ମନୋରଞ୍ଜନ
ଅନ୍ଲାଇନ୍ରେ ପିଏଚ୍ଡି ଓ ଏମ୍ଫିଲ୍ କରୁଥିଲେ ସାବଧାନ ! ବୈଧ ଭାବେ ଗ୍ରହଣ କରୁନି ୟୁଜିସି
ଭୁବନେଶ୍ୱର: ବିଭିନ୍ନ ଏଡୁଟେକ୍ କମ୍ପାନୀ ଅଧୀନରେ ଛାତ୍ରଛାତ୍ରୀ ପିଏଚ୍ଡି ଅଧ୍ୟୟନ କରୁଥିବା ବେଳେ ସମ୍ପୃକ୍ତ ଡିଗ୍ରୀଗୁଡ଼ିକ ୟୁଜିସି ଦ୍ୱାରା ମାନ୍ୟତାପ୍ରାପ୍ତ ନୁହେଁ। ତେଣୁ କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା ପୂର୍ବରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ତଥ୍ୟ ଯାଞ୍ଚ ପାଇଁ ୟୁଜିସି ପରାମର୍ଶ ଦେଇଛି। ଅନ୍ଲାଇନ୍ ଏମ୍ଫିଲ୍ ଓପିଏଚ୍ଡିକୁ ୟୁଜିସି ଏବଂ ଏଆଇସିଟିଇ ଗ୍ରହଣ କରୁ ନ ଥିବାବେଳେ ଏହି ପାଠ୍ୟକ୍ରମରେ ନାମ ନ ଲେଖାଇବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ୟୁଜିସି ଦର୍ଶାଇଛି ଅନ୍ଲାଇନରୁ ଛାତ୍ରଛାତ୍ରୀ ଏମଫିଲ୍ […]
ଭୁବନେଶ୍ୱର: ବିଭିନ୍ନ ଏଡୁଟେକ୍ କମ୍ପାନୀ ଅଧୀନରେ ଛାତ୍ରଛାତ୍ରୀ ପିଏଚ୍ଡି ଅଧ୍ୟୟନ କରୁଥିବା ବେଳେ ସମ୍ପୃକ୍ତ ଡିଗ୍ରୀଗୁଡ଼ିକ ୟୁଜିସି ଦ୍ୱାରା ମାନ୍ୟତାପ୍ରାପ୍ତ ନୁହେଁ। ତେଣୁ କୌଣସି ଶିକ୍ଷାନୁଷ୍ଠାନରେ ନାମଲେଖା ପୂର୍ବରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନ ସମ୍ପର୍କରେ ସବିଶେଷ ତଥ୍ୟ ଯାଞ୍ଚ ପାଇଁ ୟୁଜିସି ପରାମର୍ଶ ଦେଇଛି। ଅନ୍ଲାଇନ୍ ଏମ୍ଫିଲ୍ ଓପିଏଚ୍ଡିକୁ ୟୁଜିସି ଏବଂ ଏଆଇସିଟିଇ ଗ୍ରହଣ କରୁ ନ ଥିବାବେଳେ ଏହି ପାଠ୍ୟକ୍ରମରେ ନାମ ନ ଲେଖାଇବାକୁ ୟୁଜିସି ପକ୍ଷରୁ ପରାମର୍ଶ ଦିଆଯାଇଛି। ୟୁଜିସି ଦର୍ଶାଇଛି ଅନ୍ଲାଇନରୁ ଛାତ୍ରଛାତ୍ରୀ ଏମଫିଲ୍ ଓ ପିଏଚ୍ଡି ଭଳି ଡିଗ୍ରୀ ହାସଲ କରୁଛନ୍ତି। ବିଭିନ୍ନ ସମୟରେ ଅନ୍ଲାଇନ ଏବଂ ଦୂରନିରନ୍ତର ଶିକ୍ଷା ମାଧ୍ୟମରେ ଏମ୍ଫିଲ/ପିଏଚ୍ଡି ଆଦି ଅଧ୍ୟୟନ ଲାଗି ପିଲାମାନେ ପଞ୍ଜୀକରଣ ମଧ୍ୟ କରୁଛନ୍ତି। ହେଲେ ବିଶ୍ୱବିଦ୍ୟାଳୟଗୁଡ଼ିକ ୟୁଜିସି(ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ) ଦ୍ୱାରା ପ୍ରଦତ୍ତ ମାର୍ଗଦର୍ଶିକାକୁ ଆଦୌ ପାଳନ କରୁନାହାନ୍ତି। ଫଳରେ ପିଏଚ୍ଡି ତଥା ଏମ୍ଫିଲ୍ ଆଦି ଡିଗ୍ରୀର ଗୁଣାତ୍ମକ ମାନ ରହୁନାହିଁ। ତେଣୁ ପିଏଚ୍ଡି ନାମଲେଖା ପୂର୍ବରୁ ୟୁଜିସିର ମାର୍ଗଦର୍ଶିକାକୁ ଭଲ ଭାବେ ଅନୁସରଣ କରିବାକୁ ଆୟୋଗ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛି। ବିଶେଷତଃ ବିଭିନ୍ନ ଏଡୁଟେକ୍ କମ୍ପାନୀ ବିଦେଶର ପ୍ରତିଷ୍ଠାନ ସହ ଅନୁବନ୍ଧିତ ଥିବା ଦର୍ଶାଇ ପିଏଚ୍ଡି ଡିଗ୍ରୀ ପ୍ରଦାନ କରୁଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକୁ ତଥା ଅନ୍ଲାଇନ୍ ପିଏଚ୍ଡି ଡିଗ୍ରୀକୁ ୟୁଜିସି ‘ପିଏଚ୍ଡି ଅଧିନିୟମ ୨୦୧୬’ ଅନୁଯାୟୀ ଗ୍ରହଣ କରୁ ନ ଥିବା ମଧ୍ୟ ଦର୍ଶାଇଛି। ତେଣୁ ଅନଲାଇନ୍ କିମ୍ବା ଏଡୁଟେକ୍ ଭଳି ଶିକ୍ଷାନୁଷ୍ଠାନଗୁଡ଼ିକରେ ନାମଲେଖା ପୂର୍ବରୁ ୟୁଜିସି ମାର୍ଗଦର୍ଶିକାକୁ ଅନୁପାଳନ କରିବାକୁ ୟୁଜିସି ପରାମର୍ଶ ଦେଇଛି।





