ବଦଳିବ ପାଣିପାଗ, ତାତିରୁ ମିଳିବ ସାମାନ୍ୟ ଆଶ୍ୱସ୍ତି

The Sakala Picture
Published On

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ବେଳେ ମଙ୍ଗଳବାର ସାମନ୍ଯ ହ୍ରାସ ପାଇଛି। ଦୁଇ ଦିନ ପରେ ରାଜ୍ୟରେ ପାଣିପାଗ ବଦଳିବ ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ […]

ଭୁବନେଶ୍ବର: ରାଜ୍ଯରେ ଗ୍ରୀଷ୍ମ ପ୍ରବାହ ଦେଖିବାକୁ ମିଳିଥିବା ବେଳେ ଭୁବନେଶ୍ୱର ରାଜ୍ୟ ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। କ୍ରମାଗତ ଭାବେ ରାଜଧାନୀର ତାପମାତ୍ର ରେକର୍ଡ ଭାଙ୍ଗୁଥିବା ବେଳେ ମଙ୍ଗଳବାର ସାମନ୍ଯ ହ୍ରାସ ପାଇଛି। ଦୁଇ ଦିନ ପରେ ରାଜ୍ୟରେ ପାଣିପାଗ ବଦଳିବ ଓ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ବାଲେଶ୍ୱର, ଭଦ୍ରକ ଏବଂ ମୟୁରଭଞ୍ଜରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଓଡ଼ିଶାକୁ ସାମୁଦ୍ରିକ ପବନ ବହିବା ସହ ବାୟୁମଣ୍ଡଳରେ ଜଳୀୟବାଷ୍ପର ପରିମାଣ ବଢିଛି । ଏହାର ପ୍ରଭାବରେ ଆକାଶ ମେଘାଛନ୍ନ ରହିବା ସହ ଉପକୂଳ ଏବଂ ଉତ୍ତର ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ ନାହିଁ ।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ତେବେ ରାଜ୍ୟର ଅନ୍ୟ ଅଞ୍ଚଳରେ ଆସନ୍ତା ୪ ଦିନ ପର୍ଯ୍ଯନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବନାହିଁ । ୫ ଦିନ ପରେ ରାଜ୍ୟକୁ ପୁଣି ତାତି ଫେରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଆହୁରି ପଢ଼ନ୍ତୁ: ଭିତରକନିକା ଜାତୀୟ ଉଦ୍ୟାନରେ ତିନି ଦିନିଆ ପକ୍ଷୀ ଗଣନା ଆରମ୍ଭ

ଆଜି ରାଜ୍ୟରେ ଅନୁଗୁଳରେ ସର୍ବାଧିକ ତାପମାତ୍ରା ୩୮.୭ ଡିଗ୍ରୀ ସେଲସିୟସ୍ ରହିଛି । ଭୁବନେଶ୍ୱରରେ ପାରଦ ୩୮.୬ ଡିଗ୍ରୀ ଥିବାବେଳେ କଟକରେ ପାରଦ ୩୮.୨ ଡିଗ୍ରୀ, ତାଳଚେରରେ ୩୮.୧ ଡିଗ୍ରୀ, ମାଲକାନଗିର-ନୟାଗଡ଼-ବଲାଙ୍ଗିର-ସୁନ୍ଦରଗଡ଼ ଆଦି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ ହୋଇଛି ।

ଆହୁରି ପଢ଼ନ୍ତୁ: ପାରିବାରିକ କଳହକୁ କେନ୍ଦ୍ର କରି ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର