ଓଡ଼ିଶା ଫେରିବେ ୱାଇ.ବି. ଖୁରାନିଆ, ବିଏସ୍‌ଏଫ୍‌ ସ୍ବତନ୍ତ୍ର ଡିଜି ପଦରୁ ଅବ୍ୟାହତି

The Sakala Picture
Published On

ଭୁବନେଶ୍ୱର: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶା ଫେରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ବିଏସ୍‌ଏଫ୍‌ ଡିଜି ଭାବେ ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ […]

ଭୁବନେଶ୍ୱର: ସୀମା ସୁରକ୍ଷା ବାହିନୀ (ବିଏସ୍‌ଏଫ୍‌)ର ସ୍ୱତନ୍ତ୍ର ମହାନିର୍ଦ୍ଦେଶକ (ପଶ୍ଚିମ) ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯୋଗେଶ ବାହାଦୂର ଖୁରାନିଆ ଓଡ଼ିଶା ଫେରିବେ। କେନ୍ଦ୍ର ଗୃହ ମନ୍ତ୍ରାଳୟର ସୁପାରିସ କ୍ରମେ କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ଖୁରାନିଆଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ ହେବା ପୂର୍ବରୁ ଓଡିଶା ପ୍ରତ୍ୟାବର୍ତ୍ତନ ପାଇଁ ଅନୁମୋଦନ କରିଛନ୍ତି। ଆଜି ଏ ସଂକ୍ରାନ୍ତରେ କାର୍ମିକ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶନାମା ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ସୂଚନାଯୋଗ୍ୟ, ବିଏସ୍‌ଏଫ୍‌ ଡିଜି ଭାବେ ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ନିତିନ୍‌ ଅଗ୍ରୱାଲ୍‌ଙ୍କୁ କେରଳ ଏବଂ ଶ୍ରୀ ଖୁରାନିଆଙ୍କୁ ଓଡ଼ିଶା ପଠାଇଦେଇଛନ୍ତି କେନ୍ଦ୍ର ସରକାର। କାଶ୍ମୀର ସୀମାରେ ଅନୁପ୍ରବେଶ ବଢ଼ିବା ସହ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ହେତୁ କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଅପରପକ୍ଷେ ୧୯୮୯ ବ୍ୟାଚ୍‌ର ଆଇପିଏସ୍‌ ଅମ୍ରିତ ମୋହନ ପ୍ରସାଦଙ୍କୁ ସିଆର୍‌ପିଏଫ୍‌ର ସ୍ବତନ୍ତ୍ର ଡିଜି ଭାବେ ନିଯୁକ୍ତ କରାଯାଇଛି। ୨୦୨୫ ଅଗଷ୍ଟ ମାସ ପର୍ଯ୍ୟନ୍ତ ସେ ଏହି ଦାୟିତ୍ବରେ ରହିବେ। ସମ୍ପ୍ରତି ଶ୍ରୀ ପ୍ରସାଦ କାରାଗାର ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଛନ୍ତି।

ଆହୁରି ପଢ଼ନ୍ତୁ: ପୋଖରୀରେ ବୁଡ଼ିଯାଉଥିଲେ ୨ ଛୋଟ ଝିଅ, ବଞ୍ଚାଇବାକୁ ଯାଇ ନିଜ ଜୀବନ ହାରିଲେ ସସ୍ମିତା

ଓଡ଼ିଶା କ୍ୟାଡ଼ର ଆଇପିଏସ୍‌ ଶ୍ରୀ ଖୁରାନିଆ ରାଜ୍ୟର ନୟାଗଡ଼, ଯାଜପୁର, ରାଉରକେଲା, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାର ଏସ୍‌ପି ଭାବେ କାର୍ଯ୍ୟ କରିଛନ୍ତି। ସେହିପରି କଟକ-ଭୁବନେଶ୍ୱର ପୁଲିସ କମିଶନର ଏବଂ ଦକ୍ଷିଣ ଓ ଉତ୍ତରାଞ୍ଚଳ ଡିଆଇଜି, ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର