ବିଜେଡିର ୨୫ତମ ପ୍ରତିଷ୍ଠା ଦିବସରେ ଓଡିଶାବାସୀ ଓ ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ଆଜି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ। ଏହି ଅବସରରେ ଓଡିଶାବାସୀ ଓ ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ‘ବିଜୁ ଜନତା ଦଳର ପ୍ରତିଷ୍ଠା […]

ଭୁବନେଶ୍ବର : ଆଜି ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ । ଜନସେବାର ଜୟଯାତ୍ରାରେ ଆଉ ଏକବର୍ଷ ଅତିକ୍ରମ କରିବାକୁ ଯାଉଛି ବିଜେଡି । ଆଜି ୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି ବିଜୁ ଜନତା ଦଳ। ଏହି ଅବସରରେ ଓଡିଶାବାସୀ ଓ ଦଳର କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ସଭାପତି ନବୀନ ପଟ୍ଟନାୟକ। ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଟ୍ବିଟ୍‌ କରି ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଛନ୍ତି ‘ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ଓଡ଼ିଶାବାସୀଙ୍କ ସହ ଦଳର ସମସ୍ତ କର୍ମୀ ଭାଇଭଉଣୀଙ୍କୁ ମୋର ଶୁଭେଚ୍ଛା ଜଣାଉଛି। ଆପଣମାନଙ୍କ ନିରନ୍ତର ଭଲପାଇବା ଓ ଉତ୍ସର୍ଗୀକୃତ କାର୍ଯ୍ୟ ପାଇଁ ବିିଜୁ ଜନତା ଦଳ କୋଟି କୋଟି ଓଡ଼ିଆଙ୍କ ବଳ ସାଜିଛି। ଆସନ୍ତୁ ଏହାକୁ ଅତୁଟ ରଖି ନୂଆ ଓଡ଼ିଶା, ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଅଗ୍ରସର ହେବା’।

ଆହୁରି ପଢ଼ନ୍ତୁ: ରାସ୍ତା କଡ ବୁଦା ଭିତରୁ ଯୁବତୀଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ସେହିପରି ବିଜେଡିର ୨୫ତମ ପ୍ରତିଷ୍ଠା ଦିବସ ଅବସରରେ ଦଳର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ମଧ୍ୟ ରାଜ୍ୟବାସୀ ଓ ଦଳୀୟ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍‌ କରି କହିଛନ୍ତି ‘ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସରେ ସମସ୍ତ ଓଡିଶାବାସୀ ଓ ଦଳର କର୍ମୀ ଭାଇ ଭଉଣୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ରାଜ୍ୟର ସର୍ବାଙ୍ଗୀନ ଉନ୍ନତି ଓ ରାଜ୍ୟବାସୀଙ୍କ ଅଧିକାରର ଲଢ଼େଇକୁ ଆହୁରି ଜୋରଦାର କରିବାରେ ବିଜେଡି ସବୁବେଳେ ଆଗରେ ରହିଛି ଏବଂ ରହିବ।’

26 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର