ଓଡ଼ିଶା ଉପରେ ଆଉ ୧୨ ଘଣ୍ଟା ରହିବ ‘ଗୁଲାବ’ର ପ୍ରଭାବ, ଉତ୍ତର ଓଡିଶାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା

The Sakala Picture
Published On

ଭୁବନେଶ୍ବର : ଅବପାତର ରୁପ ନେଇ ସାରିଛି ବାତ୍ୟା ‘ଗୁଲାବ’। ଆଉ ୬ ଘଣ୍ଟା ପରେ ଏହା ଲଘୁଚାପରେ ପରିଣତ ହେବ। ବର୍ତ୍ତମାନ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି। ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି । ଏନେଇ ଭୁବନେଶ୍ୱର ପାଣିପାଗ ନିର୍ଦେଶକ ଏଚ, ଆ ର ବିଶ୍ୱାସ ସୂଚନା ଦେଇଛନ୍ତି। #DeepDepression over south Odisha & adjoining […]

ଭୁବନେଶ୍ବର : ଅବପାତର ରୁପ ନେଇ ସାରିଛି ବାତ୍ୟା ‘ଗୁଲାବ’। ଆଉ ୬ ଘଣ୍ଟା ପରେ ଏହା ଲଘୁଚାପରେ ପରିଣତ ହେବ। ବର୍ତ୍ତମାନ ଗୁଲାବର କେନ୍ଦ୍ରସ୍ଥଳ ମାଲକାନଗିରି ଜିଲ୍ଲାରୁ ୬୫ କିଲୋମେଟର ଓ ଛତିଶଗଡର ଜଗଦଲପୁର ଠାରୁ ୯୦ କିଲୋମେଟର ଦୂରରେ ଅଛି। ଧୀରେ ଧୀରେ ଏହା ପଶ୍ଚିମ ଦିଗକୁ ଗତି କରୁଛି । ଏନେଇ ଭୁବନେଶ୍ୱର ପାଣିପାଗ ନିର୍ଦେଶକ ଏଚ, ଆ ର ବିଶ୍ୱାସ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ପ୍ରସଙ୍ଗରେ ସରକାରଙ୍କ ଉପରେ ବର୍ଷିଲା ବିଜେଡି, '୩ ମାସ ପରେ ମଧ୍ୟ ତ୍ରୁଟିଶୂନ୍ୟ ପୁସ୍ତକ ପ୍ରଦାନରେ ରାଜ୍ୟ ସରକାର ବିଫଳ'


ଓଡିଶାରେ ବାତ୍ୟା ଗୁଲାବର ପ୍ରଭାବ ଆଗାମୀ ୧୨ ଘଣ୍ଟା ପର୍ଯ୍ୟନ୍ତ ଅନୁଭୂତ ହେବ। ଏହାର ପ୍ରଭାବରେ ଗତ ୨୪ ଘଣ୍ଟା ଭିତରେ କୋରାପୁଟ ଜିଲ୍ଲାରେ ଅତି ପ୍ରବଳବର୍ଷ ହୋଇଛି। ଆଗକୁ ବି କୋରାପୁଟ ସମେତ ମାଲକାନଗିରି, ରାୟଗଡା, ନବରଙ୍ଗପୁର ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପ୍ରବଳ ବର୍ଷା ଥିବାରୁ ବଲାଙ୍ଗୀର, ନୂଆପଡା, ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କତା ଜାରି କରାଯାଇଛି। ନାଗବଳୀ ଅବବାହିକାରେ ବେଶି ବର୍ଷ ହୋଇଛି।ଆସନ୍ତା ୨୪ ଘଣ୍ଟାରେ ଉତ୍ତର ଓଡ଼ିଶାରେ ବଜ୍ରପାତ ସହ ବର୍ଷା ହୋଇପାରେ।


ଅନ୍ୟପଟେ  ମିଆଁମାର ଉପକୂଳ ବାଙ୍ଗୋପସାଗରରେ ଆଉ ଗୋଟିଏ ଘୁର୍ଣ୍ଣିବଳୟ ସୃଷ୍ଟି ହଉଛି। ଏହର ପ୍ରଭାବରେ କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର,ଦେବଗଡ଼ରେ ପ୍ରବଳ ବର୍ଷା ବଜ୍ରପାତ ସମ୍ଭାବନା ରହିଛି। ସେପ୍ଟେମ୍ବରରେ ଓଡ଼ିଶାରେ ୭୦ ପ୍ରତିଶତ ଅଧିକ ବର୍ଷ ହୋଇଛି। ୩୬୦.୧ ମିଲିମିଟର ବର୍ଷ ରେକର୍ଡ ହୋଇଛି। ସ୍ୱାବବିକ ଭାବେ ଏହି ମାସରେ ୨୧୨ ମିଲିମିଟର ବର୍ଷା ହୋଇଥାଏ। ଯାହାଦ୍ୱାରା ଚଳିତବର୍ଷ ନିଆଣ୍ଟିଆ ବର୍ଷା ଭରଣା କରିଛି। ଗୁଲାବ ବାତ୍ୟା ବଳୟ ଟି ୩୦ ସେପ୍ଟେମ୍ବର ବେଳକୁ ଗୁଜୁରାଟରେ ପହଂଚି ଆରବ ସଗାରକୁ ଚାଲିଯିବ।

 

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର