ଓମିକ୍ରନ ଚିହ୍ନଟ ପାଇଁ ଓଡ଼ିଶାରେ ପହଞ୍ଚିଛି ଓମିସ୍ୟୁର କିଟ, ଚାଲିଛି ଡ୍ରାଏ ରନ- ସ୍ବାସ୍ଥ୍ୟ ନିର୍ଦ୍ଦେଶକ

The Sakala Picture
Published On

ଭୁବନେଶ୍ବର: ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଞ୍ଚିଛି ଓମିସ୍ୟୁର କିଟ। କିଟ ଆସିବା ପରେ ଏହାର ଡ୍ରାଏ ରନ ଚାଲିଛି। କିଟ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ଏହି କିଟ ପଠାଯିବ। ସହଜରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ। ବର୍ତ୍ତମାନ ୩୦ ହଜାର ଓମିସ୍ୟୁର କିଟ ପହଞ୍ଚିଛି। ଏହାକୁ ପ୍ରଥମ […]

ଭୁବନେଶ୍ବର: ଓମିକ୍ରନ ଚିହ୍ନଟ ପାଇଁ ରାଜ୍ୟରେ ପହଞ୍ଚିଛି ଓମିସ୍ୟୁର କିଟ। କିଟ ଆସିବା ପରେ ଏହାର ଡ୍ରାଏ ରନ ଚାଲିଛି। କିଟ ଠିକ ଅଛି କି ନା ନାହିଁ ଟେଷ୍ଟ କରାଯାଉଛି। ଇଣ୍ଟରନାଲ ଷ୍ଟଡ଼ି ପାଇଁ ବ୍ୟବହାର କରାଯିବ। ଯେଉଁ ଜିଲ୍ଲାରେ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ସେହି ଜିଲ୍ଲାକୁ ଏହି କିଟ ପଠାଯିବ। ସହଜରେ ଓମିକ୍ରନ ଭ୍ୟାରିଆଣ୍ଟ ଚିହ୍ନଟ କରିବାରେ ଏହା ସହାୟକ ହେବ। ବର୍ତ୍ତମାନ ୩୦ ହଜାର ଓମିସ୍ୟୁର କିଟ ପହଞ୍ଚିଛି। ଏହାକୁ ପ୍ରଥମ ପର୍ଯ୍ଯାୟରେ ବ୍ରହ୍ମପୁର, କଟକ, ରାଉରକେଲା ଓ ଭୁବନେଶ୍ୱରରେ ବ୍ୟବହାର କରାଯିବ। ଏ ନେଇ ରାଜ୍ଯ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ 'ରାହୁରେଖା ଲାଗି' ନୀତି, ସାଢ଼େ ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

କରୋନା ଆକ୍ରାନ୍ତଙ୍କ ଜିନମ ସିକ୍ୱେନ୍ସିଂ ପରେ ସେମାନେ ଓମିକ୍ରନ ଆକ୍ରାନ୍ତ କି ନୁହେଁ ତାହା ଜଣାପଡୁଥିଲା। କିନ୍ତୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଆସିଗଲେ ଆଉ ଜିନମ ସିକ୍ୱେନ୍ସିଂ ଆବଶ୍ୟକ ପଡିବ ନାହିଁ।  ଜିନମ ସିକ୍ୱେନ୍ସିଂ ପାଇଁ ଓମିକ୍ରନ ଆକ୍ରାନ୍ତଙ୍କ ରିପୋର୍ଟ ଆସିବାରେ ବିଳମ୍ବ ହେଉଛି । ଯାହା ଫଳରେ ଓମିକ୍ରନ ତାର କାୟା ବଢାଇଚାଲିଛି। ଯଦି କରୋନା ଆକ୍ରାନ୍ତ ଓମିକ୍ରନ ସଂକ୍ରମିତ ଶୀଘ୍ର ଜଣାପଡିଯିବ ତେବେ ତାଙ୍କୁ ଆଇସୋଲେଟ କରାଯିବ। ଯାହା ଫଳରେ ଓମିକ୍ରନ ତାର କାୟା ବିସ୍ତାର କରିପାରିବନି। ଯାହାକୁ ନଜରରେ ରଖି  ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓମିକ୍ରନ ଟେଷ୍ଟିଂ କିଟ୍ ଓମିସ୍ୟୁର ଅର୍ଡର କରାଯାଇଥିଲା । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୫ ଲକ୍ଷ ଓମିସ୍ୟୁର କିଟ୍ ଆଣିବା ପାଇଁ ଅର୍ଡର କରାଯାଇଥିବା ବେଳେ ଟାଟା ଏମଡି ଏହି ଅର୍ଡର ରିସିଭ କରିଛି। ଓମିସ୍ୟୁର କିଟ୍ ଆସିବା ଦ୍ୱାରା ଜିନମ୍ ସିକ୍ୱେନ୍ସିଂର ଆଉ ଆବଶ୍ୟକତା ପଡିବନି ଏବଂ ବେଶ ସହଜରେ ଓମିକ୍ରନ ଭୂତାଣୁ ଚିହ୍ନଟ କରାଯାଇପାରିବ ।

ଆହୁରି ପଢ଼ନ୍ତୁ: ୬ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ସହକାରୀ ଡ୍ରଗ୍ସ କଣ୍ଟ୍ରୋଲର

 

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର