ଓ୍ବାୟନାଡ ଗଲା ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’, ଭୂ-ସ୍ଖଳନ ଘଟଣାରେ ଉଦ୍ଧାର କାର୍ଯ୍ୟରେ କରିବ ସହଯୋଗ

The Sakala Picture
Published On

ବ୍ରହ୍ମପୁର: ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । କେରଳ ଭୂସ୍ଖଳନ ଘଟଣାରେ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଓ ଫଶିଥିବା ଲୋକଙ୍କ ସନ୍ଧାନ ଲାଗି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କୁ କେରଳର ୱାୟନାଡ୍ ପଠଗଲା । ସନ୍ଧାନୀ କୁକୁର ଷ୍ଟର୍ମ ସହ ଜଣେ ଟ୍ରେନର ଓ ଜଣେ ସବ-ଇନସପେକ୍ଟର ମଧ୍ୟ କେରଳ ଗସ୍ତ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ପୋଲିସ ଟିମ କେରଳ ଯାତ୍ରା କରିଛନ୍ତି । ଭୂସ୍ଖଳନର ୬ ଦିନ […]

ବ୍ରହ୍ମପୁର: ବ୍ରହ୍ମପୁରରୁ ଓ୍ବାୟନାଡ ଗଲା ସନ୍ଧାନୀ କୁକୁର ଷ୍ଟର୍ମ । କେରଳ ଭୂସ୍ଖଳନ ଘଟଣାରେ ଉଦ୍ଧାରକାରୀ ଦଳକୁ ସହଯୋଗ କରିବା ଓ ଫଶିଥିବା ଲୋକଙ୍କ ସନ୍ଧାନ ଲାଗି ବ୍ରହ୍ମପୁର ପୋଲିସର ସନ୍ଧାନୀ କୁକୁର ‘ଷ୍ଟର୍ମ’କୁ କେରଳର ୱାୟନାଡ୍ ପଠଗଲା । ସନ୍ଧାନୀ କୁକୁର ଷ୍ଟର୍ମ ସହ ଜଣେ ଟ୍ରେନର ଓ ଜଣେ ସବ-ଇନସପେକ୍ଟର ମଧ୍ୟ କେରଳ ଗସ୍ତ କରିଛନ୍ତି । ପୋଲିସ ମହାନିର୍ଦ୍ଦେଶକଙ୍କ ନିର୍ଦ୍ଦେଶ ପରେ ବ୍ରହ୍ମପୁର ପୋଲିସ ଟିମ କେରଳ ଯାତ୍ରା କରିଛନ୍ତି ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଭୂସ୍ଖଳନର ୬ ଦିନ ପରେ ବି ୱାୟନାଡରେ ସରିନି ମାଟି ଓ ପଥର ତଳୁ ଜୀବନ ଖୋଜା। ଅହରହ ଚାଲିଛି ରେସକ୍ୟୁ ଅଭିଯାନ। ସେନା, ଏନ୍‌ଡିଆରଏଫ ସମେତ ବିଭିନ୍ନ ସଂସ୍ଥା ଓ ସ୍ୱେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଉ ଜୀବନ ଉଦ୍ଧାର ହେବା ସହ ଦିନକୁ ଦିନ ବଢୁଛି ମୃତ୍ୟୁସଂଖ୍ୟା। ମୃତ୍ୟୁସଂଖ୍ୟା ୩୫୦ ଟପିଥିବା ବେଳେ ଶହ ଶହ ଲୋକ ଏବେବି ନିଖୋଜ ଅଛନ୍ତି। ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ନେଇ ଆଶଙ୍କା କରାଯାଉଛି ।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର