ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଆହତ

The Sakala Picture
Published On

କରଞ୍ଜିଆ : ଆଜି ଅପରାହ୍ନ ସମୟରେ ଏକ ବୋଲେରୋ ଗାଡ଼ି ନମ୍ବର ଓଡି-୦୫ଏଲ-୬୨୭୨ ଗାଡ଼ି ସହ ଏକ‌‌‌ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ହାତିବାରି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ି ହାତିବାରି ଠାରୁ କରଞ୍ଜିଆ ଅଭିମୁଖେ ଆସୁଥିବାବେଳେ ତାଟୋ ଛକ ନିକଟସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଖରେ ଅପର ଦିଗରୁ ଆସୁଥିବା ଏକ ମଟରସାଇକେଲ […]

କରଞ୍ଜିଆ : ଆଜି ଅପରାହ୍ନ ସମୟରେ ଏକ ବୋଲେରୋ ଗାଡ଼ି ନମ୍ବର ଓଡି-୦୫ଏଲ-୬୨୭୨ ଗାଡ଼ି ସହ ଏକ‌‌‌ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ହାତିବାରି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ି ହାତିବାରି ଠାରୁ କରଞ୍ଜିଆ ଅଭିମୁଖେ ଆସୁଥିବାବେଳେ ତାଟୋ ଛକ ନିକଟସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଖରେ ଅପର ଦିଗରୁ ଆସୁଥିବା ଏକ ମଟରସାଇକେଲ ଯୋଗେ ଦରି ପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ-ଜରାସାହି ଗାଁର ଦଳ ମହାକୁଡ଼ (୨୦) ପିତା ମଙ୍ଗଲ ମହାକୁଡ଼, ଜାଗର ନାଏକ (୧୦) ପିତା ରାଜୁ ନାଏକ,ଓ ବଡ଼ବିଲ-ସିଙ୍ଗଡାର ଲକ୍ଷ୍ମଣ ମହାକୁଡ଼ ଯାଉଥିବା ବେଳେ ତାଙ୍କ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଚାଳକ ଦଳ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

ଆହୁରି ପଢ଼ନ୍ତୁ: ଏଣିକି ଯୋଜନା ବୋର୍ଡ ବଦଳରେ ହେବ SITI ଓଡ଼ିଶା, ସରକାରଙ୍କ ଥିଙ୍କ ଟ୍ୟାଙ୍କ ଭାବରେ କାର୍ଯ୍ୟ କରିବ

24 Jun 2021 By The Sakala

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଜଣେ ମୃତ ଦୁଇ ଆହତ

କରଞ୍ଜିଆ : ଆଜି ଅପରାହ୍ନ ସମୟରେ ଏକ ବୋଲେରୋ ଗାଡ଼ି ନମ୍ବର ଓଡି-୦୫ଏଲ-୬୨୭୨ ଗାଡ଼ି ସହ ଏକ‌‌‌ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ହାତିବାରି ଜଳସେଚନ ପ୍ରକଳ୍ପ କାର୍ଯ୍ୟରେ ନିୟୋଜିତ ଏକ ବୋଲେରୋ ଗାଡ଼ି ହାତିବାରି ଠାରୁ କରଞ୍ଜିଆ ଅଭିମୁଖେ ଆସୁଥିବାବେଳେ ତାଟୋ ଛକ ନିକଟସ୍ଥ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପାଖରେ ଅପର ଦିଗରୁ ଆସୁଥିବା ଏକ ମଟରସାଇକେଲ ଯୋଗେ ଦରି ପଞ୍ଚାୟତ ଅନ୍ତର୍ଗତ ଡୁମୁରିଆ-ଜରାସାହି ଗାଁର ଦଳ ମହାକୁଡ଼ (୨୦) ପିତା ମଙ୍ଗଲ ମହାକୁଡ଼, ଜାଗର ନାଏକ (୧୦) ପିତା ରାଜୁ ନାଏକ,ଓ ବଡ଼ବିଲ-ସିଙ୍ଗଡାର ଲକ୍ଷ୍ମଣ ମହାକୁଡ଼ ଯାଉଥିବା ବେଳେ ତାଙ୍କ ସହ ମୁହାଁ ମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଚାଳକ ଦଳ ମହାକୁଡ଼ଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର