ଶ୍ରୀମନ୍ଦିରରେ ଦେବଦୀପାବଳିର ଅନ୍ତିମ ଦିବସ, ଆଜି ଦେବକୀ,ବସୁଦେବ ଓ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପିଣ୍ଡଦାନ କରିବେ ମହାପ୍ରଭୁ

The Sakala Picture
Published On

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ୟ୍ୟନ୍ତ ତିନିଦିନ ବ୍ୟାପୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଥାଏ। ଆଜି ଶୁକ୍ଳପକ୍ଷ ପ୍ରତିପଦା ତିଥି। ଦେବ ଦୀପାବଳି ର ଅନ୍ତିମ ପର୍ବ। ଶ୍ରୀମନ୍ଦିରରେ ଏହି ଦୀପାବଳି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପାଳନ କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇ ଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବୀୟ ଲୀଳା କ୍ରମରେ ପାଳନ କରାଯାଇଥାଏ। ଶ୍ରୀଜୀଉମାନେ ତିନିଦିନ ଲୁଗା ଓ ଚଦର ପରିଧାନ […]

ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିଠାରୁ ଶୁକ୍ଳ ପ୍ରତିପଦ ତିଥି ପର୍ୟ୍ୟନ୍ତ ତିନିଦିନ ବ୍ୟାପୀ ଶ୍ରୀମନ୍ଦିରରେ ଦେବ ଦୀପାବଳି ଉତ୍ସବ ପାଳିତ ହୋଇଥାଏ। ଆଜି ଶୁକ୍ଳପକ୍ଷ ପ୍ରତିପଦା ତିଥି। ଦେବ ଦୀପାବଳି ର ଅନ୍ତିମ ପର୍ବ। ଶ୍ରୀମନ୍ଦିରରେ ଏହି ଦୀପାବଳି ଉତ୍ସବରେ ଶ୍ରୀଜଗନ୍ନାଥଙ୍କ ପିତୃଶ୍ରାଦ୍ଧ ପାଳନ କରାଯାଇଥାଏ । ମହାପ୍ରଭୁ ଶ୍ରୀଜଗନ୍ନାଥ ମାନବବାଦୀ ଦେବତା ହୋଇ ଥିବାରୁ ତାଙ୍କର ସମସ୍ତ ରୀତିନୀତି ଓ ଉତ୍ସବ ମାନବୀୟ ଲୀଳା କ୍ରମରେ ପାଳନ କରାଯାଇଥାଏ। ଶ୍ରୀଜୀଉମାନେ ତିନିଦିନ ଲୁଗା ଓ ଚଦର ପରିଧାନ କରି ଶ୍ରାଦ୍ଧବେଶରେ ସଜ୍ଜିତ ହୋଇ ପିତୃଗଣଙ୍କୁ ଶ୍ରାଦ୍ଧ ପ୍ରଦାନ ପୂର୍ବକ ଦୀପଦାନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଅଗ୍ନି ନିରାପତ୍ତା ନଥିଲେ ସାବଧାନ: ଆଜିଠୁ ସାରା ରାଜ୍ୟରେ ଅଗ୍ନିଶମ ବିଭାଗର ସରପ୍ରାଇଜ୍ ଯାଞ୍ଚ ଆରମ୍ଭ

ଶ୍ରୀମନ୍ଦିରରେ ମାର୍ଗଶୀର କୃଷ୍ଣ ଚତୁର୍ଦ୍ଦଶୀ ତିଥିରେ ପ୍ରଥମ ଦିନ ପ୍ରଭୁ ବାମନ ରୂପରେ ନିଜର ପିତା- ମାତା ସତ୍ୟଯୁଗର କଶ୍ୟପ ୠଷି ଓ ଅଦିତିଙ୍କ ପ୍ରତି ପିଣ୍ଡ ଓ ଦୀପୋତ୍ସର୍ଗ କରନ୍ତି । ମାର୍ଗଶିର ଅମାବାସ୍ୟା ତିଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ରୂପରେ ଦ୍ଵିତୀୟ ଦିନ ତ୍ରେତୟା ଯୁଗର ପିତା ଦଶରଥ ଓ କୈଶଲ୍ୟା ମାତାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ଅର୍ଥାତ ତୃତୀୟ ତଥା ଅନ୍ତିମ ଦିବସରେ ପ୍ରଭୁ ଶ୍ରୀକୃଷ୍ଣ ରୂପରେ ଦ୍ବାପର ଯୁଗର ପିତା ବସୁଦେବ ଓ ମାତା ଦେବକୀ ଏବଂ ନନ୍ଦ ଓ ଯଶୋଦାଙ୍କୁ ପିଣ୍ଡ ଓ ଦୀପଦାନ କରନ୍ତି। ସୂର୍ୟ୍ୟବଂଶର ବଷ୍ଣୁଭକ୍ତ ଗଜପତି ମହାରାଜା ଇନ୍ଦ୍ରଦ୍ୟୁମ୍ନ ବିଷ୍ଣୁଙ୍କ ଦର୍ଶନ ପାଇଁ ବହୁ କାମନା କରିଥିଲେ। ସେ ପାଞ୍ଚଶହ ବର୍ଷ ମଧ୍ୟରେ ପ୍ରଭୁଙ୍କ ଆଜ୍ଞା ରେ ଏକହଜାର ଅଶ୍ବମେଧ ଯଜ୍ଞ କରି ଶ୍ରୀନୀଳମାଧବଙ୍କୁ ଦାରୁ ରୂପେ ପ୍ରାପ୍ତ ହୋଇଥିଲେ ବୋଲି କଥିତ ଅଛି। ପ୍ରଭୁଙ୍କ ଆଜ୍ଞାରେ ବାଙ୍କୀମୁହାଣଠାରେ ଭାସୁଥିବା ଦାରୁ ଆଣି ମୂର୍ତ୍ତି ଗଠନ କଲେ। ଗୁଣ୍ଡିଚା ମନ୍ଦିରଠାରେ ବ୍ରହ୍ମାଙ୍କ ଆଜ୍ଞାରେ ଯଜ୍ଞ କରାଇଥିଲେ। ଏକ ହଜାର ହାତ ଉଚ୍ଚରେ ବଡଦେଉଳ କରାଇଥିଲେ ବୋଲି କିମ୍ବଦନ୍ତୀ ରହିଛି, ଯାହା କି ବର୍ତ୍ତମାନ ଲୁପ୍ତ । ଶ୍ରୀବଳଭଦ୍ର , ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରା ଆଦି ତିନିମୂର୍ତ୍ତି ସ୍ଥାପନ କରି ବ୍ରହ୍ମାଙ୍କ ଦ୍ବାରା ପ୍ରତିଷ୍ଠା କରାଇଥିଲେ। ପ୍ରଭୁ ଶ୍ରୀନୀଳମାଧବ ଆୟୁଧ ଶ୍ରୀସୁଦର୍ଶନଙ୍କ ସହିତ ଚତୁର୍ଦ୍ଧାମୂର୍ତ୍ତି ରୂପେ ପୂଜା ପାଇଲେ। ମହାରାଜା ଇନ୍ଦ୍ରଦ୍ୟୁମ୍ନ ସେ ନିଜେ ବଂଶହୀନ ହେବା ପାଇଁ ତାଙ୍କ ପରେ କେହି ଅହଙ୍କାର କରିବେ ନାହିଁ ବୋଲି ବର ପ୍ରାର୍ଥନା କରିଥିଲେ। ତେଣୁ ଏହି ଦୀପାବଳିରେ ମାର୍ଗଶିର ଶୁକ୍ଳ ପ୍ରତିପଦ ତିଥିରେ ପ୍ରଭୁ ଶୁଭବସ୍ତ୍ର ଓ ଚଦର ପରିଧାନ କରି ପିତାମାତା ଭାବେ ରାଜା ଇନ୍ଦ୍ରଦ୍ୟୁମ୍ନ ଓ ରାଣୀ ଗୁଣ୍ଡିଚାଙ୍କୁ ମଧ୍ୟ ଏହିଦିନ ପିଣ୍ଡ ଓ ଦୀପଦାନ କରନ୍ତି।

ଆହୁରି ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ଗୁଜବକୁ ନେଇ ଭୟଭୀତ ହେବାର କାରଣ ନାହିଁ, ସ୍ପଷ୍ଟ କଲେ ଆଇଏମଡି ଡିଜି

ଶ୍ରୀଜଗନ୍ନାଥଙ୍କ ଶ୍ରାଦ୍ଧ ସମୟର ବସ୍ତ୍ରକୁ କାଶୀ- ଧଡିଆ ବସ୍ତ୍ର କୁହାଯାଏ। ଏହିବସ୍ତ୍ରର ରଙ୍ଗ ଶ୍ବେତବର୍ଣ୍ଣ ଓ ହଳଦିଆ ରଙ୍ଗ ଧଡିରେ ବଡବଡ କୁମ୍ଭମାନ ପଡିଥାଏ। ଶ୍ରୀଜଗନ୍ନାଥଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୬-୧୮ ହାତ , ଚଉଡା ୫ ହାତ ଓ ଧଡିର ଓସାର ୧ ଫୁଟ। ସେହିଭଳି ବଳଭଦ୍ରଙ୍କର ଶ୍ବେତ ପାଟବସ୍ତ୍ରର ଲମ୍ବ ୧୪ ହାତ, ଚଉଡା ୪ ହାତ ଓ କଳାବର୍ଣ୍ଣ ଧଡିର ଓସାର ୧ ଫୁଟ। ଦେବୀ ସୁଭଦ୍ରାଙ୍କର ପାଟବସ୍ତ୍ରର ଲମ୍ବ ୧୨ ହାତ, ଚଉଡା ୩ ଫୁଟ ୬ ଇଞ୍ଚ ଓ ନାଲି ରଙ୍ଗ ଧଡିର ଓସାର ୧ ଫୁଟ। ଏସବୁ ବସ୍ତ୍ର ସହିତ ଶ୍ରୀଜୀଉମାନଙ୍କୁ ଚାଦରରେ ମଣ୍ଡନ କରାଯାଇ ଶିରରେ ଶ୍ରୀକପଡା ନାମକ ସ୍ବତନ୍ତ୍ର ବସ୍ତ୍ରରେ ଶୃଙ୍ଗାର କରାଯାଏ। ପୁଷ୍ପାଳକ ସେବକମାନେ ଶ୍ରୀଜୀଉମାନଙ୍କୁ ଚିତ୍ତାକର୍ଷକ ଶ୍ରାଦ୍ଧ ବେଶରେ ସଜ୍ଜିତ କରିଥାନ୍ତି। ଏହି ବେଶରେ ଠାକୁରମାନେ ନଳିଭୁଜ, କୁଣ୍ଡଳ, ଚନ୍ଦ୍ରସୂର୍ୟ୍ୟ, ଆଡକାନି, ତଡଗି , ହରିଡାମାଳି ଓ ଅଣ୍ଟାକମରପଟି ପ୍ରଭୃତି ସୁବର୍ଣ୍ଣ ଅଳଙ୍କାର ପରିଧାନ କରିଥାନ୍ତି।

ଆହୁରି ପଢ଼ନ୍ତୁ: ଧର୍ମାନ୍ତରୀକରଣକୁ ନେଇ ତେଜିଲା ବିବାଦ: ୩ଦିନ ଧରି ରାସ୍ତାରେ ପଡ଼ିରହିଛି ଦାଦନ ଶ୍ରମିକଙ୍କ ଶବ, ଗାଁରେ ଉତ୍ତେଜନା

ଉକ୍ତଦିନ ବିଧି ଅନୁସାରେ ଚୂନରା ସେବକ ମହାଦୀପ ଧରି ଶ୍ରୀମନ୍ଦିରକୁ ଦୀପରେ ସଜ୍ଜିତ କରିଥାନ୍ତି। ଶ୍ରୀମନ୍ଦିରର ଗୁମୁଟି, ରାଜନଅର ଓ ଶ୍ରୀମନ୍ଦିର କା‌ର୍ୟ୍ୟାଳୟକୁ ବିଭିନ୍ନ ଆଲୋକମାଳାରେ ସଜ୍ଜିତ କରାଯାଏ। ପିତୃଶ୍ରାଦ୍ଧ ଓ ଦୀପଦାନ ପରେ ଚୂନରା ସେବକ ଶ୍ରୀମନ୍ଦିରର ତିନି ଦେଉଳ ଉପରେ ମହାଦୀପ ଜାଳି ଗଜପତିଙ୍କୁ ମହାପ୍ରଭୁଙ୍କ ଆଶୀର୍ବାଦ ଦିଅନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର