ସିଏଜି ରିପୋର୍ଟ: ଜାତୀୟ ହାର ତୁଳନାରେ ଓଡ଼ିଶାର ଡ୍ରପ୍‌ ଆଉଟ୍‌ ହାର ନଗଣ୍ୟ

Madhusudan Das Picture
Published On

ଭୁବନେଶ୍ବର: ବିଭିନ୍ନ କାରଣରୁ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବର୍ଷ ଅନୁଯାୟୀ ବଢ଼ିବାରେ ଲାଗିଛି। ତେବେ ଏ କ୍ଷେତ୍ରରେ ଦେଶ ତୁଳନାରେ ରାଜ୍ୟର ସ୍ଥିତି ବେଶ ଭଲ ରହିଛି। ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ବା ଡ୍ରପ୍‌ ଆଉଟ୍‌ ପିଲାଙ୍କ ସ୍ଥିତି ଦେଖିଲେ ଓଡ଼ିଶାରେ ଏହି ହାର ଜାତୀୟ ହାରଠାରୁ ବହୁତ କମ୍‌ ରହିଛି। ଏହାର ଶ୍ରେୟ ପୂର୍ବରୁ ନବୀନ୍‌ ସରକାରଙ୍କୁ ଯାଉଛି।  ଯଦି ଆମେ ଗତ ୫ବର୍ଷର ତଥ୍ୟକୁ ଦେଖିବା ତେବେ ଏହି ସମୟ ମଧ୍ୟରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ପାଖାପାଖି ୮ ପ୍ରତିଶତ ରହିଛି। ୨୦୧୮-୧୯ ଆର୍ଥିକବର୍ଷରେ ଓଡ଼ିଶାରେ ପ୍ରଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ମାତ୍ର ୩.୪ ପ୍ରତିଶତ ରହିଥିବାବେଳେ ୨୦୧୮-୧୯ ଆର୍ଥିକବର୍ଷରେ ଏହି ହାର ଶୂନ୍‌ ରହିଥିବା ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷା ଉପରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଜଳେଶ୍ୱର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନ ଆଗକୁ ଡେଇଁ ଶାଳୀ-ଭିଣୋଇଙ୍କ ଆତ୍ମହତ୍ୟା

ଭୁବନେଶ୍ବର ସ୍ଥିତ ଏଜିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ଅତୂଲ ପ୍ରକାଶ ଏହି ରିପୋର୍ଟ ଉନ୍ମୋଚନ କରି କହିଛନ୍ତି ଯେ, ୟୁଡି ଆଇଏସ୍‌ର+ ଅନୁଯାୟୀ, ଅଧାରୁ ପାଠପଢ଼ା ଛାଡ଼ୁଥିବା ହାର ହେଉଛି ଏକ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ବର୍ଷରେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ନାମ ଲେଖାଇଥିବା ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ଅନୁପାତ, ଯେଉଁମାନେ ପରବର୍ତ୍ତୀ ବିଦ୍ୟାଳୟ ବର୍ଷରେ ଆଉ କୌଣସି ଗ୍ରେଡ୍‌ରେ ନାମ ଲେଖାଇନାହାଁନ୍ତି। ଶିକ୍ଷାର ବିଭିନ୍ନ ସ୍ତର ପାଇଁ ସର୍ବ ଭାରତୀୟ ସ୍ତର ତୁଳନାରେ ରାଜ୍ୟ ସ୍ତରରେ ଅଧାରୁ ପାଠ ଛାଡ଼ି ଥିବା ହାର।  ପ୍ରାଥମିକ ସ୍ତରରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ୨୦୧୮-୧୯ରେ ୪.୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ମାତ୍ର ୩.୪ ପ୍ରତିଶତ ରହିଛି। ସେହିପରି ୨୦୧୮-୧୯ ଆର୍ଥିକବର୍ଷରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ସର୍ବଭାରତୀୟ ସ୍ତରରେ ଏହା ୭.୮ ପ୍ରତିଶତ ରହିଥିବାବେଳେ ରାଜ୍ୟରେ ଏହା ଦେଶରେ ସବୁଠାରୁ ଭଲ ଶୂନ୍‌ ପ୍ରତିଶତ ରହିଛି।  

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାମାନଙ୍କ ମଧ୍ୟରେ ଉପ ମହାଲେଖାକାର ପ୍ରଥମା ପ୍ରତୀକ୍ଷା ପ୍ରଧାନ, ଉପ ମହାଲେଖାକାର ଭୀମଲେଶ କୁମାର ,ଉପ ମହାଲେଖାକାର ସଞ୍ଜୟ କୁମାର, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା ଏବଂ ବିଚିତ୍ରା ନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

10 Dec 2025 By Madhusudan Das

ସିଏଜି ରିପୋର୍ଟ: ଜାତୀୟ ହାର ତୁଳନାରେ ଓଡ଼ିଶାର ଡ୍ରପ୍‌ ଆଉଟ୍‌ ହାର ନଗଣ୍ୟ

ଭୁବନେଶ୍ବର: ବିଭିନ୍ନ କାରଣରୁ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ବର୍ଷ ଅନୁଯାୟୀ ବଢ଼ିବାରେ ଲାଗିଛି। ତେବେ ଏ କ୍ଷେତ୍ରରେ ଦେଶ ତୁଳନାରେ ରାଜ୍ୟର ସ୍ଥିତି ବେଶ ଭଲ ରହିଛି। ବିଶେଷ କରି ପ୍ରାଥମିକ ଶିକ୍ଷା କ୍ଷେତ୍ରରେ ଅଧାରୁ ପାଠ ଛାଡୁଥିବା ବା ଡ୍ରପ୍‌ ଆଉଟ୍‌ ପିଲାଙ୍କ ସ୍ଥିତି ଦେଖିଲେ ଓଡ଼ିଶାରେ ଏହି ହାର ଜାତୀୟ ହାରଠାରୁ ବହୁତ କମ୍‌ ରହିଛି। ଏହାର ଶ୍ରେୟ ପୂର୍ବରୁ ନବୀନ୍‌ ସରକାରଙ୍କୁ ଯାଉଛି।  ଯଦି ଆମେ ଗତ ୫ବର୍ଷର ତଥ୍ୟକୁ ଦେଖିବା ତେବେ ଏହି ସମୟ ମଧ୍ୟରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ପାଖାପାଖି ୮ ପ୍ରତିଶତ ରହିଛି। ୨୦୧୮-୧୯ ଆର୍ଥିକବର୍ଷରେ ଓଡ଼ିଶାରେ ପ୍ରଥମିକ ସ୍ତରରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ହାର ମାତ୍ର ୩.୪ ପ୍ରତିଶତ ରହିଥିବାବେଳେ ୨୦୧୮-୧୯ ଆର୍ଥିକବର୍ଷରେ ଏହି ହାର ଶୂନ୍‌ ରହିଥିବା ରାଜ୍ୟରେ ବିଦ୍ୟାଳୟ ଓ ଶିକ୍ଷା ଉପରେ ଭାରତର ମହାଲେଖା ନିୟନ୍ତ୍ରକ ତଥା ମହାସମୀକ୍ଷକ (ସିଏଜି)ଙ୍କ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏହା କୁହାଯାଇଛି।

ଭୁବନେଶ୍ବର ସ୍ଥିତ ଏଜିଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ମହାଲେଖାକାର ଅତୂଲ ପ୍ରକାଶ ଏହି ରିପୋର୍ଟ ଉନ୍ମୋଚନ କରି କହିଛନ୍ତି ଯେ, ୟୁଡି ଆଇଏସ୍‌ର+ ଅନୁଯାୟୀ, ଅଧାରୁ ପାଠପଢ଼ା ଛାଡ଼ୁଥିବା ହାର ହେଉଛି ଏକ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ବର୍ଷରେ ଏକ ନିର୍ଦ୍ଦିଷ୍ଟ ସ୍ତରରେ ନାମ ଲେଖାଇଥିବା ଗୋଷ୍ଠୀର ଛାତ୍ରଛାତ୍ରୀଙ୍କ ଅନୁପାତ, ଯେଉଁମାନେ ପରବର୍ତ୍ତୀ ବିଦ୍ୟାଳୟ ବର୍ଷରେ ଆଉ କୌଣସି ଗ୍ରେଡ୍‌ରେ ନାମ ଲେଖାଇନାହାଁନ୍ତି। ଶିକ୍ଷାର ବିଭିନ୍ନ ସ୍ତର ପାଇଁ ସର୍ବ ଭାରତୀୟ ସ୍ତର ତୁଳନାରେ ରାଜ୍ୟ ସ୍ତରରେ ଅଧାରୁ ପାଠ ଛାଡ଼ି ଥିବା ହାର।  ପ୍ରାଥମିକ ସ୍ତରରେ ଦେଶରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ୨୦୧୮-୧୯ରେ ୪.୫ ପ୍ରତିଶତ ରହିଥିବାବେଳେ ଓଡ଼ିଶାରେ ଏହା ମାତ୍ର ୩.୪ ପ୍ରତିଶତ ରହିଛି। ସେହିପରି ୨୦୧୮-୧୯ ଆର୍ଥିକବର୍ଷରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କ ସଂଖ୍ୟା ଦୃଷ୍ଟିରୁ ସର୍ବଭାରତୀୟ ସ୍ତରରେ ଏହା ୭.୮ ପ୍ରତିଶତ ରହିଥିବାବେଳେ ରାଜ୍ୟରେ ଏହା ଦେଶରେ ସବୁଠାରୁ ଭଲ ଶୂନ୍‌ ପ୍ରତିଶତ ରହିଛି।  

ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟାମାନଙ୍କ ମଧ୍ୟରେ ଉପ ମହାଲେଖାକାର ପ୍ରଥମା ପ୍ରତୀକ୍ଷା ପ୍ରଧାନ, ଉପ ମହାଲେଖାକାର ଭୀମଲେଶ କୁମାର ,ଉପ ମହାଲେଖାକାର ସଞ୍ଜୟ କୁମାର, ବରିଷ୍ଠ ଲେଖା ପରୀକ୍ଷା ଅଧିକାରୀ ଶ୍ରୀମନ୍ତ କୁମାର ପଣ୍ଡା ଏବଂ ବିଚିତ୍ରା ନନ୍ଦ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର