ଗାଁରେ ପଶି ଜଣକୁ ଦଳିଦେଲା ହାତୀ, ସ୍ଥାନୀୟ ଅଞ୍ଚଳରେ ଆତଙ୍କ

The Sakala Picture
Published On

ବାଙ୍କୀ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ ଘରେ ଖାଇସାରି ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । […]

ବାଙ୍କୀ: ହାତୀ ଆକ୍ରମଣରେ ଜଣଙ୍କ ମୃତ୍ୟୁ । ବାଙ୍କୀ ଡମପଡା ବ୍ଲକ ଗୟଳବାଙ୍କ ଗାଁରେ ହାତୀ ଆକ୍ରମଣରେ ଜଣେ ମୃତ । ମୃତକ ହେଲେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ । ବ୍ୟକ୍ତିଙ୍କ ମୃତ୍ୟୁକୁ ନେଇ ଗାଁରେ ଉତ୍ତେଜନା ସହ ବନ ବିଭାଗକୁ ଅଟକ ରଖିଥିଲେ ଗ୍ରାମବାସୀ । ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ଗୟଳବାଙ୍କ ଗାଁର ମନୋରଞ୍ଜନ ସାହୁ ଘରେ ଖାଇସାରି ବାରିପଟକୁ ପରିଶ୍ରା କରିବାକୁ ଯାଇଥିବା ବେଳେ ହାତୀ ଆକ୍ରମଣ କରିଥିଲା । ଫଳରେ ଘଟଣାସ୍ଥଳରେ ହିଁ ମନୋରଞ୍ଜନ ମୃତ୍ୟୁ ହୋଇଥିଲା । ଗାଁରେ ହାତୀ ଆତଙ୍କ କରିବା ସହ ଘର ପାଖରେ ଆକ୍ରମଣ କରିଥିବାରୁ ଗାଁ ଉତ୍ତେଜନା ଦେଖାଦେଇଥିଲା ଏବଂ କ୍ଷତିପୂରଣ ଦାବିରେ ହାତୀ ଘଉଡ଼େଇବାକୁ ଆସିଥିବା ବନ କର୍ମଚାରୀଙ୍କୁ ମଧ୍ୟ ଅଟକ ରଖିଥିଲେ ଗୟଳବାଙ୍କ ଗ୍ରାମବାସୀ ।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ସେପଟେ ଖବର ପାଇ ଘଟଣାସ୍ଥଳରେ ବାଙ୍କୀ ପୋଲିସ ଓ ଡମପଡା ବନାଞ୍ଚଳ ଅଧିକାରୀ ନିରଞ୍ଜନ ମହାପାତ୍ର ଘଟଣାସ୍ଥଳରେ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସରକାରଙ୍କର ଯାହା ଅନୁଦାନ ରହିଛି ତାହା ଖୁବଶୀଘ୍ର ଯୋଗାଇ ଦିଆଯିବ ଏବଂ ମୃତ୍ୟୁବରଣ କରିଥିବା ମନୋରଞ୍ଜନ ସାହୁଙ୍କ ପତ୍ନୀଙ୍କୁ କର୍ମନିଯୁକ୍ତି ଯୋଗାଇ ଦେବାକୁ ପ୍ରତିଶ୍ରୁତି ପରେ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଥିଲେ ଗ୍ରାମବାସୀ ।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନ: ଆଇନ ମାଧ୍ୟମରେ ରାଜ୍ୟର ଅଧିକାର ଛଡାଇ ନିଆଯାଇଛି, ଅର୍ଥନୈତିକ ଅବରୋଧ କରିବ ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର