BSKY ନବୀନ କାର୍ଡ ପାଇଁ ୪ ଦିନରେ ୭୧ ହଜାର ଆବେଦନ : ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନକାରୀ

The Sakala Picture
Published On

ଭୁବନେଶ୍ୱର : ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ […]

ଭୁବନେଶ୍ୱର : ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍‌କେୱାଇ ନବୀନ କାର୍ଡର ଅଧିକାଂଶ କରାଯାଉଛି। ସେହିପରି ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ଆହୁରି ପଢ଼ନ୍ତୁ: ପ୍ରକଳ୍ପ ‘ସହଯୋଗ’ ଜରିଆରେ ସମ୍ପ୍ରଦାୟଗୁଡ଼ିକୁ ସମୟୋଚିତ ସହାୟତା ପ୍ରଦାନ କରୁଛି ବେଦାନ୍ତ

ବିଏସ୍‌କେୱାଇରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଆର୍ଥିକ ବୋଝରୁ ସୁରକ୍ଷା ଦେବା ଲକ୍ଷ୍ୟରେ ନୂଆ ବର୍ଷ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସ୍‌କେୱାଇ ନବୀନ କାର୍ଡ ଘୋଷଣା କରିଥିଲେ। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍‌ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍‌ ଦେଇ) ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି। ଏହା ଦ୍ୱାରା ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ (୯୦%) ବିଏସ୍‌କେୱାଇରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍‌କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍‌କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍‌ନୀ ରୋଗୀ, ଲିଭର୍‌ ରୋଗୀ, ବ୍ରେନ୍‌ ଷ୍ଟ୍ରୋକ୍‌, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍‌ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍‌କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।

ଆହୁରି ପଢ଼ନ୍ତୁ: ନିଟ୍‌‌ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ: ଭୁବନେଶ୍ୱରରେ ପହଞ୍ଚି ପୁଣି କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦୋହରାଇଲେ ନବୀନ

ଯେଉଁମାନେ ବିଏସ୍‌କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ସେମାନେ ପାଉଥିବା ଚିକିତ୍ସା ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଅବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ କରି ସାମିଲ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍‌କେୱାଇରେ ସ୍ୱତଃ ଅନ୍ତର୍ଭୁକ୍ତ ହେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

ଆହୁରି ପଢ଼ନ୍ତୁ: ଢେଙ୍କାନାଳରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଖରୀକୁ ଖସିଲା ବରଯାତ୍ରୀ ଗାଡ଼ି, ୫ ମୃତ

09 Jan 2024 By The Sakala

BSKY ନବୀନ କାର୍ଡ ପାଇଁ ୪ ଦିନରେ ୭୧ ହଜାର ଆବେଦନ : ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନକାରୀ

ଭୁବନେଶ୍ୱର : ବିଏସ୍‌କେୱାଇ ‘ନବୀନ କାର୍ଡ ‘ପାଇଁ ଗ୍ରାମାଞ୍ଚଳରେ ସୃଷ୍ଟି ହୋଇଛି ପ୍ରବଳ ଉତ୍ସାହ। ଗତ ୪ ଦିନ ମଧ୍ୟରେ ନବୀନ କାର୍ଡ ପାଇଁ ୧.୨ ଲକ୍ଷ ପଞ୍ଜୀକରଣ ହୋଇଥିବାବେଳେ ୭୧୦୦୦ ଆବେଦନପତ୍ର ବିଭାଗ ନିକଟରେ ପହଞ୍ଚିଛି। ୩୦ଟି ଯାକ ଜିଲ୍ଳାରୁ ପଞ୍ଜୀକରଣ ପାଇଁ ଆବେଦନ ହୋଇଥିବା ବେଳେ ଗଞ୍ଜାମ, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆବେଦନ ହୋଇଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲାରୁ ୯୫୨୫ ପରିବାର ଆବେଦନ କରିଥିବା ବେଳେ କଟକରୁ ୭୩୫୯ ଏବଂ ଖୋର୍ଦ୍ଧାରୁ ୭୧୬୫ ଆବେଦନ ବିଭାଗ ନିକଟରେ ପହଞ୍ଚିଛି। ବିଭିନ୍ନ ଜନସେବା କେନ୍ଦ୍ର ଜରିଆରେ ବିଏସ୍‌କେୱାଇ ନବୀନ କାର୍ଡର ଅଧିକାଂଶ କରାଯାଉଛି। ସେହିପରି ଅନେକ ଲୋକ ସିଧାସଳଖ bskynabin.odisha.gov.in ୱେବ୍‌ସାଇଟ୍‌ରେ ଲଗ୍‌ ଇନ୍‌ କରି ଆବେଦନ କରିପାରିଛନ୍ତି। ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ଆବେଦନ ଜାରି ରହିବ। ଚଳିତ ବର୍ଷ ମେ’ ପହିଲାରୁ ନବୀନ କାର୍ଡରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହେବ।

ବିଏସ୍‌କେୱାଇରୁ ବଞ୍ଚିତ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଜନିତ ଆର୍ଥିକ ବୋଝରୁ ସୁରକ୍ଷା ଦେବା ଲକ୍ଷ୍ୟରେ ନୂଆ ବର୍ଷ ଭେଟି ସ୍ୱରୂପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଏସ୍‌କେୱାଇ ନବୀନ କାର୍ଡ ଘୋଷଣା କରିଥିଲେ। ତୃତୀୟ ପର୍ଯ୍ୟାୟ ସମ୍ପ୍ରସାରଣରେ ଗ୍ରାମାଞ୍ଚଳର ସବୁ ପରିବାର ପାଇଁ (ସରକାରୀ କର୍ମଚାରୀ, ପେନସନ୍‌ଭୋଗୀ ଓ ଆୟକର ଦାତାଙ୍କୁ ବାଦ୍‌ ଦେଇ) ବିଏସ୍‌କେୱାଇ ନବୀନ କାର୍ଡ ଆରମ୍ଭ କରାଯାଇଛି। ଏହା ଦ୍ୱାରା ରାସନ କାର୍ଡ ନ ଥିବା ପ୍ରାୟ ୧୪ ଲକ୍ଷ ପରିବାରକୁ ସର୍ବଶ୍ରେଷ୍ଠ ସ୍ୱାସ୍ଥ୍ୟ ସେବା ଯୋଜନାରେ ସାମିଲ କରାଯିବ। ଏହାକୁ ମିଶାଇ ପ୍ରାୟ ୧.୧୦ ପରିବାରକୁ (୯୦%) ବିଏସ୍‌କେୱାଇରେ ସାମିଲ କରାଯାଇଛି। ଖୁବ୍‌ ଶୀଘ୍ର ସହରାଞ୍ଚଳର ସବୁ ପରିବାରକୁ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ବିଏସ୍‌କେୱାଇ ନବୀନ କାର୍ଡରେ ପରିବାରର ପୁରୁଷଙ୍କ ପାଇଁ ୫ ଲକ୍ଷ ଏବଂ ମହିଳା ସଦସ୍ୟଙ୍କ ପାଇଁ ୧୦ ଲକ୍ଷ ଟଙ୍କାର ଚିକିତ୍ସା ଉପଲବ୍ଧ ହେବ। ବିଏସ୍‌କେୱାଇ ନବୀନ କାର୍ଡ ହିତାଧିକାରୀମାନେ ତାଲିକାଭୁକ୍ତ ଘରୋଇ ଡାକ୍ତରଖାନାରେ ନିର୍ଦ୍ଧାରିତ ଗୁରୁତର (କ୍ରିଟିକାଲ) ରୋଗ ଗୁଡିକର ଦେୟମୁକ୍ତ ଚିକିତ୍ସା ପାଇବେ। ହୃଦରୋଗୀ, କିଡ୍‌ନୀ ରୋଗୀ, ଲିଭର୍‌ ରୋଗୀ, ବ୍ରେନ୍‌ ଷ୍ଟ୍ରୋକ୍‌, ଗମ୍ଭୀର ମସ୍ତିଷ୍କ କ୍ଷତ, ବ୍ରେନ୍‌ ଟ୍ୟୁମର, ପେଡ଼ାଜଳା ଆହତ, ସ୍ନାୟୁ, ମାଂଶପେଶୀ ଏବଂ କର୍କଟ ରୋଗୀଙ୍କୁ ବିଏସ୍‌କେୱାଇ ନବୀନ କାର୍ଡରେ ଚିକିତ୍ସା ମିଳିବ।

ଯେଉଁମାନେ ବିଏସ୍‌କେୱାଇ କାର୍ଡ ପାଇଛନ୍ତି ସେମାନଙ୍କର ବିଏସ୍‌କେୱାଇ ନବୀନ କାର୍ଡ ପାଇଁ ପଞ୍ଜୀକରଣ କରିବାର ଆବଶ୍ୟକତା ରହିବ ନାହିଁ। ସେମାନେ ପାଉଥିବା ଚିକିତ୍ସା ସୁବିଧାରେ କୌଣସି ପରିବର୍ତ୍ତନ ହେବ ନାହିଁ। ଜାତୀୟ ଖାଦ୍ୟ ନିରାପତ୍ତା ଅବା ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନାରେ ନୂଆ କରି ସାମିଲ ହେଉଥିବା ହିତାଧିକାରୀମାନେ ବର୍ତ୍ତମାନ ଚାଲୁ ରହିଥିବା ବିଏସ୍‌କେୱାଇରେ ସ୍ୱତଃ ଅନ୍ତର୍ଭୁକ୍ତ ହେବେ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର