ଡିସେମ୍ବର ୧୭ରେ ଓଟିଇଟି: ଆଜିଠୁ ଅନଲାଇନ ଆବେଦନ ଆରମ୍ଭ, ୨୫ତାରିଖ ଯାଏଁ କରିପାରିବେ ପରୀକ୍ଷାର୍ଥୀ

Madhusudan Das Picture
Published On

କଟକ: ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଆନୁକୂଲ୍ୟରେ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) -୨୦୨୫ ପରୀକ୍ଷା ଆସନ୍ତା ଡିସେମ୍ବର ୧୭ରେ ଅନୁଷ୍ଠିତ ହେବ ବୋଲି ଧାର୍ଯ୍ୟ ହୋଇଛି। ଏ ସଂକ୍ରାନ୍ତରେ ବୋର୍ଡ ପକ୍ଷରୁ ଗତକାଲି ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପ୍ରଥମ ସିଟିଂରେ ପେପର୍‌-୧ ପରୀକ୍ଷା ସକାଳ ୯ଟାରୁ ଦିନ ସାଢ଼େ ୧୧ଟା ପର୍ଯ୍ୟନ୍ତ ଓ ଦ୍ୱିତୀୟ ସିଟିଂରେ ପେପର-୨ ପରୀକ୍ଷା ଦିନ୨ଟାରୁ ଅପରାହ୍‌ଣ ସାଢ଼େ ୪ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଆଜିଠାରୁ ଏଥିପାଇଁ ଅନଲାଇନ ଆବେଦନ ପାଇଁ ଲିଙ୍କ୍‌ ବୋର୍ଡ ୱେବସାଇଟ୍‌ରେ ନଭେମ୍ବର ୨୫ ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଉପଲବ୍ଧ ରହିବ। ତେବେ ଫି’ ଦେୟ ଓ ଫର୍ମ ଦାଖଲ ଆସନ୍ତା ନଭେମ୍ବର ୨୬ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ କରାଯାଇପାରିବ। ସେହିଭଳି ଆସନ୍ତା ଡିସେମ୍ବର ୧୦ରୁ ଆଡମିଟ କାର୍ଡ ପ୍ରଦାନ କରାଯିବ। 

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ପ୍ରକାଶଥାଉକି, ସ୍ୱତନ୍ତ୍ର ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌  ଯୋଗୁଁ ଗତ ଜୁଲାଇ ୨୦ରେ ଥିବା ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା। ପରେ ତରବରିଆ ଭାବେ ଅଗଷ୍ଟ ୩୧ରେ ପରୀକ୍ଷା ପାଇଁ ବିଜ୍ଞପ୍ତି ଜାରି କରାଯାଇ ଏହାକୁ ମଧ୍ୟ ସ୍ଥଗିତ ରଖାଯାଇଥିଲା। ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ବୋର୍ଡର ପ୍ରାକ୍ତନ ଉପସଭାପତି ନୀହାର ମହାନ୍ତି ଓ ଡାଟା ଏଣ୍ଟ୍ରି ଅପରେଟର୍‌ ଜିତନ ମହାରଣାଙ୍କ ସମେତ ମୋଟ ୮ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର