ନଭେମ୍ବର ୯ରୁ ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍‌‌ ସମ୍ମିଳନୀ, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ରହିବ ସକ୍ରିୟ ଯୋଗଦାନ

The Sakala Picture
Published On

ଭୁବନେଶ୍ୱର: ପୁଷ୍ଟି ଶସ୍ୟ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଲେଟ୍‌‌ ସମ୍ୱନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି। ମିଳିତ ଜାତିସଂଘ ପକ୍ଷରୁ ଚଳିତ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବରେ ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ୱର ୯ ଓ ୧୦ ତାରିଖରେ ଦୁଇଦିନିଆ ଆନ୍ତର୍ଜାତିକ […]

ଭୁବନେଶ୍ୱର: ପୁଷ୍ଟି ଶସ୍ୟ ମିଲେଟ୍‌‌ର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ରାଜ୍ୟ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ମିଲେଟ୍‌‌ ସମ୍ୱନ୍ଧୀୟ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀର ଆୟୋଜନ କରାଯାଉଛି। ମିଳିତ ଜାତିସଂଘ ପକ୍ଷରୁ ଚଳିତ ୨୦୨୩ ବର୍ଷକୁ ଆନ୍ତର୍ଜାତୀୟ ମିଲେଟ୍‌‌ ବର୍ଷ ଭାବରେ ଘୋଷଣା କରିଛନ୍ତି। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ନଭେମ୍ୱର ୯ ଓ ୧୦ ତାରିଖରେ ଦୁଇଦିନିଆ ଆନ୍ତର୍ଜାତିକ ସମ୍ମିଳନୀ ଭୁବନେଶ୍ୱର ଜନତା ମଇଦାନଠାରେ ଅନୁଷ୍ଠିତ ହେବ।

ଆହୁରି ପଢ଼ନ୍ତୁ: ରାଜ୍ୟରେ ୨୫୦ଟି ନୂଆ ଆମ୍ବୁଲାନ୍ସ ଲୋକାର୍ପିତ, ଜରୁରୀକାଳୀନ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବାକୁ ପଦକ୍ଷେପ

ସୂଚନାଯୋଗ୍ୟ ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ପ୍ରତିବର୍ଷ ନଭେମ୍ୱର ୧୦ ତାରିଖକୁ “ମାଣ୍ଡିଆ ଦିବସ” ଭାବରେ ପାଳନ କରୁଛି। ଆନ୍ତର୍ଜାତିକ ସମ୍ମେଳନ ପାଳନ ନିମନ୍ତେ କୃଷି ଭବନଠାରେ ସାଙ୍ଗଠନିକ କମିଟିର ପ୍ରଥମ ପ୍ରସ୍ତୁତି ବୈଠକ କୃଷି ଓ କୃଷକ ସଶକ୍ତୀକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ.ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ଇଣ୍ଡିଆନ୍‌‌ ଇନ୍‌‌ଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମିଲେଟ୍‌‌ ରିସର୍ଚ୍ଚ, ଇକି୍‌‌ରସାଟ୍‌‌, ଖାଦ୍ୟ ଓ କୃଷି ସଂଗଠନ, ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ, ୟର୍କ ବିଶ୍ୱବିଦ୍ୟାଳୟ, ଏସ୍‌‌ସିଏସ୍‌‌ଟିଆର୍‌‌ଟିଆଇ ଏବଂ ଅନ୍ୟାନ୍ୟ ଅନୁଷ୍ଠାନଗୁଡ଼ିକର ସହଯୋଗରେ ସମ୍ମିଳନୀର ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମିଲେଟ୍‌‌ ମିଶନର ନେତୃତ୍ୱରେ ଓ ବିଭିନ୍ନ ସରକାରୀ ବିଭାଗ, କେନ୍ଦ୍ରୀୟ ସଂସ୍ଥା, ବେସରକାରୀ ଅଂଶୀଦାର, କୃଷକ, କୃଷକ ଉତ୍ପାଦକ ଗୋଷ୍ଠୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଗବେଷଣା ପ୍ରତିଷ୍ଠାନ ଏବଂ ସ୍ୱେଚ୍ଛାସେବୀ ସଂଗଠନମାନଙ୍କ ସହଯୋଗରେ ଏହି ସମ୍ମିଳନୀର ଆୟୋଜନ କରାଯିବ। ଏହି ଅବସରରେ ବିଭିନ୍ନ ଆଲୋଚନାଚକ୍ର, ଉଦ୍ୟୋଗୀ ଓ ବ୍ୟବସାୟିକ ସଂସ୍ଥାର ବୈଠକ, ପ୍ରଦର୍ଶନୀ ମଣ୍ଡପ, କୃଷି ଯାନ୍ତ୍ରିକୀକରଣ ଷ୍ଟଲ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସହଯୋଗରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ୍‌‌, ପ୍ରବନ୍ଧ ଲିଖନ ଓ ଏକ୍ସଟେମ୍ପୋର, ଆନ୍ତର୍ଜାତିକ ଖାଦ୍ୟ ମହୋତ୍ସବ ଏବଂ ରନ୍ଧନ ପ୍ରତିଯୋଗିତା ଆଦିର ଆୟୋଜନ ଓ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯିବ।

ଆହୁରି ପଢ଼ନ୍ତୁ: ନବୀନଙ୍କ ପ୍ରସ୍ତାବ ଗ୍ରହଣ କରି ତୁରନ୍ତ ଚାଷୀଙ୍କ ସମସ୍ୟାର ସମାଧାନ କର: ବିଜେଡି

ମିଶନଶକ୍ତି ଦ୍ୱାରା ମିଲେଟ୍‌‌ ଆଧାରିତ ଉଦ୍ୟୋଗରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଫଳତା ଓ ଆହ୍ୱାନ ଉପରେ ଏକ ସ୍ୱତନ୍ତ୍ର ଆଲୋଚନାଚକ୍ର ମଧ୍ୟ ଆୟୋଜନ କରାଯିବ। ଏଥି ସହିତ ବିଲ୍‌‌ ଓ ମିଲିଣ୍ଡା ଗେଟ୍‌‌ସ ଫାଉଣ୍ଡେସନ ମାଧ୍ୟମରେ ମାଣ୍ଡିଆ ଉପରେ ବିକଶିତ ହେଉଥିବା ପ୍ରଯୁକ୍ତିବିଦ୍ୟା ଉପରେ ଏକ ସ୍ୱତନ୍ତ୍ର ଅଧିବେଶନର ଆୟୋଜନ କରାଯିବ। ଏହି ଅବସରରେ ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ ମିଲେଟରେ ଆଫ୍ରିକୀୟ ଦେଶଗୁଡ଼ିକର ସହଯୋଗକୁ ନିଶ୍ଚିତ କରିବା ପାଇଁ ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମର ସକ୍ରିୟ ଯୋଗଦାନ ଉପରେ ଗୁରୁତ୍ୱାରୋପ କରିଥିଲେ। ମିଲେଟ୍‌‌ ଉପରେ ଆସନ୍ତା ୧୦ ବର୍ଷ ପାଇଁ ପଲିସି ରୋଡମ୍ୟାପ ବିକାଶ ପାଇଁ ଓଡ଼ିଶା ମିଲେଟ୍‌‌ ମିଶନ ପ୍ରମୁଖ ଭୂମିକା ନିର୍ବାହ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ସମ୍ମିଳନୀରେ ଏ ସମ୍ପର୍କିତ ଏକ ଚଳଚ୍ଚିତ୍ର ପ୍ରତିଯୋଗିତା ଆୟୋଜନ କରାଯିବା ପାଇଁ ଡ.ପାଢ଼ୀ ପରାମର୍ଶ ଦେଇଥିଲେ। ଫିକି ଦ୍ୱାରା ସମସ୍ତ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ।

ଆହୁରି ପଢ଼ନ୍ତୁ: ହତ୍ୟା ଧମକ ପାଇ କଟକ ଡିସିପିଙ୍କ ଦ୍ୱାରସ୍ଥ ହେଲେ ଅଭିନେତା ସାତ୍ୟକି ମିଶ୍ର

ଆଇଆଇଏମ୍‌‌ଆର୍‌‌ର ବରିଷ୍ଠ ବୈଜ୍ଞାନିକ ଡ. ଶ୍ରୀନିବାସ ରାଜୁ କହିଛନ୍ତି ଯେ ସମ୍ମିଳନୀର ସଫଳ ଆୟୋଜନ ପାଇଁ ସମସ୍ତ ଆବଶ୍ୟକୀୟ ସହାୟତା ପ୍ରଦାନ କରାଯିବ। ଏହି ଅବସରରେ ଓଡ଼ିଶା ହୋଟେଲ ଏବଂ ରେସ୍ତୋରାଁ ଆସୋସିଏସନ ସହଯୋଗରେ ଏକ ଆନ୍ତର୍ଜାତୀୟ ଖାଦ୍ୟ ମହୋତ୍ସବ ଆୟୋଜନ କରାଯିବ। ଏଥିସହିତ “ଗାଁ ଇତିହାସ” ଓ ବକୁଳ ଫାଉଣ୍ଡେସନ ଦ୍ୱାରା ‘କାହାଣୀ କହିବା’ ପରି ଅଭିନବ କାର୍ଯ୍ୟକ୍ରମ ସମ୍ମିଳନୀର ଅଂଶବିଶେଷ ହେବ। ଏଥିସହିତ ଷ୍ଟାର୍ଟଅପ୍‌‌ ଓଡ଼ିଶା ଏବଂ ନିଉଟ୍ରି ହବ୍‌‌ର ସହଯୋଗିତାରେ ଷ୍ଟର୍ଟଅପ୍‌‌ର ବିଭିନ୍ନ ଆହ୍ୱାନ ସମ୍ପର୍କରେ ଆଲୋଚନା କରାଯିବ। ମିଶନଶକ୍ତି ବିଭାଗ ପକ୍ଷରୁ ମେକ୍‌‌-ଇନ୍‌‌-ଓଡ଼ିଶା ଆଧାରରେ ଏହି ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ଅଂଶଗ୍ରହଣ ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି। ଆଜି ବୈଠକରେ କୃଷି ଓ ଖାଦ୍ୟ ଉତ୍ପାଦନ ନିର୍ଦ୍ଦେଶକ ପ୍ରେମଚନ୍ଦ୍ର ଚୌଧାରୀ, ଓଡ଼ିଶା ମିଲେଟର ବିଶେଷଜ୍ଞ ଶୈଳେନ୍ଦ୍ର ମହାନ୍ତି, ନିର୍ଦ୍ଦେଶକ ସରୋଜ କୁମାର ସାମଲ, ଓଡ଼ିଶା ରାଜ୍ୟ ବିହନ ନିଗମର ଏମ୍‌‌ଡି ଭବେଶ ନାୟକ, ଓୟୁଏଟି ଡିନ୍‌‌ ହୃଷୀକେଶ ପାତ୍ରଙ୍କ ସମେତ ମିଶନ ଶକ୍ତି ଆଇସିଏଆର୍‌‌-ଆଇଆଇଏମ୍‌‌ଆର୍‌‌ର ବରିଷ୍ଠ ବୈଜ୍ଞାନିକ, ଫିକିର କର୍ମକର୍ତ୍ତା ଓ ବହୁ ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp