ଓମିକ୍ରନ ଆକ୍ରାନ୍ତଙ୍କୁ ହୋମ ଆଇସୋଲେସନ ମନା, ହସ୍ପିଟାଲରେ କରାଯିବ ସ୍ୱତନ୍ତ୍ର ବ୍ଲକ

The Sakala Picture
Published On

ଭୁବନେଶ୍ବର: ଦେଶ ପାଇ ମୁଣ୍ଡବ୍ଯଥାର କାରଣ ପାଲଟିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । ଓଡ଼ିଶାରେ ଏପର୍ଯ୍ଯନ୍ତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୌଣସି ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ ହୋମ ଆଇସୋଲେସନରେ ରହି ପାରିବେ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ସେ କହିଛନ୍ତି […]

ଭୁବନେଶ୍ବର: ଦେଶ ପାଇ ମୁଣ୍ଡବ୍ଯଥାର କାରଣ ପାଲଟିଛି କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ । ଗୋଟିଏ ପରେ ଗୋଟିଏ ରାଜ୍ୟକୁ ଡେଉଁଛି ଓମିକ୍ରନ । ଓଡ଼ିଶାରେ ଏପର୍ଯ୍ଯନ୍ତ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ ବି ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। କୌଣସି ବ୍ୟକ୍ତି ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେଲେ ହୋମ ଆଇସୋଲେସନରେ ରହି ପାରିବେ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ସ୍କ୍ରବ୍ ଟାଇଫସ୍ ଆତଙ୍କ! ଅନୁଗୁଳରେ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା,୧୦ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ

ସେ କହିଛନ୍ତି ଯେ, ବାହାର ଦେଶରୁ ଆସୁଥିବା ବ୍ୟକ୍ତିଙ୍କ ଉପରେ କଡା ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ। ଓମିକ୍ରନ ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କ ପାଇଁ ହସ୍ପିଟାଲରେ ସ୍ବତନ୍ତ୍ର ବ୍ଲକ କରାଯିବ । ଆକ୍ରାନ୍ତ ଯେପରି ଅନ୍ୟ ରୋଗୀଙ୍କ ସଂସ୍ପର୍ଶରେ ନଆସିବେ ବ୍ୟବସ୍ଥା କରାଯିବ।

ଆହୁରି ପଢ଼ନ୍ତୁ: ଏମଏମଡିଆର ସମ୍ୱନ୍ଧରେ ନବୀନଙ୍କ ଚିଠି ବିଜେପି ସାଂସଦଙ୍କ ମୁଖା ଖୋଲି ଦେଇଛି: ବିଜେଡି

ସେ ଆହୁରି ମଧ୍ଯ କହିଛନ୍ତି ଯେ, ଓମିକ୍ରନ ଡେଲଟାଠାରୁ ୫ ଗୁଣା ଅଧିକ ସଂକ୍ରମଣ କରୁଛି। ସାଧାରଣ କୋଭିଡ ଭଳି ଏହାର ଲକ୍ଷଣ ରହୁଛି । ଏହା ଉପରେ ଭ୍ୟାକସିନ କେତେ ପ୍ରଭାବ ପକାଇବ ତା’ର ପରୀକ୍ଷା ଚାଲିଛି। ବର୍ତ୍ତମାନ ଅଧିକ ରୋଗୀ ନଥିବାରୁ ସ୍ବତନ୍ତ୍ର କୋଭିଡ ହସ୍ପିଟାଲ ଷ୍ଟାଣ୍ଡବାଇ ମୋଡରେ ରଖାଯାଇଛି। ଆବଶ୍ୟକ ସ୍ଥଳେ ୨ରୁ ୩ ଦିନ ମଧ୍ୟରେ ଏହା କାର୍ଯ୍ଯାକାରୀ ହୋଇପାରିବ । ସ୍ଥାନୀୟ ଜନ ପ୍ରତିନିଧି, ଗାଁର ମୁଖିଆ ସୂଚନା ଦେଲେ ସର୍ଭିଲାନ୍ସକୁ ଆଣି ଲୋକଙ୍କ ଟେଷ୍ଟ କରାଯିବ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର