ବାଟ ଦେଖାଉଛି ଓଡିଶା : ‘ଡ୍ରିଙ୍କ୍‌ ଫ୍ରମ୍‌ ଟ୍ୟାପ୍‍’ ମଡେଲ ଅନୁଧ୍ୟାନ ପାଇଁ କର୍ଣ୍ଣାଟକ ପରେ ଆସିଲେ ଆଉ ୪ ରାଜ୍ୟର ଅଧିକାରୀ

The Sakala Picture
Published On

ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନାକୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଆଗ୍ରହ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଗତ କିଛି ଦିନ ତଳେ କର୍ଣ୍ଣାଟକର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ଯୋଜନାର ସମ୍ପର୍କରେ ତାଲିମ ନେଇଥିଲେ। ଏବେ ପୁଣି ୪ ଟି ରାଜ୍ୟର ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ୪ ଟି ରାଜ୍ୟ ଝାଡ଼ଖଣ୍ଡ, ଆସାମ, ମିଜୋରାମ ଓ ତ୍ରିପୁରାରୁ ୧୮ ଜଣ […]

ଭୁବନେଶ୍ୱର : ଓଡ଼ିଶାରେ ଚାଲିଥିବା ୨୪ ଘଣ୍ଟିଆ ଜଳ ଯୋଗାଣ ଓ ଡ୍ରିଙ୍କ୍‍ଫ୍ରମ ଟ୍ୟାପ (ସୁଜଳ) ଯୋଜନାକୁ ଆପଣାଇବା ପାଇଁ ଅନ୍ୟ ରାଜ୍ୟଗୁଡ଼ିକର ଆଗ୍ରହ ଦିନକୁ ଦିନ ବଢ଼଼ିବାରେ ଲାଗିଛି। ଗତ କିଛି ଦିନ ତଳେ କର୍ଣ୍ଣାଟକର ବରିଷ୍ଠ ଅଧିକାରୀମାନେ ଓଡ଼ିଶା ଆସି ଏ ଯୋଜନାର ସମ୍ପର୍କରେ ତାଲିମ ନେଇଥିଲେ। ଏବେ ପୁଣି ୪ ଟି ରାଜ୍ୟର ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି। ୪ ଟି ରାଜ୍ୟ ଝାଡ଼ଖଣ୍ଡ, ଆସାମ, ମିଜୋରାମ ଓ ତ୍ରିପୁରାରୁ ୧୮ ଜଣ ଅଧିକାରୀ ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଏହି ଯୋଜନା ସମ୍ପର୍କରେ ଅବଗତ ହେଉଛନ୍ତି। ଓଡ଼ିଶାର ଜଳ ଆୟୋଗ ‘ୱାଟକୋ’ର ବରିଷ୍ଠ ଅଧିକାରୀମାନେ ଏହି ତାଲିମ ଦେଉଥିବା ବେଳେ ଜଳ ପରିଚାଳନା କ୍ଷେତ୍ରରେ ଓଡ଼ିଶା ଏବେ ସେନାପତି ସାଜିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

ଗୁରୁବାରଠାରୁ ଏହି ଅଧିକାରୀମାନେ ଓଡ଼ିଶାରେ ପହଞ୍ଚିଥିବା ବେଳେ ପ୍ରଥମ ଦିନରେ ସେମାନଙ୍କୁ ଭୁବନେଶ୍ୱର ଓଡ଼ିଶା ଜଳ ଏକାଡେମୀଠାରେ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲ। ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ କିପରି ଆରମ୍ଭ ହୋଇଥିଲା ଓ କେମିତି ଲୋକଙ୍କୁ ଏଥିରେ ଅଂଶଗ୍ରହଣ କରାଯାଇପାରୁଛି ସେ ସମ୍ପର୍କରେ ଅବଗତ କରାଯାଇଥିଲା। ସେହିପରି ଶୁକ୍ରବାର ଏହି ଅଧିକାରୀମାନଙ୍କୁ ପୁରୀ ଗସ୍ତ କରିଥିବା ବେଳେ ପୁରୀରେ ଚାଲୁ ହୋଇଥିବା ‘ଡ୍ରିଙ୍କ ଫ୍ରମ ଟ୍ୟାପ୍‍’ ଦେଖିଥିଲେ। କେମିତି ଜଳ ବିଶୋଦ୍ଧନା କରାଯାଉଛି ଓ ଲୋକମାନେ ସିଧା ସଳଖ ଟ୍ୟାପ୍‍ରୁ ପାଣି ପିଇପାରୁଛନ୍ତି ଅଧିକାରୀମାନେ ଦେଖିଥିଲେ। ଏହି ସମୟରେ ଅଧିକାରୀମାନେ ଓଡ଼ିଶା ଜଳସାଥୀମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ରାଜ୍ୟ ସରକାର ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବା ସହିତ ମିଶନ ଶକ୍ତି ମହିଳାଙ୍କୁ ଏଥିରେ ସମ୍ପୃକ୍ତ କରି ସେମାନଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଏହି ଯୋଜନାକୁ କେମିତି ସେମାନେ ନିଜ ନିଜ ରାଜ୍ୟରେ ଲାଗୁ କରିପାରିବେ ସେନେଇ ଓଡ଼ିଶା ଅଧିକାରୀଙ୍କଠାରୁ ଜ୍ଞାନ ନେଇଛନ୍ତି। ଏହି ସମୟରେ ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ବୁଲିବା ସହିତ, ‘କୁଇକ୍‍ ରେସପନ୍ସ ଟିମ’୍‍ ଓ ‘ଲ୍ୟାବ୍‍ ଅନ ହୁଇଲ୍‍’ ଆଦି ବୁଲି ଦେଖିଛନ୍ତି। ଭୁବନେଶ୍ୱରର ସାଲିଆ ସାହି ବସ୍ତିରେ ଏହି ଯୋଜନା ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଇଥିବାରୁ ଗତକାଲି ଏହି ଟିମ୍‍ ସାଲିଆ ସାହି ଯାଇ ସ୍ଥିତି ଦେଖିଥିଲେ। ଶୁକ୍ରବାର ବଳିଆପଣ୍ଡା ବସ୍ତିରେ ମଧ୍ୟ କେମିତି ବସ୍ତିବାସିନ୍ଦାଙ୍କୁ ଏହି ସେବା ଯୋଗାଇ ଦିଆଯାଉଛି ତାହା ଅନୁଧ୍ୟାନ କରିଛନ୍ତି। ଶନିବାର ଶେଷ ଦିନରେ ଏହି ଟିମ୍‍ ରାଜଧାନୀରେ ରାଜ୍ୟ ପରୀକ୍ଷାଗାରକୁ ଯାଇ ଜଳରମାନ କେମିତି ନିର୍ଦ୍ଧାରଣ କରାଯାଉଛି, ସେ ସମ୍ପର୍କରେ ତାଲିମ ନେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି। ରାଜ୍ୟରେ ଏହି ଯୋଜନା ବର୍ତ୍ତମାନ ସମସ୍ତଙ୍କ ଦ୍ୱାରା ଆଦୃତ ହୋଇପାରିଥିବା ବେଳେ ଅନ୍ୟ ରାଜ୍ୟରୁ ଆସୁଥିବା ଅଧିକାରୀମାନଙ୍କୁ ସମସ୍ତ ପ୍ରକାର ଜ୍ଞାନକୌଶଳ ବାବଦରେ ତାଲିମ ଦିଆଯାଉଥିବା ୱାଟକୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଦୀପ୍ତ କୁମାର ସ୍ୱାଇଁ କହିଛନ୍ତି।

ଆହୁରି ପଢ଼ନ୍ତୁ: ଧାମନଗର ଏନ୍‌ଏସିରେ ଫର୍ମ-୭ ଅନିୟମିତତା ଅଭିଯୋଗ, ସିଇଓଙ୍କୁ ଭେଟି ତଦନ୍ତ ଦାବିକଲା ବିଜେଡି

ଓଡ଼ିଶାର ବିଭିନ୍ନ ପୌରାଞ୍ଚଳରେ ଅତ୍ୟାଧୁନିକ ଜ୍ଞାନକୌଶଳ ଦ୍ୱାରା ବିଶୁଦ୍ଧିକରଣ ପାଣି ଯୋଗାଣ ହେଉଛି। ଲୋକମାନେ ଏହାକୁ ସିଧାସଳଖ ଟ୍ୟାପ୍‍ରୁ ନେଇ ପିଇ ପାରୁଛନ୍ତି। ରାଜ୍ୟରେ ଚାଲୁ ରହିଥିବା ଏହି ଯୋଜନାକୁ ଅନ୍ୟ ରାଜ୍ୟଗୁଡ଼ିକ କେମିତି ଲାଗୁ କରିପାରିବେ ତାହା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ଓଡ଼ିଶା ମଡେଲକୁ ଗ୍ରହଣ କରି ନିଜ ରାଜ୍ୟବାସୀଙ୍କୁ ଜଳ ଯୋଗାଇ ଦେବାକୁ କେନ୍ଦ୍ର ସରକାର ବିଜ୍ଞପ୍ତି ମାଧ୍ୟମରେ ଦର୍ଶାଇଛନ୍ତି। ନିକଟରେ କର୍ଣ୍ଣାଟକର ଏକ ୨୦ ଜଣିଆ ଉଚ୍ଚ ସ୍ତରୀୟ ପ୍ରଶାସନିକ ଦଳ ଓଡ଼ିଶା ଆସି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଲି ଏହି ଯୋଜନାର ରୂପରେଖ ଦେଖିଥିଲେ। ବର୍ତ୍ତମାନ ଓଡ଼ିଶା ଗସ୍ତରେ ଆସିଥିବା ଦଳଙ୍କ ମଧ୍ୟରେ ଆସାମର ନଗର ଉନ୍ନୟନ ବିଭାଗର ଉପ ସଚିବ ଓ ଯୁଗ୍ମ ସଚିବଙ୍କ ସମେତ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ମିଶାଇ ମୋଟ୍‍ ୧୦ ଜଣ ଆସିଛନ୍ତି। ସେହିପରି ଝାରଖଣ୍ଡରୁ ୪ ଜଣ , ମିଜୋରାମରୁ ୩ ଜଣ ଓ ତ୍ରିପୁରାରୁ ଜଣଙ୍କୁ ମିଶାଇ ମୋଟ୍‍ ୧୮ ଜଣ ଅଧିକାରୀ ଆସିଛନ୍ତି। ଏହି ୧୮ ଜଣ ଅଧିକାରୀ ନିଜ ନିଜ ରାଜ୍ୟର ନଗର ଉନ୍ନୟନ ବିଭାଗରେ ପାନୀୟ ଜଳ ଯୋଗାଣ ବିଭାଗରେ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର