ବାହାନଗା କରମଣ୍ଡଳ ଟ୍ରେନ୍‌‌ ଟ୍ରାଜେଡ଼ିକୁ ବର୍ଷେ…ଆଜି ବି ସ୍ମୃତିରୁ ଲିଭି ନାହିଁ ସେହି ଭୟଙ୍କର ଓ ଛାତିଥରା ଦୁର୍ଘଟଣା

The Sakala Picture
Published On

ବାଲେଶ୍ୱର: ୨ ଜୁନ୍‌‌ ୨୦୨୩ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିଲା ଛାତିଥରା ଟ୍ରେନ୍‌‌ ଟ୍ରାଜେଡି। ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ତିନିଟି ଟ୍ରେନ୍‌‌ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ ଓ ଯଶୋବନ୍ତପୁର ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ […]

ବାଲେଶ୍ୱର: ୨ ଜୁନ୍‌‌ ୨୦୨୩ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିଲା ଛାତିଥରା ଟ୍ରେନ୍‌‌ ଟ୍ରାଜେଡି। ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ତିନିଟି ଟ୍ରେନ୍‌‌ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ ଓ ଯଶୋବନ୍ତପୁର ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧାନ ଜୀବନ । ଏହି ଭୟଙ୍କର ଟ୍ରେନ ଟ୍ରାଜେଡିରେ ଚାଲିଯାଇଥିଲା ୨୮୮ରୁ ଅଧିକ ଯାତ୍ରୀଙ୍କ ଜୀବନ । ଓଡିଶା ମାଟିରେ ଘଟିଥିବା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହି କାଳରାତ୍ରିକୁ ଏବେ ବର୍ଷେ ପୂରିଛି। ହେଲେ ସେହି ରାତିର ଭୟଙ୍କର, ଲୋମଟାଙ୍କୁରା ଦୃଶ୍ୟକୁ ମନେ ପକାଇଲେ ଅଜଣା ଭୟ ସୃଷ୍ଟି ହେଉଛି।

ଆହୁରି ପଢ଼ନ୍ତୁ: ସର୍ବଦଳୀୟ ବୈଠକରେ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ: ସଂସଦରେ ଉଠିବ ରାଜ୍ୟ ସରକାରଙ୍କ ବିଫଳତା ପ୍ରସଙ୍ଗ

ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର ରେଳ ଡିଭିଜନ ଅର୍ନ୍ତଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ ଦୁଇ ତାରିଖ ସନ୍ଧ୍ୟା ୬.୪୦ରେ ଘଟିଥିଲା ଏହି ଛାତିଥରା ଟ୍ରେନ ଦୁର୍ଘଟଣା। ଦୁଇ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାୱଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା। ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା। ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବା ବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହି ଯାଇଥିଲେ। ଦୁର୍ଘଟଣାରେ ୯ଶହରୁ ଅଧିକ ଯାତ୍ରୀ ଆହତ ହେବା ସହ ପାଖାପାଖି ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲେ। ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ। ଉକ୍ତ ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ ହୋଇପଡ଼ିଥିଲା।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର: ୫ ପ୍ରତିଶତ ବୃଦ୍ଧି ହେଲା ମହଙ୍ଗା ଭତ୍ତା

02 Jun 2024 By The Sakala

ବାହାନଗା କରମଣ୍ଡଳ ଟ୍ରେନ୍‌‌ ଟ୍ରାଜେଡ଼ିକୁ ବର୍ଷେ…ଆଜି ବି ସ୍ମୃତିରୁ ଲିଭି ନାହିଁ ସେହି ଭୟଙ୍କର ଓ ଛାତିଥରା ଦୁର୍ଘଟଣା

ବାଲେଶ୍ୱର: ୨ ଜୁନ୍‌‌ ୨୦୨୩ ସନ୍ଧ୍ୟାରେ ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିଲା ଛାତିଥରା ଟ୍ରେନ୍‌‌ ଟ୍ରାଜେଡି। ବାହାନଗାରେ ଘଟିଥିଲା ଶତାବ୍ଦୀର ବଡ଼ ରେଳ ଦୁର୍ଘଟଣା । କେହି କିଛି ବୁଝିବା ଆଗରୁ କିଛି କ୍ଷଣ ମଧ୍ୟରେ ତିନିଟି ଟ୍ରେନ୍‌‌ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା। ସାମ୍ନାସାମ୍ନି ଧକ୍କା ହୋଇଥିଲା ଦୁଇଟି ଏକ୍ସପ୍ରେସ ଆଉ ଏକ ମାଲବାହୀ ଟ୍ରେନ୍ । ମାଲବାହୀ ଟ୍ରେନ୍, କରମଣ୍ଡଳ ଏକ୍ସପ୍ରେସ ଓ ଯଶୋବନ୍ତପୁର ଏକ୍ସପ୍ରେସ ମଧ୍ୟରେ ଦୁର୍ଘଟଣା ଘଟି ଛାରଖାର ହୋଇଯାଇଥିଲା ଅନେକ ଧାନ ଜୀବନ । ଏହି ଭୟଙ୍କର ଟ୍ରେନ ଟ୍ରାଜେଡିରେ ଚାଲିଯାଇଥିଲା ୨୮୮ରୁ ଅଧିକ ଯାତ୍ରୀଙ୍କ ଜୀବନ । ଓଡିଶା ମାଟିରେ ଘଟିଥିବା ସବୁଠୁ ବଡ଼ ଟ୍ରେନ ଦୁର୍ଘଟଣାରେ ୯୦୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ସେହି କାଳରାତ୍ରିକୁ ଏବେ ବର୍ଷେ ପୂରିଛି। ହେଲେ ସେହି ରାତିର ଭୟଙ୍କର, ଲୋମଟାଙ୍କୁରା ଦୃଶ୍ୟକୁ ମନେ ପକାଇଲେ ଅଜଣା ଭୟ ସୃଷ୍ଟି ହେଉଛି।

ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର ରେଳ ଡିଭିଜନ ଅର୍ନ୍ତଗତ ବାଲେଶ୍ୱର ଜିଲ୍ଲାର ବାହାନଗାଠାରେ ୨୦୨୩ ଜୁନ ଦୁଇ ତାରିଖ ସନ୍ଧ୍ୟା ୬.୪୦ରେ ଘଟିଥିଲା ଏହି ଛାତିଥରା ଟ୍ରେନ ଦୁର୍ଘଟଣା। ଦୁଇ ନମ୍ବର ଟ୍ରାକରେ ଯାଉଥିବା କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ ଟ୍ରେନ ପ୍ରଥମେ ଉକ୍ତ ଟ୍ରାକରେ ଥିବା ଏକ ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା। ଏହି ଧକ୍କାଟି ଏତେ ଭୟଙ୍କର ଥିଲା ଯେ ଅନ୍ୟ ଏକ ଟ୍ରାକରେ ଆସୁଥିବା ଯଶୋବନ୍ତପୁର ହାୱଡା ଏକ୍ସପ୍ରେସ ଟ୍ରେନର ଶେଷ ଦୁଇଟି ବଗିରେ ବାଜିଥିଲା। ଯାହାକି ଦୀର୍ଘ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଘୋଷାରି ହୋଇଯାଇଥିଲା। ଫଳରେ ବଗି ଉପରେ ବଗି ଚଢ଼ିଯାଇଥିଲା। ଏପରିକି ରେଳ ଟ୍ରାକରୁ ବଗି ଛିଟିକି ଯାଇ ନୟନଯୋଡିକୁ ପଡ଼ିଥିବା ବେଳେ ବହୁ ଯାତ୍ରୀ ସେଥିରେ ଚାପି ହୋଇ ରହି ଯାଇଥିଲେ। ଦୁର୍ଘଟଣାରେ ୯ଶହରୁ ଅଧିକ ଯାତ୍ରୀ ଆହତ ହେବା ସହ ପାଖାପାଖି ୨୮୮ରୁ ଅଧିକ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲେ। ଏହି ଦୁର୍ଘଟଣାରେ ପାଖାପାଖି ୧୭ଟି ବଗି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଘଟଣାସ୍ଥଳରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ନେତାମନ୍ତ୍ରୀ ଏବଂ ରେଳ ବିଭାଗର ବରିଷ୍ଠ କର୍ମକର୍ତ୍ତା ପହଞ୍ଚିଥିଲେ। ଉକ୍ତ ରେଳ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୀର୍ଘ ୨ ମାସ ଧରି ଯାତାୟାତ ଠପ ହୋଇପଡ଼ିଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର