ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

The Sakala Picture
Published On

ଖୁଣ୍ଟା: ବର୍ତ୍ତମାନର ଆଧୁନିକ ଯୁଗରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବାର ଯୋଜନା କରୁଥିବାବେଳେ ଆଜିର ସମାଜରେ ଗୁଣିଗାରେଡ଼ି ପରି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡ ଘଟିବାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ପଞ୍ଚାୟତ ଅଧୀନ ସାରଜମଡିହି ଗାଁରେ ଗତ ଶୁକ୍ରବାର ସଂଧ୍ୟାରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଜନୈକ ବୃଦ୍ଧଙ୍କୁ ଦୁର୍ବୁତ୍ତମାନେ ଅତି ବିଭତ୍ସ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡରୁ ଗଣ୍ଡି […]

ଖୁଣ୍ଟା: ବର୍ତ୍ତମାନର ଆଧୁନିକ ଯୁଗରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବାର ଯୋଜନା କରୁଥିବାବେଳେ ଆଜିର ସମାଜରେ ଗୁଣିଗାରେଡ଼ି ପରି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡ ଘଟିବାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ପଞ୍ଚାୟତ ଅଧୀନ ସାରଜମଡିହି ଗାଁରେ ଗତ ଶୁକ୍ରବାର ସଂଧ୍ୟାରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଜନୈକ ବୃଦ୍ଧଙ୍କୁ ଦୁର୍ବୁତ୍ତମାନେ ଅତି ବିଭତ୍ସ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ବ୍ଲକସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ: ସାନଅଁଳକୁ ହରାଇ ଚାମ୍ପିୟନ ହେଲା ତିଛିଣି ତ୍ରିଲୋଚନେଶ୍ୱର ଟିମ୍

ସୂଚନା ଅନୁସାରେ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଗୁରୁବାରୀ ଙ୍କ ସ୍ବାମୀ ଠୁଙ୍ଗୁରୁ ସିଂ (୬୫) । ଗୁରୁବାରୀ ଏବଂ ପରିବାରର ଅନ୍ୟମାନେ ରାତିରେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିଲା । ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଆହୁରି ପଢ଼ନ୍ତୁ: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି, ମୁତୟନ ହେବେ ୩୦ ପ୍ଲାଟୁନ୍ ପୋଲିସ ଫୋର୍ସ

ତେବେ ପୂର୍ବରୁ ମୃତ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିବା ବେଳେ ଏହା ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି । ସେପଟେ ଏହି ହତ୍ୟା ଘଟଣାରେ ଖୁଣ୍ଟା ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

ଆହୁରି ପଢ଼ନ୍ତୁ: ପୁରୀରେ ଆଇପିଏଲ ବେଟିଂ ରାକେଟର ପର୍ଦ୍ଦାଫାସ; ୫ଗିରଫ, ୨୫ ଲକ୍ଷ ଟଙ୍କା ଜବତ

12 Nov 2022 By The Sakala

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ବିଭତ୍ସ ହତ୍ୟା ! ମୁଣ୍ଡରୁ ଗଣ୍ଡି ଅଲଗା କରିଦେଲେ ଦୁର୍ବୃତ୍ତ

ଖୁଣ୍ଟା: ବର୍ତ୍ତମାନର ଆଧୁନିକ ଯୁଗରେ ମନୁଷ୍ୟ ମଙ୍ଗଳ ଗ୍ରହରେ ରହିବାର ଯୋଜନା କରୁଥିବାବେଳେ ଆଜିର ସମାଜରେ ଗୁଣିଗାରେଡ଼ି ପରି ଅନ୍ଧବିଶ୍ୱାସକୁ ନେଇ ହତ୍ୟାକାଣ୍ଡ ଘଟିବାକୁ ନେଇ ସାଧାରଣରେ ଚିନ୍ତାର ବିଷୟ ପାଲଟିଛି । ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ଭୋଳାଗଡିଆ ପଞ୍ଚାୟତ ଅଧୀନ ସାରଜମଡିହି ଗାଁରେ ଗତ ଶୁକ୍ରବାର ସଂଧ୍ୟାରେ ଏଭଳି ଲୋମଟାଙ୍କୁରା ଘଟଣା ଘଟିଛି । ଗୁଣିଗାରେଡ଼ି ସନ୍ଦେହରେ ଜନୈକ ବୃଦ୍ଧଙ୍କୁ ଦୁର୍ବୁତ୍ତମାନେ ଅତି ବିଭତ୍ସ ଭାବରେ ହତ୍ୟା କରି ତାଙ୍କ ମୁଣ୍ଡରୁ ଗଣ୍ଡି ଅଲଗା କରି ଦେଇଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗୁରୁବାରୀ ସିଂ ଏବଂ ତାଙ୍କ ପରିବାର ଲୋକେ ଶୁକ୍ରବାର ଫୁଟବଲ ଖେଳ ଦେଖିବା ପାଇଁ ଯାଇଥିଲେ । ଏହି ସମୟରେ ଘରେ ଏକୁଟିଆ ରହିଥିଲେ ଗୁରୁବାରୀ ଙ୍କ ସ୍ବାମୀ ଠୁଙ୍ଗୁରୁ ସିଂ (୬୫) । ଗୁରୁବାରୀ ଏବଂ ପରିବାରର ଅନ୍ୟମାନେ ରାତିରେ ଘରକୁ ଫେରିବା ପରେ ଘର ବାରଣ୍ଡାରେ ଠୁଙ୍ଗୁରୁଙ୍କର ମୁଣ୍ଡରୁ ଗଣ୍ଡି ଅଲଗା ହୋଇ ମୃତଦେହ ପଡିଥିବା ଦେଖିବାକୁ ପାଇଥିଲେ । କେହି ଅତି ବିଭତ୍ସ ଭାବେ ତାଙ୍କୁ ହତ୍ୟା କରିଥିଲା । ପରିବାର ଲୋକେ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ ପୂର୍ବରୁ ମୃତ ଠୁଙ୍ଗୁରୁର ପୁତୁରା ସହ ଗୁଣି ଗାରେଡି ସନ୍ଦେହକୁ ନେଇ ବିବାଦ ହୋଇଥିବା ବେଳେ ଏହା ଗୁଣି ଗାରେଡି ସନ୍ଦେହରୁ ପୁତୁରା ଏହି ହତ୍ୟାକାଣ୍ଡ କରିଥିବା ସନ୍ଦେହ କରାଯାଉଛି । ସେପଟେ ଏହି ହତ୍ୟା ଘଟଣାରେ ଖୁଣ୍ଟା ପୋଲିସ ଦୁଇଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର