ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା: ରସୁଲଗଡ଼ରେ ଦିଲ୍ଲୀର ଅକ୍ଷରଧାମର ତୋରଣରେ ବିରାଜିବେ ମା’ ଦୁର୍ଗା

The Sakala Picture
Published On

ଭୁବନେଶ୍ୱର:  ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ବିଭିନ୍ନ ଡିଜାଇନ୍‍ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ପ୍ରାୟ ସବୁ ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଛନ୍ତି। ରାଜଧାନୀର ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ଦିଲ୍ଲୀର ଅକ୍ଷରଧାମର ତୋରଣରେ ବିରାଜିବେ ମା’ ଦୁର୍ଗା। ଦୀର୍ଘ ୩୦ବର୍ଷ ଧରି ଚାଲିଆସୁଥିବା ଏହି ପୂଜାମଣ୍ଡପରେ ପ୍ରତିବର୍ଷ ଭିନ୍ନଭିନ୍ନ ଡିଜାଇନ୍‍ର ତୋରଣ ଅନୁଷ୍ଠିତ ହୁଏ। ଦୁଇବର୍ଷ ଧରି ମହାମାରୀ […]

ଭୁବନେଶ୍ୱର:  ପାଖେଇ ଆସୁଛି ଶାରଦୀୟ ଦୁର୍ଗାପୂଜା। ଏଥିପାଇଁ ରାଜଧାନୀର ବିଭିନ୍ନ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସେପଟେ ବିଭିନ୍ନ ଡିଜାଇନ୍‍ର ତୋରଣ ତଥା ଆଖିଝଲସା ସାଜସଜ୍ଜା ଉପରେ ପ୍ରାୟ ସବୁ ମଣ୍ଡପର କର୍ମକର୍ତ୍ତାମାନେ ଗୁରୁତ୍ୱ ଦେଉଛନ୍ତି। ରାଜଧାନୀର ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପକ୍ଷରୁ ଦିଲ୍ଲୀର ଅକ୍ଷରଧାମର ତୋରଣରେ ବିରାଜିବେ ମା’ ଦୁର୍ଗା। ଦୀର୍ଘ ୩୦ବର୍ଷ ଧରି ଚାଲିଆସୁଥିବା ଏହି ପୂଜାମଣ୍ଡପରେ ପ୍ରତିବର୍ଷ ଭିନ୍ନଭିନ୍ନ ଡିଜାଇନ୍‍ର ତୋରଣ ଅନୁଷ୍ଠିତ ହୁଏ।

ଆହୁରି ପଢ଼ନ୍ତୁ: ଇ-କମର୍ସ ପାର୍ସଲ ଜରିଆରେ କରୁଥିଲେ ଗଞ୍ଜେଇ କାରବାର, ଆନ୍ତଃରାଜ୍ୟ ଡ୍ରଗ୍ସ ରାକେଟ୍ ଠାବ

ଦୁଇବର୍ଷ ଧରି ମହାମାରୀ ଯୋଗୁଁ ନିରାଡ଼ମ୍ବରରେ ପୂଜା କରାଯାଇଥିଲା। ଚଳିତବର୍ଷ ଅକ୍ଷରଧାମ ଡିଜାଇନ୍‍ରେ ନିର୍ମାଣ କରାଯାଉଛି ତୋରଣ। ୧୨୦ଫୁଟ୍‍ ଓସାର ଓ ୮୦ଫୁଟ୍‍ ଉଚ୍ଚତା ବିଶିଷ୍ଟ ଏହି ତୋରଣ ନିର୍ମାଣ କରାଯାଉଛି। ଏଥିପାଇଁ ପଶ୍ଚିମବଙ୍ଗରୁ କାରିଗରମାନେ ଏହି ତୋରଣ ନିର୍ମାଣ କରିବେ। ପୂଜା କମିଟି ପକ୍ଷରୁ ୨୫ଫୁଟ୍‍ ମୂର୍ତ୍ତି ନିର୍ମାଣ କରାଯିବ। ଆଖିଦୃଶିଆ ତୋରଣ ନିର୍ମାଣ ସାଙ୍ଗକୁ ଲାଇଟ୍‍ ଲଗାଇବାର ବ୍ୟବସ୍ଥା କରାଯାଉଛି। ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ପାରମ୍ପରିକ ଢୋଲ ବାଜାର ଆୟୋଜନ କରାଯାଇଛି। ଏଥିପାଇଁ ଷଷ୍ଠୀରେ କଳସଯାତ୍ରା ଅନୁଷ୍ଠିତ ହେବ। ୬ଷ୍ଠୀରୁ ଦଶମୀ ପର୍ଯ୍ୟନ୍ତ ରୀତିନୀତିରେ ମା’ଙ୍କ ପୂଜା କରାଯିବ। ମା’ଙ୍କ ନିକଟରେ ବିଭିନ୍ନ ରକମର ଖେଚୁଡ଼ି ଭୋଗ ଅର୍ପଣ କରାଯିବ। ଏହାସହିତ ମା’ଙ୍କ ନିକଟରେ ଚରୁ ଅନ୍ନ ଓ ଦହି ପଖାଳ ଭୋଗ ଲାଗି ହେବ। ପଞ୍ଚମ ସନ୍ଧ୍ୟାରେ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ସେହିପରି ନବମୀ ପୂଜା ସନ୍ଧ୍ୟାରେ ମେଲୋଡି ମଧ୍ୟ ଅନୁଷ୍ଠିତ ହେବ। ସାଜସଜ୍ଜା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସାଙ୍ଗକୁ ସୁରକ୍ଷା ବ୍ୟବସ୍ଥା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଆଗାମୀଦିନରେ ସ୍ୱେଚ୍ଛାକୃତ ସୁରକ୍ଷାକର୍ମୀଙ୍କୁ ନିୟୋଜିତ କରାଯିବ। ମହିଳା ଭକ୍ତଙ୍କ ସୁରକ୍ଷା ପାଇଁ ମହିଳା ଓ ପୁରୁଷ ଅଲଗା ଧାଡ଼ି କରାଯିବ ଏବଂ ସିସିଟିଭି କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୨୫-୩୦ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ପାରମ୍ପରିକ ବାଦ୍ୟ ଓ ଆତସବାଜିରେ ଭସାଣ କାର୍ଯ୍ୟକ୍ରମ ସ୍ୱତନ୍ତ୍ର ଭାବେ ହେବାର ଯୋଜନା ରହିଛି।

ଆହୁରି ପଢ଼ନ୍ତୁ: ଉପମୁଖ୍ୟମନ୍ତ୍ରୀଙ୍କ PA ପରିଚୟ ଦେଇ ୧ କୋଟି ଟଙ୍କା ଠକେଇ, ଦୀଘାରୁ ମହାଠକକୁ ଗିରଫ କଲା ପୋଲିସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର