ଆଜିଠୁ ଓଜେଇଇ ୱେବ୍ କାଉନସେଲିଂ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍, ବି-ଆର୍କ, ବି-ପ୍ଲାନ୍, ବି-କାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମ୍ଏସି କୋର୍ସରେ ନାମଲେଖା ଲାଗି ୧୭ ତାରିଖଠାରୁ ୱେବ୍‌ବେସ୍ କାଉନସେଲିଂ ଆରମ୍ଭ ହେବ | ଏନେଇ ଓଜେଇଇ ବିଟେକ୍ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ । ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମକ୍ […]

ଭୁବନେଶ୍ୱର: ଆଜିଠୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ପକ୍ଷରୁ ବିଭିନ୍ନ ପାଠ୍ୟକ୍ରମ ପାଇଁ ୱେବ୍‌ କାଉନ୍‌ସେଲିଂ କରାଯିବ । ବିଟେକ୍, ବି-ଆର୍କ, ବି-ପ୍ଲାନ୍, ବି-କାଟ୍ ଏବଂ ଇଣ୍ଟିଗ୍ରେଟେଡ ଏମ୍ଏସି କୋର୍ସରେ ନାମଲେଖା ଲାଗି ୧୭ ତାରିଖଠାରୁ ୱେବ୍‌ବେସ୍ କାଉନସେଲିଂ ଆରମ୍ଭ ହେବ | ଏନେଇ ଓଜେଇଇ ବିଟେକ୍ ଓଜେଇଇ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୭ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଚଏସ୍ ଫିଲିଂ କରିପାରିବେ । ୨୮ ତାରିଖରେ ପ୍ରଥମ ପର୍ଯ୍ୟାୟ ମକ୍ ସିଟ୍ ଆଲର୍ଟମେଣ୍ଟ ଓ ୩୧ ତାରିଖ ସନ୍ଧ୍ୟାରେ ଦ୍ବିତୀୟ ପର୍ଯ୍ୟାୟ ମକ୍ ସିଟ୍ ଆଲର୍ଟମେଣ୍ଟ କରାଯିବ। ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଛାତ୍ରଛାତ୍ରୀ ଓଜେଇଇ ୱେବସାଇଟ୍‌ରେ ଦେଖିପାରିବେ ।

ଆହୁରି ପଢ଼ନ୍ତୁ: ଓରାଙ୍ଗଉଟାନ ଚାଲାଣକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ: ଜଙ୍ଗଲ ମନ୍ତ୍ରୀ

ନଭେମ୍ବର ୧ ତାରିଖ ଦିନ ୧୧ଟା ପର୍ଯ୍ୟନ୍ତ ଚଏସ୍ ଲକିଂ କରାଯିବ। ଚାଲିବ। ୨ ତାରିଖରେ ପଞ୍ଜିକରଣ ଓ ଚଏସ୍ ଲକିଂ ଶେଷ ହେବା ସହିତ ୫ ତାରିଖ ସନ୍ଧ୍ୟା ୫ଟାଠାରୁ ୮ ତାରିଖ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଅନ୍‌ଲାଇନ୍ ରିପୋର୍ଟିଂ ସହିତ ନାମଲେଖା ଫି ଦାଖଲ କରାଯିବ। ୫ ତାରିଖରୁ ୧୧ ତାରିଖ ଯାଏଁ ଯଦି କେହି ନାମଲେଖା ପାଇଁ ଆଗ୍ରହୀ ନ ହୁଅନ୍ତି ତେବେ ସେମାନେ ନାମ ପ୍ରତ୍ୟାହାର କରିପାରିବେ। ନଭେମ୍ବର ୬ରୁ ୧୧ ତାରିଖ ଦିନ ୧୦ଟା ପର୍ଯ୍ୟନ୍ତ ସ୍ପେସାଲ୍ ଓଜେଇଇ ବିଟେକ ର‍୍ୟାଙ୍କ ହୋଲଡ଼ର ଓ ଯେଉଁମାନେ ଜେଇଇ ମେନ ର‍୍ୟାଙ୍କ ପାଇଁ ପଞ୍ଜିକରଣ କରିନଥିବେ ସେମାନଙ୍କ ପଞ୍ଜିକରଣ ଆରମ୍ଭ ହେବ ।

ଆହୁରି ପଢ଼ନ୍ତୁ: ଶୀଘ୍ର ବିଦାୟ ନେବ ମୌସୁମୀ: ୧୯ରୁ ଆରମ୍ଭ ହେବ ପ୍ରତ୍ୟାବର୍ତ୍ତନ, ତଥାପି ଓଡ଼ିଶାରେ ପୁଣି ଫେରିବ ବର୍ଷା

ନଭେମ୍ବର ୧୪ ସନ୍ଧ୍ୟା ୫ଟାରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ ଓ ୧୬ ତାରିଖ ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ । ନଭେମ୍ବର ୧୮ ତାରିଖ ପର୍ଯ୍ୟନ୍ତ ଯେଉଁମାନେ ଚାହିଁବେ ନାମ ପ୍ରତ୍ୟାହୃତ କରିପାରିବେ | ନଭେମ୍ବର ୨୧ ତାରିଖ ଶେଷ ପର୍ଯ୍ୟାୟ ସିଟ୍ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ୨୨ ତାରିଖ ଦିନ ୧ଟା ପର୍ଯ୍ୟନ୍ତ ନାମଲେଖା ପ୍ରକ୍ରିୟା ଚାଲିବ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଭୁଲିଗଲେ ୩୫୦୦ ଟଙ୍କା ପ୍ରତିଶ୍ରୁତି, ଭତ୍ତାକୁ ନେଇ ସରକାରଙ୍କ ଉପରେ ବର୍ଷିଲା ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର