କନ୍ଦାଇଲାଣି ପିଆଜ; ସରକାରୀ ନିୟନ୍ତ୍ରଣ ନ ଥିବାରୁ ମନଇଚ୍ଛା ଦର ହାଙ୍କୁଛନ୍ତି ବ୍ୟବସାୟୀ

The Sakala Picture
Published On

ଭୁବନେଶ୍ୱର: ଆଳୁକୁ ଟପିଲା ପିଆଜ। ରବିବାର ଆଇଁଷ ବାରରେ ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆବଶ୍ୟକତା ତୁଳନାରେ ଆନ୍ଧ୍ର ଓ ମହାରାଷ୍ଟ୍ରରୁ କମ୍‌ ପିଆଜ ଆସୁଥିବାରୁ ଦର ଉଚ୍ଚା ହୋଇଛି । ସରକାରୀ ନିୟନ୍ତ୍ରଣ ନ ଥିବାରୁ କିଛି ବ୍ୟବସାୟୀ ମନଇଚ୍ଛା ଦର ହାଙ୍କୁଛନ୍ତି। ସେପଟେ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏପରି ଅବସ୍ଥା ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଆକଳନ କରାଯାଉଛି। ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ନୂଆ […]

ଭୁବନେଶ୍ୱର: ଆଳୁକୁ ଟପିଲା ପିଆଜ। ରବିବାର ଆଇଁଷ ବାରରେ ରାଜଧାନୀର ଖୁଚୁରା ବଜାରରେ ପିଆଜ କିଲୋ ୬୦ ଟଙ୍କା ଛୁଇଁଛି। ଆବଶ୍ୟକତା ତୁଳନାରେ ଆନ୍ଧ୍ର ଓ ମହାରାଷ୍ଟ୍ରରୁ କମ୍‌ ପିଆଜ ଆସୁଥିବାରୁ ଦର ଉଚ୍ଚା ହୋଇଛି । ସରକାରୀ ନିୟନ୍ତ୍ରଣ ନ ଥିବାରୁ କିଛି ବ୍ୟବସାୟୀ ମନଇଚ୍ଛା ଦର ହାଙ୍କୁଛନ୍ତି। ସେପଟେ ପିଆଜ ଅମଳ ବିଳମ୍ବିତ ହେଉଥିବାରୁ ଏପରି ଅବସ୍ଥା ଅକ୍ଟୋବର ପର୍ଯ୍ୟନ୍ତ ଲାଗି ରହିପାରେ ବୋଲି ଆକଳନ କରାଯାଉଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

ମହାରାଷ୍ଟ୍ରରେ ଲଗାଣ ବର୍ଷା କାରଣରୁ ନୂଆ ପିଆଜ ଅମଳ ହୋଇପାରୁନି। ନାସିକ୍‌ରୁ ଆସୁଥିବା ପୁରୁଣା ପିଆଜର ମୂଲ୍ୟ ଚଢ଼ା ରହୁଛି। ଆନ୍ଧ୍ରପ୍ରଦେଶରୁ ନୂଆ ଅମଳ ହେବାକୁ ଆହୁରି କିଛି ସପ୍ତାହ ଡେ଼ରି ହେଉଛି। ତେଣୁ ଉଭୟ ରାଜ୍ୟରେ ଲାଗି ରହିଥିବା ଏହି ଅସୁବିଧା ହିଁ ଓଡ଼ିଶା ବଜାରକୁ ପ୍ରଭାବିତ କରୁଛି। ଫଳରେ ଗତ ସପ୍ତାହେ ଧରି ଓଡ଼ିଶା ବଜାରରେ ପିଆଜ ଦର ବଢ଼ିଚାଲିଛି। ବର୍ଷା କମିଲେ, ପିଆଜ ଦର କମିବା ସମ୍ଭାବନା ରହିଛି। ମାତ୍ର ସେହି ସମୟ ପର୍ଯ୍ୟନ୍ତ ପିଆଜ ଦର ଆହୁରି ବଢ଼ିପାରେ ବ୍ୟବସାୟୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏବେ ପରିବା ବଜାରର ଆକାଶଛୁଅାଁ ଦର ସାଙ୍ଗକୁ ଆଳୁ ଓ ପିଆଜ ଦର ବୃଦ୍ଧି ସାଧାରଣ ଗରିବ ପରିବାର ଉପରେ ଚଡ଼କ ପଡ଼ିବା ସଦୃଶ ହୋଇଛି।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ରାହୁରେଖା ଲାଗି ହେବେ ମହାପ୍ରଭୁ, ସାଢେ଼ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଗତ ସପ୍ତାହ ପୂର୍ବରୁ ପିଆଜର ପାଇକାରୀ ଦର ୩୦ରୁ ୩୫ ଟଙ୍କା ମଧ୍ୟରେ ଥିଲା। ସପ୍ତାହ ଭିତରେ ଦର ୧୫ରୁ ୨୦ ଟଙ୍କା ବଢ଼ିଗଲାଣି। କୁବେରପୁରୀରୁ ମିଳିଥିବା ସୂଚନାନୁସାରେ ଆଜି ରାଜଧାନୀରେ ନୂଆ ପିଆଜର ପାଇକାରୀ ମୂଲ୍ୟ ୩୯ରୁ ୪୧ ଟଙ୍କାକୁ ଓ ନାସିକ୍‌ରୁ ଆମଦାନୀ ହେଉଥିବା ପୁରୁଣା ବଡ଼ ପିଆଜର ପାଇକାରୀ ମୂଲ୍ୟ ୪୦ରୁ ୪୪ ଟଙ୍କାକୁ ବୃଦ୍ଧି ପାଇଛି। ଆନ୍ଧ୍ରପ୍ରଦେଶରେ ଲଗାଣ ବର୍ଷା ପାଇଁ ହଠାତ୍‌ ଦର ବୃଦ୍ଧି ଘଟିଛି ବୋଲି କୁହାଯାଉଛି। କୁବେରପୁରୀରେ ପାଇକାରୀ ଦର ୪୫ ଟଙ୍କା ଟପି ନଥ ôବାବେଳେ ଖୁଚୁରା ବଜାରରେ ପିଆଜ ୬୦ ଛୁଇଁଛି। ଆଜି ରାଜଧାନୀର ବିଭିନ୍ନ ଛୋଟ ବଡ଼ ହାଟରେ ପିଆଜ ଏହି ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି। ତେଣୁ କିଲୋ ପିଛା ଖୁଚୁରା ବେପାରୀମାନେ ୧୫ ଟଙ୍କାରୁ ଅଧିକ ମୁନାଫା ରଖି ବିକ୍ରି କରୁଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

ରାଜ୍ୟ ବ୍ୟବସାୟୀ ସଂଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ଯେ ଏବେ କମ୍‌ ପରିମାଣର ପିଆଜ ଆସୁଛି; ତେଣୁ ଦର ଅଧିକ ରହୁଛି। ଆଗକୁ ପିଆଜ ଆମଦାନୀ ସ୍ୱାଭାବିକ ହେଲେ ଦର କମିବ। ଏବେ ବର୍ଷା କାରଣରୁ ଅମଳ ଓ ରପ୍ତାନୀ ବାଧାପ୍ରାପ୍ତ ହେଉଥିବା ସେ କହିଛନ୍ତି। ଏବେ କିଛି କିଛି ନୂଆ ପିଆଜ ଅମଳ ହେବା ଆରମ୍ଭ ହୋଇଥିଲେ ବି ବର୍ଷା ପାଇଁ ତାହା ବଜାରକୁ ଆସି ପାରୁନାହିଁ। ନୂଆ ଅମଳ ହୋଇଥିବା ପିଆଜର ବର୍ଷା ସହନଶୀଳତା କମ୍‌ ଥିବାରୁ ଖୁବ୍‌ ଶୀଘ୍ର ନଷ୍ଟ ହୋଇଯିବ। ତେଣୁ ଚାଷୀମାନେ ଅମଳ କରୁନାହାନ୍ତି ଓ ଯେଉଁ କିଛି ପିଆଜ ଅମଳ ହେଉଛି, ତାହାକୁ ଚାଷୀମାନେ ସାଇତି ରଖୁଛନ୍ତି। ଫଳରେ ଏବେ ବଜାରକୁ ପିଆଜ ଆମଦାନୀ ସ୍ୱତଃ କମ୍‌ ରହିଛି ଓ ଦର ଉଚ୍ଚା ରହିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ବଜାରରେ ଦୈନିକ ୨୭୦ ଟନ୍‌ ପିଆଜର ଆବଶ୍ୟକତା ରହିଛି । ମାତ୍ର ଦର ବୃଦ୍ଧି ଯୋଗୁଁ ଏବେ ୨୨୦ ଟନ୍‌ ପିଆଜ ବିକ୍ରି ହେଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର