ବାରିପଦା ବିଶ୍ୱର ସବୁଠୁ ତତଲା ସହର , ୩ ଦିନ ପର୍ଯ୍ୟନ୍ତ ୨୦ ଜିଲ୍ଲାକୁ ହିଟ୍‍ୱେଭ୍‍ ୱାର୍ଣ୍ଣିଂ

The Sakala Picture
Published On

ଭୁବନେଶ୍ୱର: ମଙ୍ଗଳବାର ବାରିପଦା ବିଶ୍ୱର ସବୁଠୁ ତତଲା ସହରର ମାନ୍ୟତା ପାଇଛି। ୱାର୍ଲଡ ୱେଦର ଟୁଡେ (ଡଟ୍‍) ଇନ୍‍ଫୋ ପକ୍ଷରୁ ପ୍ରକାଶିତ ଦୈନିକ ତାପମାତ୍ରା ତାଲିକାରେ ବାରିପଦା ୪୪.୬ ଡିଗ୍ରୀ ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସହରର ପାଲଟିଛି। ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ସହ ଭାରତର ଚନ୍ଦ୍ରପୁର, ଚୁରୁ, ମିଦନାପୁର, ବ୍ରହ୍ମପୁରୀ, ଫାଲୋଡ଼ି, ଜାମସେଦପୁର ସ୍ଥାନ ପାଇଛି। ବାରିପଦା ପଛକୁ ରହିଛି ପାକିସ୍ତାନର ନୱାବଶାହା ସହର। ଏଠାରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ଼ […]

ଭୁବନେଶ୍ୱର: ମଙ୍ଗଳବାର ବାରିପଦା ବିଶ୍ୱର ସବୁଠୁ ତତଲା ସହରର ମାନ୍ୟତା ପାଇଛି। ୱାର୍ଲଡ ୱେଦର ଟୁଡେ (ଡଟ୍‍) ଇନ୍‍ଫୋ ପକ୍ଷରୁ ପ୍ରକାଶିତ ଦୈନିକ ତାପମାତ୍ରା ତାଲିକାରେ ବାରିପଦା ୪୪.୬ ଡିଗ୍ରୀ ସହ ବିଶ୍ୱର ସବୁଠୁ ଉତ୍ତପ୍ତ ସହରର ପାଲଟିଛି। ବିଶ୍ୱର ୧୦ ଉତ୍ତପ୍ତ ସହର ମଧ୍ୟରେ ବାରିପଦା ସହ ଭାରତର ଚନ୍ଦ୍ରପୁର, ଚୁରୁ, ମିଦନାପୁର, ବ୍ରହ୍ମପୁରୀ, ଫାଲୋଡ଼ି, ଜାମସେଦପୁର ସ୍ଥାନ ପାଇଛି।

ଆହୁରି ପଢ଼ନ୍ତୁ: ନୟାଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଗଛରେ ପିଟି ହେଲା ବସ୍, ଜଣେ ମୃତ ଓ ୨୫ ଆହତ

ବାରିପଦା ପଛକୁ ରହିଛି ପାକିସ୍ତାନର ନୱାବଶାହା ସହର। ଏଠାରେ ତାପମାତ୍ରା ୪୪ ଡିଗ୍ରୀ ରେକର୍ଡ଼ ହୋଇଛି। ଚନ୍ଦ୍ରପୁରର ତାପମାତ୍ରା ୪୩.୬ ଡିଗ୍ରୀ, ସେନେଗାଲର ମାତମ ସହରର ତାପମାତ୍ରା ୪୩.୬ ଡିଗ୍ରୀ, ରାଜସ୍ଥାନର ଚୁରୁର ତାପମାତ୍ରା ୪୩.୩ ଡିଗ୍ରୀ, ପଶ୍ଚିମବଙ୍ଗ ମିଦନାପୁରର ତାପମାତ୍ରା ୪୩.୧ ଡିଗ୍ରୀ, ବ୍ରହ୍ମପୁରୀର ତାପମାତ୍ରା ୪୩ ଡିଗ୍ରୀ, ଫାଲୋଦିର ତାପମାତ୍ରା ୪୩ ଡିଗ୍ରୀ, ମାଲି ଦେଶର ୟାଲିମେନର ତାପମାତ୍ରା ୪୩ ଡିଗ୍ରୀ ଓ ବିହାର ରାଜ୍ୟର ଜାମସେଦପୁରର ତାପମାତ୍ରା ୪୨.୯ ରେକର୍ଡ଼ କରାଯାଇଥିବା ୱାର୍ଲଡ଼ ୱେଦର ଟୁଡେ ପକ୍ଷରୁ କୁହାଯାଇଛି। ଶିମିଳିପାଳ ପରି ବିଶାଳ ଜୈବମଣ୍ଡଳ ମୟୂରଭଞ୍ଜ ଜିଲାରେ ଥିବା ସତ୍ତ୍ବେ ବାରିପଦାର ତାପମାତ୍ରା ଆକସ୍ମିକ ବୃଦ୍ଧି ଜଳବାୟୁ ପରିବର୍ତ୍ତନକୁ ପ୍ରମାଣିତ କରିଛି। ନିକଟରେ ଶିମିଳିପାଳ ବନାଗ୍ନି ରାଜ୍ୟ ସରକାରଙ୍କ ପାଇଁ ଶିରପୀଡ଼ା ହୋଇଥିବାବେଳେ ବାରିପଦା ଅଞ୍ଚଳରେ ତାପମାତ୍ରା ବୃଦ୍ଧି ପୁଣି ବନାଗ୍ନି ବ୍ୟାପିବା ଆଶଙ୍କା ଦ୍ୱିଗୁଣିତ କରିଛି। ଅନ୍ୟପକ୍ଷରେ କେବଳ ବାରିପଦା ନୁହେଁ, ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୪ରୁ ୬ ଡିଗ୍ରୀ ପର୍ଯ୍ୟନ୍ତ ଅଧିକ ରହିଛି। ଫଳରେ ସାରା ରାଜ୍ୟରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ମଙ୍ଗଳବାର ବାରିପଦାରେ ତାତି ୪୪.୬ ଡିଗ୍ରୀ ସେଲ୍‌ଫସିୟସ ରେକର୍ଡ କରାଯାଇଥିବା ବେଳେ ମୋଟ୍‍ ୧୬ଟି ସହରରେ ପାରଦ ୪୦ ଡିଗ୍ରୀ ଉପରେ ରହିଛି। ଏହି ୧୬ ସହର ମଧ୍ୟରେ ୫ ଟି ସହର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହିଛି। ଏହି ସ୍ଥିତି ଆଗକୁ ଜାରି ରହିବା ସହିତ ଆହୁରି ତାପମାତ୍ରା ବୃଦ୍ଧି ହେବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଡ. ଏଚ୍‍ଆର ବିଶ୍ୱାସ କହିଛନ୍ତି ଯେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଆହୁରି ୨ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପାଇବ। ଫଳରେ ଅନେକ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି ରହିବ। ବିଶେଷ କରି ୨୦ଟି ଜିଲ୍ଲାରେ ଖରାର ପ୍ରକୋପ ଅଧିକ ରହିବ। ଏହି ୨୦ ଜିଲ୍ଲା ମଧ୍ୟରେ ସୁନ୍ଦରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ଅନୁଗୁଳ, ଢେଙ୍କାନାଳ, ସୁବର୍ଣ୍ଣପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗିର, କଳାହାଣ୍ଡି, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ରହିଛି। ଏହି ୨୦ ଜିଲ୍ଲାରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ହେବାକୁ ଥିବାରୁ ଏହି ଜିଲ୍ଲାଗୁଡ଼ିକ ପାଇଁ ହିଟ୍‍ୱେଭ୍‍ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ୫ ଓରାଙ୍ଗଓଟାନ ଛୁଆ ଉଦ୍ଧାର ଘଟଣା: ହଜାର ହଜାର କିଲୋମିଟର ଦୂରରୁ କିପରି ଆସିଲେ ଏହି ବିରଳ ବନ୍ୟଜନ୍ତୁ?

ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁୁପାଳକ କହିଛନ୍ତି ଯେ ପୂର୍ବ ଆକଳନ ଅନୁଯାୟୀ ମଙ୍ଗଳବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ବୁଧବାର ସକାଳ ସୁଦ୍ଧା ଏହା ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି। ଏପ୍ରିଲ୍‍ ୧ ରେ ଏହା ୱେଲ୍‍ମାର୍କ ଲଘୁଚାପରେ ପରିଣତ ହୋଇ ଉତ୍ତର ଆଣ୍ଡାମାନ ସାଗର ଦେଇ ମିଁଁଆମାର ଆଡ଼କୁ ମୁହାଁଇବ। ପରେ ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ଗତି କରି ଏପ୍ରିଲ ୫ ତାରିଖ ମିଆଁମାରର ରାଜଧାନୀର ଦକ୍ଷିଣରେ ସ୍ଥଳଭାଗ ଛୁଇଁବ। ସେତେବେଳକୁ ଏହା ଦୁର୍ବଳ ହୋଇଯାଇଥିବା ବେଳେ ଏହାର ପ୍ରଭାବରେ ଉତ୍ତର-ପୂର୍ବ ରାଜ୍ୟମାନଙ୍କରେ ବର୍ଷାର ସମ୍ଭାବନା ରହିଛି। ମାତ୍ର ଓଡ଼ିଶାରେ ଲଘୁଚାପ ଜନିତ ବର୍ଷାର ସମ୍ଭାବନା ନାହିଁ। ଫଳରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏକ ପ୍ରକାର ଜାରି ରହିବ। ପ୍ରଫେସର ପଶୁପାଳକଙ୍କ ସୂଚନା ଅନୁଯାୟୀ ବର୍ତ୍ତମାନ ସାରା ରାଜ୍ୟକୁ ରାଜସ୍ଥାନରୁ ଗରମ ପବନ ସିଧା ବହୁଛି। ରାଜସ୍ଥାନରେ ବର୍ତ୍ତମାନ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇ ଯାଇଛି। ଏହାସହିତ ପବନ ଓଡ଼ିଶା ଆସିବା ବାଟରେ ଉତ୍ତାପ ସଂଗ୍ରହ କରୁଥିବା ହେତୁ ରାଜ୍ୟରେ ଗରମ ଅସହ୍ୟ ହେଉଛି। ସେହିପରି ଉପକୂଳର କୂଳେକୂଳେ ବହୁଥିବା ବଙ୍ଗୋପସାଗରୀୟ ପବନ ବର୍ତ୍ତମାନ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରକୁ ମୁହାଁଇଥିବାରୁ ସାମୁଦ୍ରିକ ପବନ ରାଜ୍ୟରେ ପ୍ରବେଶ କରିପାରୁ ନାହିଁ। ଫଳରେ ସମଗ୍ର ଉପକୂଳ ମଧ୍ୟ ଉତ୍ତପ୍ତ ହୋଇଯାଉଛି। ଓଡ଼ିଶା ସହିତ ଛତିଶଗଡ଼, ଆନ୍ଧ୍ର ଉପକୂଳ, ତେଲେଙ୍ଗାନା ଓ ଦକ୍ଷିଣ ପଶ୍ଚିମବଙ୍ଗ ଦେଶର ସବୁଠାରୁ ଉତ୍ତପ୍ତ ଭୂଖଣ୍ଡରେ ପରିଣତ ହୋଇଛି।

ଆକଳନ କରାଯାଉଛି ଯେ ଏପ୍ରିଲ୍‍ ୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅନେକ ସ୍ଥାନରେ ସର୍ବାଧିକ ତାପମାତ୍ରା ୪୨ ଡିଗ୍ରୀ ସେଲ୍‌ଫସିୟସରୁ ଅଧିକ ହେବ ଓ କେତେକ ସ୍ଥାନରେ ୪୪ ଡିଗ୍ରୀ ସେଲ୍‌ଫସିୟସ ହୋଇପାରେ। ଭୁବନେଶ୍ୱରର ତାପମାତ୍ରା ୪୩ ଡିଗ୍ରୀ ସେଲ୍‌ଫସିୟସ ରହିପାରେ। ତେବେ ଏପ୍ରିଲ୍‍ ୨ ତାରିଖ ପରେ ପାରଦ କମିବାର ସମ୍ଭାବନା ରହିଛି। ପଶ୍ଚିମା ଗରମ ପବନ ସିଧା ବହିବାରେ ପ୍ରତିବନ୍ଧକ ସୃଷ୍ଟି ହେତୁ ତାପମାତ୍ରା ସାମୟିକ ଭାବେ ପ୍ରାୟ ୨ ଡିଗ୍ରୀ କମିପାରେ। ଆଭ୍ୟନ୍ତରୀଣ ଓଡ଼ିଶାରେ ଏହା ୨ରୁ ୪ ପର୍ଯ୍ୟନ୍ତ କମିବାକୁ ଥିବା ବେଳେ ୫ ତାରିଖରୁ ପୁଣି ତାପାମାତ୍ର ବୃଦ୍ଧି ପାଇବ। ଅନ୍ୟପଟେ କାଳବୈଶାଖୀର ସମ୍ଭାବନା ନ ଥିବାରୁ ଆସନ୍ତା ୧୦ ଦିନ ପର୍ଯ୍ୟନ୍ତ ତାତିରୁ ତ୍ରାହି ମିଳିବାର ସମ୍ଭାବନା ଦେଖାଯାଉ ନାହିଁ ବୋଲି ପ୍ରଫେସର ପଶୁପାଳକ କହିଛନ୍ତି। ଅନ୍ୟପଟେ ଲଘୁଚାପ ପ୍ରଭାବରେ ସମୁଦ୍ର ମଧ୍ୟରେ ପବନର ବେଗ ବୃଦ୍ଧି ପାଇଛି। ସମୁଦ୍ର ମଧ୍ୟରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିଛି। ଫଳରେ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଉତ୍ତର-ପଶ୍ଚିମ ବଙ୍ଗୋପସାଗରର ଗଭୀର ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି। ସେହିପରି ଅସହ୍ୟ ଗ୍ରୀଷ୍ମପ୍ରବାହ ଯୋଗୁଁ ସତର୍କ ରହିବା ପାଇଁ ଜିଲ୍ଲାପାଳମାନଙ୍କୁ ଏସ୍‍ଆର୍‍ସି ସତର୍କ କରାଇଛନ୍ତି। ୨୦ ଜିଲ୍ଲାରେ ହିଟ୍‍ୱେଭ୍‍ ଯୋଗୁଁ ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣି ଜାରି କରାଯଇଛି। ତେଣୁ ଏହି ଜିଲ୍ଲାର ଲୋକଙ୍କ ମଧ୍ୟରେ ସତର୍କତା ବାର୍ତ୍ତା ପହଞ୍ଚାଇବା ପାଇଁ ପଦକ୍ଷେପ ନେବାକୁ ଜିଲ୍ଲ୍‍ାପାଳମାନଙ୍କୁ ଏସ୍‍ଆର୍‍ସିଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଦିଆଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର