ପୁଣି ଇସ୍କନର ମନମାନି: ତାଇୱାନରେ ଆୟୋଜନ କରିବ ଅଦିନିଆ ରଥଯାତ୍ରା, ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

Madhusudan Das Picture
Published On

ଭୁବନେଶ୍ୱର: ପୁଣି ଇସ୍କନର ମନମାନି । ଆସନ୍ତା ୨୩ ତାରିଖ ଦିନ ଇସ୍କନ ପକ୍ଷରୁ ତାଇୱାନର ତାଇପେଇ ଠାରେ ଅନୁଷ୍ଠିତ ହେବାକୁ ଯାଉଛି ଅଦିନିଆ ରଥଯାତ୍ରା । ଏହି ଅଦିନିଆ ରଥଯାତ୍ରା କଥା ଜଣା ପଡିବା ପରେ ଜଗନ୍ନାଥ ପ୍ରେମୀ ଓ ଅଗଣିତ ଭକ୍ତଙ୍କ ଭିତରେ ଗଭୀର ଅସନ୍ତୋଷ ଦେଖା ଦେଇଛି । ଏଠାରେ ଉଲ୍ଲେଖ ଥାଉ କି ଇସ୍କନ ବାରମ୍ବାର ଜଗନ୍ନାଥ ସଂସ୍କୃତିକୁ ଅପମାନ ଦେଇ ଓଡିଶା ସରକାର, ଗଜପତି ଦିବ୍ୟସିଂହ ଦେବ ଓ ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ବେଖାତିର କରି ଅଦିନିଆ ରଥଯାତ୍ରା କରୁଛି । ଏହା ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଅସ୍ମିତା ପ୍ରତି ଆହ୍ୱାନ ସୃଷ୍ଟି କରିଛି ବୋଲି ଓଡ଼ିଆ ଅସ୍ମିତା ପରିଷଦ ଅଭିଯୋଗ କରିଛି । ଓଡିଶା ସରକାର ତୁରନ୍ତ ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ପଦକ୍ଷେପ ନେବାକୁ ଓଡ଼ିଆ ଅସ୍ମିତା ପରିଷଦର ଆବାହକ ରବି ବେହେରା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ଦାବି କରିଛନ୍ତି । ଆବଶ୍ୟକ ହେଲେ ଭାରତ ସରକାରଙ୍କ ସହ ଯୋଗାଯୋଗ କରି ଓଡିଶା ସରକାର ଇସ୍କନର ଏହି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ସେ ଦାବି କରଛନ୍ତି ।

ଆହୁରି ପଢ଼ନ୍ତୁ: ନବୀନଙ୍କ ରୋଡ ଶୋ’; ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଶୀର୍ବାଦ କରନ୍ତୁ, ଶଙ୍ଖ ଚିହ୍ନରେ ଭୋଟ ଦିଅନ୍ତୁ: ନବୀନ ପଟ୍ଟନାୟକ

Join Us @ WhatsApp

About The Author

Google News
Join Us @ WhatsApp