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ରାଜ୍ୟର ବିକାଶ ଉପରେ କୌଣସି ଧ୍ୟାନ ନ ଦେଇ ସମସ୍ତ ବଡ଼ ପ୍ରତିଶ୍ରୁତି ଦିଆଯାଇଛି । ଶୂନ୍ୟ ରୋଷେଇଘର କିନ୍ତୁ ଖାଦ୍ୟ ସୂଚୀ ଲମ୍ବା ବୋଲି ନବୀନ କହିଛନ୍ତି । 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର