ବାରିପଦା ସହର ଉପକଣ୍ଠରେ ହାତୀପଲ, ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ
ବାରିପଦା: ବାରିପଦା ସହର ଉପକଣ୍ଠରେ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ତେବେ ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁଁହାମୁହିଁ ହୋଇଥିଲା। ହାତୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ […]
ବାରିପଦା: ବାରିପଦା ସହର ଉପକଣ୍ଠରେ ହାତୀପଲଙ୍କ ଉତ୍ପାତ । ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ । ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମାଖୁଣ୍ଟା ଅଞ୍ଚଳର ଦାଡଦୁଡ ଗ୍ରାମର ମଧୁସୂଦନ ପାଣ୍ଡେ। ବାରିପଦା ସହର ଉପକଣ୍ଠ ଶ୍ୟାମାଖୁଣ୍ଟା ଅଞ୍ଚଳରେ ୪୦ଟିକିଆ ହାତୀପଲ ଚଳପ୍ରଚଳ କରୁଛନ୍ତି। ତେବେ ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁଁହାମୁହିଁ ହୋଇଥିଲା। ହାତୀ ଆକ୍ରମଣରେ ଗୁରୁତର ଅବସ୍ଥାରେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଉକ୍ତ ହାତୀ ପଲ ଚଳପ୍ରଚଳ କରୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ବନବିଭାଗ ପକ୍ଷରୁ ସ୍ଥାନୀୟ ଅଞ୍ଚଳରେ ସତର୍କ କରାଯାଇଛି। ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ବନବିଭାଗ ଅପାରଗତାରୁ ମୃତ୍ୟୁ ହୋଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଥିବା ସୂଚନା ମିଳିଛି ।