5T ଅଧ୍ୟକ୍ଷଙ୍କୁ ଭେଟିଲେ ଓଡ଼ିଶା ମନ୍ଦିର ସେବାୟତ ସଂଘର ସଦସ୍ୟ, ମୁଖ୍ୟମନ୍ତ୍ରୀଙ୍କ ମନ୍ଦିର ଓ ଐତିହ୍ୟସ୍ଥଳ ରୂପାନ୍ତର କାମ ପାଇଁ ଧନ୍ୟବାଦ ଦେଲେ

The Sakala Picture
Published On

ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟମାନେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି । ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟସ୍ଥଳର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ । ଏଥିସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିରମାନଙ୍କୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତମାନଙ୍କ […]

ଭୁବନେଶ୍ବର: ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଦସ୍ୟମାନେ ୫-ଟି ଅଧ୍ୟକ୍ଷ ଭି. କେ ପାଣ୍ଡିଆନଙ୍କୁ ନବୀନ ନିବାସରେ ଭେଟିଛନ୍ତି । ୫-ଟି ଉପକ୍ରମରେ ରାଜ୍ୟର ବିଭିନ୍ନ ମନ୍ଦିର ଓ ଐତିହ୍ୟସ୍ଥଳର ରୂପାନ୍ତର ଉଦ୍ୟମ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସେମାନେ ଧନ୍ୟବାଦ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ଶବ ସତ୍କାରରୁ ଫେରୁଥିଲେ, ନିଜେ ପାଲଟିଗଲେ ଶବ; ବନ୍ୟା ସ୍ରୋତରେ ଚାଲିଗଲା ଜୀବନ

ଏଥିସହିତ ଗ୍ରାମାଞ୍ଚଳରେ ଥିବା ଛୋଟ ଛୋଟ ମନ୍ଦିରମାନଙ୍କୁ ‘ମୋ ଓଡ଼ିଶା ନବୀନ ଓଡ଼ିଶା’ ଯୋଜନା ମଧ୍ୟମରେ ଅର୍ଥରାଶି ମଞ୍ଜୁର କରି ଭାରତ ବର୍ଷରେ ନୂଆ ଏକ ପରିଚୟ ସୃଷ୍ଟି କରିଥିବାରୁ ଓଡ଼ିଶାର ସମସ୍ତ ସେବାୟତମାନଙ୍କ ତରଫରୁ ମଧ୍ୟ କୃତଜ୍ଞତା ପ୍ରକାଶ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବିଭିନ୍ନ ଜିଲ୍ଲା ଗସ୍ତ କାର୍ଯ୍ୟକ୍ରମରେ ୫-ଟି ଅଧ୍ୟକ୍ଷ ମନ୍ଦିର ଏବଂ ସେବାୟତ ମାନଙ୍କ ସୁବିଧା ଅସୁବିଧା ଦୂର ପାଇଁ ପଦକ୍ଷେପ ନେଇଥିବାରୁ ସେବାୟତ ମାନେ ତାଙ୍କୁ କୃତଜ୍ଞତା ଜଣାଇଥିଲେ । ହଜାର ହଜାର ବର୍ଷର ପୁରୁଣା ମଠମନ୍ଦିର ଗୁଡିକର ବିକାଶ ଓ ରୂପାନ୍ତର ପାଇଁ ଐତିହାସିକ ପଦକ୍ଷେପ ନେଇଥିବାରୁ ସେବାୟତ ମାନେ ମୁଖ୍ୟମନ୍ତ୍ରୀଙ୍କୁ ସାଧୁବାଦ ଦେଇଥିଲେ ।

ଆହୁରି ପଢ଼ନ୍ତୁ: ରମାଦେବୀ ବିଶ୍ୱବିଦ୍ୟାଳୟରେ ବ୍ୟାପକ ଲାଞ୍ଚ କାରବାର: ୧୦୦ ଟଙ୍କା ନ ଦେଲେ ମିଳୁନି ସିଏଲ୍‌‌ସି !

ଏହି ଅବସରରେ ୫-ଟି ଅଧ୍ୟକ୍ଷ ଆଗାମୀ ଶ୍ରୀମନ୍ଦିର ପରିକ୍ରମା ଯୋଜନାର ଶୁଭ ଉଦଘାଟନ ଉତ୍ସବ ରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘ ର ସମ୍ପୂର୍ଣ୍ଣ ସହଯୋଗ କାମନା ସହିତ ଏହି କାଯ୍ୟକ୍ରମକୁ କିପରି ଭବ୍ୟ କରାଯିବ ସେ ବିଷୟରେ ଆଲୋଚନା କରିଥିଲେ।

ଏହି ସାକ୍ଷାତକାର କାର୍ଯ୍ୟକ୍ରମରେ ଓଡ଼ିଶା ମନ୍ଦିର ସେବାୟତ ସଙ୍ଘର ସଭାପତି କାମେଶ୍ୱର ତ୍ରିପାଠୀ (ବାରିପଦା ଜଗନ୍ନାଥ ମନ୍ଦିର), ସମ୍ପାଦକ ସିଂହାରୀ ଆଲୋକ ଖୁଣ୍ଟିଆ (ସାକ୍ଷୀଗୋପାଳ ମନ୍ଦିର), ସଂଯୋଜକ ଦେବୀ ପାଣି (ବିରଜା ମନ୍ଦିର), ସଚେତକ ସୁବାଷ ମିଶ୍ର ( ଗୋପାଳ ମନ୍ଦିର) , ନୀଳମଣି ସୂଆର (ଅଲାରନାଥ ମନ୍ଦିର), ଗଦା ନନା (ଆଖଣ୍ଡଳମଣି ମନ୍ଦିର), ପୁନ୍ୟଶ୍ଳୋକ ନନ୍ଦ (ନୀଳଗିରି ଜଗନ୍ନାଥ ମନ୍ଦିର) ରଞ୍ଜିତ ମହାପାତ୍ର(ଶିରୁଳୀ ମହାବୀର ମନ୍ଦିର) ସୂର୍ଯ୍ୟ ନାରାୟଣ ପଣ୍ଡା (କାକଟପୁର ମନ୍ଦିର) ବାପୁଜୀ ରଣା (ତାରା ତାରିଣୀ ମନ୍ଦିର)ରଞ୍ଜନ ପଣ୍ଡା (ମଣିନାଗ ମନ୍ଦିର) ମହାରୁଦ୍ର ଝା (ରାମମନ୍ଦିର)ସାଇ ରାମ୍ ଗାନ୍ଧି (ବେନୁ ପଡା ମଠ) ପ୍ରମୁଖ ସାମିଲ ହୋଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର