‘ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ

The Sakala Picture
Published On

ଭୁବନେଶ୍ୱର: ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ । ‘ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଅଭିନେତା, ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ଚିତ୍ତରଞ୍ଜନ ହେଉଛନ୍ତି ପ୍ରଥମ ଓଡ଼ିଆ। ଚାନ୍ଦବାଲି ଏନଏସି ଅନ୍ତର୍ଗତ ବରେହିଁପୁରରେ ଚିତ୍ତରଞ୍ଜନଙ୍କ ଘର। ଉଭୟ ବଲିଉଡ୍ ଏବଂ ଓଲିଉଡରେ ଚିତ୍ତରଞ୍ଜନ ତ୍ରିପାଠୀ ବେଶ୍ ପରିଚିତ। ୨୦୦୭ରେ ତାଙ୍କ […]

ଭୁବନେଶ୍ୱର: ଜାତୀୟସ୍ତରୀୟ ପଦବୀରେ ଆଉ ଜଣେ ଓଡ଼ିଆ । ‘ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା’ର ନିର୍ଦ୍ଦେଶକ ହେଲେ ଓଡ଼ିଆ ପୁଅ ଚିତ୍ତରଞ୍ଜନ ତ୍ରିପାଠୀ । ଅଭିନେତା, ନିର୍ଦ୍ଦେଶକ ଚିତ୍ତରଞ୍ଜନ ତ୍ରିପାଠୀଙ୍କୁ ନ୍ୟାସନାଲ୍ ସ୍କୁଲ୍ ଅଫ୍ ଡ୍ରାମା (ଏନଏସଡି)ର ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ସମ୍ମାନଜନକ ପଦବୀ ପାଇବାରେ ଚିତ୍ତରଞ୍ଜନ ହେଉଛନ୍ତି ପ୍ରଥମ ଓଡ଼ିଆ।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଚାନ୍ଦବାଲି ଏନଏସି ଅନ୍ତର୍ଗତ ବରେହିଁପୁରରେ ଚିତ୍ତରଞ୍ଜନଙ୍କ ଘର। ଉଭୟ ବଲିଉଡ୍ ଏବଂ ଓଲିଉଡରେ ଚିତ୍ତରଞ୍ଜନ ତ୍ରିପାଠୀ ବେଶ୍ ପରିଚିତ। ୨୦୦୭ରେ ତାଙ୍କ ପ୍ରଯୋଜିତ ଓ ନିର୍ଦ୍ଦେଶିତ ଓଡ଼ିଆ ଚଳଚ୍ଚିତ୍ର ଧଉଳି ଏକ୍ସପ୍ରେସ୍ ସଫଳତା ହାସଲ କରିଥିଲା। ଏଥିରେ ସେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅଭିନୟ କରିବା ସହ ସଙ୍ଗୀତ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

ଏହି ସିନେମାଟି ୪ଟି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା। ପରେ ସେ ଆଉ ଏକ ଚଳଚ୍ଚିତ୍ର ‘ମୁଖ୍ୟମନ୍ତ୍ରୀ’ ନିର୍ମାଣ କରିଥିଲେ। ହିନ୍ଦୀ ନାଟକ, ଧାରାବାହିକ ଆଦି କ୍ଷେତ୍ରରେ ମଧ୍ୟ ସେ ବେଶ୍ ସକ୍ରିୟ ଅଛନ୍ତି। ନେଟଫ୍ଲିକ୍ସରେ ପ୍ରସାରିତ ‘ସାକ୍ରେଡ୍ ଗେମ୍ସ’ରେ ତ୍ରିଦେବୀ ଚରିତ୍ର ପାଇଁ ସେ ବେଶ୍ ଜଣାଶୁଣା। ଏତଦ୍ ବ୍ୟତୀତ ସେ ବିଭିନ୍ନ ରାଜ୍ୟରେ ନିଜର ନାଟ୍ୟ ପ୍ରଶିକ୍ଷଣ ଏବଂ ନାଟ୍ୟ କର୍ମଶାଳା ପାଇଁ ଲୋକପ୍ରିୟ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର