କମୁଛି ଯୋଗାଣ, ୫୦ ଛୁଇଁଲାଣି ପିଆଜ ଦର

The Sakala Picture
Published On

ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦ ଟଙ୍କା ରହିଥିବା ପିଆଜ କିଲୋ ପିଛା ବୁଧବାର ହଠାତ୍ ୫୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ […]

ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦ ଟଙ୍କା ରହିଥିବା ପିଆଜ କିଲୋ ପିଛା ବୁଧବାର ହଠାତ୍ ୫୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ କହିବା କଥା, ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢ଼ିଛି। ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି। ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି। ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡ଼ିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି। ତେଣୁ ଆଗକୁ ଖୁଚୁରା ବଜାରରେ ଦର କିଭଳି ରୂପ ନେବ, ତାହା ଏଥିରୁ ଅନୁମାନ କରାଯାଇପାରେ। ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ଆଜି କ୍ୱିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫୦୧୪ ଟଙ୍କା ରହିଛି। ଚଳିତ ମାସ ୩ ତାରିଖରେ ସେଠାରେ ପିଆଜ ଦର କ୍ୱିଣ୍ଟାଲ ପିଛା ୯୦୦ ରୁ ୨୫୦୦ ଟଙ୍କା ରହିଥିଲା। ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ କ୍ୱିଣ୍ଟାଲ ପିଛା ୨୦୦୦ରୁ ୪୦୦୦ ଟଙ୍କା ମଧ୍ୟରେ ରହିଛି।

ଆହୁରି ପଢ଼ନ୍ତୁ: ଅନୁଗୁଳର ନରହନ୍ତା ଦନ୍ତାକୁ ସାତକୋଶିଆରେ ଛାଡିବାକୁ ସ୍ଥାନୀୟ ଅଞ୍ଚଳରେ ବିରୋଧ

ସର୍ବଭାରତୀୟ ପନିପରିବା ଉତ୍ପାଦକ ସଂଘର କହିବାନୁଯାୟୀ, ପିଆଜ ଅମଳ ବିଳମ୍ବ ହେଉଥିବା ଯୋଗୁ ବର୍ତ୍ତମାନ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି। ତଥାପି ଏଥର ପୁରୁଣା ପିଆଜର ଷ୍ଟକ୍ ଭଲ ଥିଲା। ମଣ୍ଡିରେ ପିଆଜ ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ଖୁଚୁରା ବଜାରରେ ଅନୁଭୂତ ହେଲାଣି। ତେବେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ରେ ପିଆଜ କେଜି ପିଛା ସର୍ବାଧିକ ମୂଲ୍ୟ ୭୦ ଟଙ୍କା ଓ ନ୍ୟୂନତମ ମୂଲ୍ୟ ୧୭ ଟଙ୍କାରେ କାରବାର ହେଉଥିବା ସୂଚିତ କରାଯାଇଛି। ଏହାଛଡ଼ା ଚଳିତ ମାସରେ ସାରା ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୨.୩୬ ଟଙ୍କାରୁ ୩୨୯.୦୧ ଟଙ୍କାକୁ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଲେ ବଢ଼ିପାରେ ଖରାଛୁଟି: ଗଣଶିକ୍ଷା ମନ୍ତ୍ରୀ

26 Oct 2023 By The Sakala

କମୁଛି ଯୋଗାଣ, ୫୦ ଛୁଇଁଲାଣି ପିଆଜ ଦର

ଭୁବନେଶ୍ବର: ଟମାଟୋ, ଅଦା, ରସୁଣ ପରେ ଏବେ ପିଆଜ ପାଳି। ଦଶହରା ଶେଷ ହେଉଣୁ ବଜାରରେ ପିଆଜ ତାତି ଆରମ୍ଭ ହୋଇଯାଇଛି। ଚଳିତ ବର୍ଷ ଖାଉଟି ଏଯାଏ ଆଳୁ ଏବଂ ପିଆଜ ଦରବୃଦ୍ଧିରୁ ନିସ୍ତାର ପାଇଥିଲେ। ହେଲେ ଏବେ ଆଉ ସେହି ସ୍ଥିତି ନାହିଁ। ଏବେ ଖାଉଟି ବଜାରରେ ପିଆଜ କିଲୋ ପିଛା ୫୦ ଟଙ୍କା ଛୁଇଁଛି। କିଲୋ ପିଛା ୪୦ ଟଙ୍କା ରହିଥିବା ପିଆଜ କିଲୋ ପିଛା ବୁଧବାର ହଠାତ୍ ୫୦ ଟଙ୍କା ହୋଇଯାଇଛି। ବ୍ୟବସାୟୀଙ୍କ କହିବା କଥା, ଚାହିଦା ମୁତାବକ ଯୋଗାଣ ସମ୍ଭବ ହେଉନଥିବାରୁ ଦର ବଢ଼ିଛି। ନୂଆ ପିଆଜ ଅମଳରେ ବିଳମ୍ବ ଘଟୁଥିବାରୁ ଏପରି ସ୍ଥିତି ଦେଖାଦେଇଛି। ତେବେ ନଭେମ୍ବର ମଧ୍ୟଭାଗରେ ବଜାରକୁ ନୂଆ ପିଆଜ ଆସିଲେ ଦର କମିଯିବ ବୋଲି କୁହାଯାଉଛି। ଦେଶର ମୁଖ୍ୟ ପିଆଜ ଉତ୍ପାଦନକାରୀ ରାଜ୍ୟ ମହାରାଷ୍ଟ୍ରର ମଣ୍ଡିଗୁଡ଼ିକରେ ସବୁଠାରୁ ଭଲ ମାନର ଥିବା ପିଆଜର ପାଇକାରୀ ମୂଲ୍ୟ କିଲୋ ପିଛା ୫୦ ଟଙ୍କା ଅତିକ୍ରମ କରିଗଲାଣି। ତେଣୁ ଆଗକୁ ଖୁଚୁରା ବଜାରରେ ଦର କିଭଳି ରୂପ ନେବ, ତାହା ଏଥିରୁ ଅନୁମାନ କରାଯାଇପାରେ। ମହାରାଷ୍ଟ୍ରର ପିମ୍ପଲଗାଓଁ ମଣ୍ଡିରେ ପିଆଜ ମୂଲ୍ୟ ଆଜି କ୍ୱିଣ୍ଟାଲ ପିଛା ରେକର୍ଡ ୨୫୦୦ରୁ ୫୦୧୪ ଟଙ୍କା ରହିଛି। ଚଳିତ ମାସ ୩ ତାରିଖରେ ସେଠାରେ ପିଆଜ ଦର କ୍ୱିଣ୍ଟାଲ ପିଛା ୯୦୦ ରୁ ୨୫୦୦ ଟଙ୍କା ରହିଥିଲା। ଦିଲ୍ଲୀର ଆଜାଦପୁର ମଣ୍ଡିରେ ପିଆଜ କ୍ୱିଣ୍ଟାଲ ପିଛା ୨୦୦୦ରୁ ୪୦୦୦ ଟଙ୍କା ମଧ୍ୟରେ ରହିଛି।

ସର୍ବଭାରତୀୟ ପନିପରିବା ଉତ୍ପାଦକ ସଂଘର କହିବାନୁଯାୟୀ, ପିଆଜ ଅମଳ ବିଳମ୍ବ ହେଉଥିବା ଯୋଗୁ ବର୍ତ୍ତମାନ ବଜାରରେ ମୂଲ୍ୟ ବୃଦ୍ଧି ପାଇଛି। ତଥାପି ଏଥର ପୁରୁଣା ପିଆଜର ଷ୍ଟକ୍ ଭଲ ଥିଲା। ମଣ୍ଡିରେ ପିଆଜ ମୂଲ୍ୟ ବୃଦ୍ଧିର ପ୍ରଭାବ ସିଧାସଳଖ ଭାବେ ଖୁଚୁରା ବଜାରରେ ଅନୁଭୂତ ହେଲାଣି। ତେବେ କେନ୍ଦ୍ର ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ୱେବସାଇଟ୍‌ରେ ପିଆଜ କେଜି ପିଛା ସର୍ବାଧିକ ମୂଲ୍ୟ ୭୦ ଟଙ୍କା ଓ ନ୍ୟୂନତମ ମୂଲ୍ୟ ୧୭ ଟଙ୍କାରେ କାରବାର ହେଉଥିବା ସୂଚିତ କରାଯାଇଛି। ଏହାଛଡ଼ା ଚଳିତ ମାସରେ ସାରା ଦେଶରେ ପିଆଜର ହାରାହାରି ଖୁଚୁରା ମୂଲ୍ୟ ୩୨.୩୬ ଟଙ୍କାରୁ ୩୨୯.୦୧ ଟଙ୍କାକୁ ବୃଦ୍ଧି ପାଇଥିବା ମନ୍ତ୍ରଣାଳୟ କହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର