ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଦେଶରେ ଏକ ନମ୍ବର ଗଞ୍ଜାମ ଜିଲ୍ଲା

The Sakala Picture
Published On

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି। ଜିଲ୍ଲାରେ ୬୩ ହଜାର ୪୪୯ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାରେ ୨.୨୬ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇଛି । […]

ଭୁବନେଶ୍ୱର: ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ଗଞ୍ଜାମ ଜିଲ୍ଲା ସାରା ଦେଶରେ ଏକ ନମ୍ବର ସ୍ଥାନ ହାସଲ କରିଛି। ଜାନୁଆରୀ ୨୨ ସୁଦ୍ଧା, ଶ୍ରମ ଦିବସ ସୃଷ୍ଟି କରିବା ସହ ଗାଁ ଲୋକଙ୍କୁ ଶହେ ଦିନିଆ କାମ ଯୋଗାଇ ଦେବାରେ ଗଞ୍ଜାମ ଜିଲ୍ଲା ଏହି ସଫଳତା ପାଇଛି। ଜିଲ୍ଲାରେ ୬୩ ହଜାର ୪୪୯ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦିଆଯାଇଛି। ସେହିପରି ଜିଲ୍ଲାରେ ୨.୨୬ କୋଟି ଶ୍ରମ ଦିବସ ମଧ୍ୟ ସୃଷ୍ଟି କରାଯାଇଛି । ତେବେ ୩.୫୪ କୋଟି ଶ୍ରମ ଦିବସ ସୃଷ୍ଟି କରିବା ଜିଲ୍ଲାର ବାର୍ଷିକ ଟାର୍ଗେଟ ଥିଲା। ଶ୍ରମ ଦିବସ ସୃଷ୍ଟି କରିବାରେ ଗଞ୍ଜାମ ପଛକୁ ତାଲିକାରେ ରହିଛନ୍ତି ରାଜସ୍ଥାନର ବାରମରା ଓ ତାମିଲନାଡୁର ତିରୁଭନ୍ନାମଲାଇ। ବାରମରା ୨.୧୮ କୋଟି ଶ୍ରମ ଦିବସ ସୃଷ୍ଟି କରିଥିବାବେଳେ ତିରୁଭନ୍ନାମଲାଇ ୨.୧୩ କୋଟି ଶ୍ରମ ଦିବସ ସୃଷ୍ଟି କରିପାରିଛନ୍ତି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

ସେହିପରି କନ୍ଧମାଳ ଜିଲ୍ଲା ୩୫ ହଜାର ୧୪୧ ଜଣ ପରିବାରକୁ ଶହେ ଦିନିଆ କାମ ଯୋଗାଇ ଦେଶରେ ଦ୍ବିତୀୟ ପୋଜିସନରେ ଥିବାବେଳେ ତା ପଛକୁ ରହିଛି ରାଜସ୍ଥାନର ବରାମରା। ବାରମରା ୩୪ ହଜାର ୯୯୪, ବଲାଙ୍ଗୀର ୨୬ ହଜାର ୨୦୯ ପରିବାରକୁ ଶହେ ଦିନର କାମ ଯୋଗାଇ ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନ ଅକ୍ତିଆର କରିଛନ୍ତି। ସେହିପରି ଗଞ୍ଜାମ ଜିଲ୍ଲା ୫୮ ପ୍ରତିଶତ ମହିଳାଙ୍କ ଅଂଶଗ୍ରହଣ ପୂରା ରାଜ୍ୟରେ ଏକ ନମ୍ବର ପୋଜିସନ ହାସଲ କରିବାରେ ସାହାଯ୍ୟ କରିଛି। ଅର୍ଥାତ ଏମଜିମନରେଗାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ମହିଳାଙ୍କୁ କାମ ଯୋଗାଇ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ସାପ କାମୁଡ଼ିବା ପରେ ସାପକୁ ଧରି ହସ୍ପିଟାଲ ପହଞ୍ଚିଲେ ଯୁବକ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର