ପାକିସ୍ତାନୀ ଏଜେଣ୍ଟଙ୍କୁ ଓଟିପି ସେୟାରିଂ ମାମଲା: ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସ୍‌ଟିଏଫ୍ ଟିମ୍

The Sakala Picture
Published On

ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ଓଡ଼ିଶାର ସିମ୍ କାର୍ଡ ଓଟିପି ସେୟାରିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ । ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ […]

ଭୁବନେଶ୍ୱର: ପାକିସ୍ତାନ ଆଇଏସଆଇ ଏଜେଣ୍ଟକୁ ଓଡ଼ିଶାର ସିମ୍ କାର୍ଡ ଓଟିପି ସେୟାରିଂ ମାମଲାର ତଦନ୍ତ ପାଇଁ ପଶ୍ଚିମବଙ୍ଗ ଯିବ ଓଡ଼ିଶା ଏସଟିଏଫ ଟିମ୍ । ଏନେଇ ସୂଚନା ଦେଇଛନ୍ତି ଏସଟିଏଫ୍ ଏସପି କିଶୋର ପାଣିଗ୍ରାହୀ। ପୂର୍ବରୁ ପଶ୍ଚିମବଙ୍ଗ ଏସଟିଏଫ ଗିରଫ କରିଥିବା ଗୁଡୁ କୁମାରକୁ ଜେରା କରିବାପାଇଁ ଓଡ଼ିଶା ଏସଟିଏଫର ସ୍ୱତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ ।

ଆହୁରି ପଢ଼ନ୍ତୁ: ଆକ୍ସନ ମୋଡ଼ରେ ଲିଙ୍ଗରାଜ ଥାନା ପୋଲିସ, ହତ୍ୟା ଅଭିଯୁକ୍ତର ଘରେ ଚାଲିଲା ବୁଲଡୋଜର

ସୂଚନାଯୋଗ୍ୟ, ଅଫିସିଆଲ ସିକ୍ରେଟ୍ ଆକ୍ଟ ଓ ଅପରାଧିକ ଷଡ଼ଯନ୍ତ୍ର ମାମଲାରେ ଗୁଡୁ କୁମାରକୁ ଗିରଫ କରିଥିଲା ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍। ଏନେଇ ନିଉ ଜଲପାଇଗୁଡ଼ି ଥାନାରେ ମଧ୍ୟ ମାମଲା ହୋଇଛି । ତଦନ୍ତ ସମୟରେ ପଠାଣି ଓ ଗୁଡୁ କୁମାରର ଲିଙ୍କ ଥିବା ଜଣାପଡିଛି ।

ଆହୁରି ପଢ଼ନ୍ତୁ: ଲୁଗା ଶୁଖାଇବା ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ମା’-ଝିଅଙ୍କ ମୃତ୍ୟୁ

ଅନ୍ୟପଟେ ପଶ୍ଚିମବଙ୍ଗ ଏସଟିଏଫର ଦୁଇ ବରିଷ୍ଠ ସଦସ୍ୟ ଭୁବନେଶ୍ୱର ଏସଟିଏଫ୍ କାର୍ଯ୍ୟାଳୟରେ ପହଞ୍ଚି ଅଭିଯୁକ୍ତ ପ୍ରୀତମକୁ ପଚରାଉଚରା କରିଥିବା ଜଣାଯାଇଛି। ଖାଲି ସେତିକି ନୁହେଁ, ଉଭୟେ ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣିସାମନ୍ତ ଲେଙ୍କା ଓ ତାର ଅନ୍ୟ ସହଯୋଗୀଙ୍କୁ ମଧ୍ୟ ଝାରପଡ଼ା ଜେଲରେ ଜେରା କରିଛନ୍ତି। ଏହି ମାମଲାରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେନେଇ ବି ଖୋଳତାଡ଼ କରୁଛି ପଶ୍ଚିମବଙ୍ଗ ଏସଟିଏଫ୍ ଟିମ୍।

ଆହୁରି ପଢ଼ନ୍ତୁ: ଟଙ୍କପାଣି ବ୍ରିଜରୁ କୁଆଖାଇ ନଦୀକୁ ଦେଇଥିବା ଅଟୋ ଚାଳକଙ୍କ ମୃତଦେହ ଉଦ୍ଧାର

ସୂଚନାଯୋଗ୍ୟ, କୋଟି କୋଟି ଟଙ୍କା ନେଇ ପାକ୍‌ ଗୁଇନ୍ଦା ଏଜେଣ୍ଟଙ୍କୁ ଓଟିପି ସେୟାର କରିବା ଅଭିଯୋଗରେ ଓଡ଼ିଶାର ୩ ଜଣ ଗିରଫ ହୋଇଥିଲେ । ପାକିସ୍ତାନ ଗୁଇନ୍ଦା ଅଧିକାରୀ ଓ ଆଇଏସଆଇକୁ ଲିଙ୍କ୍‌ ଜେନେରେଟ କରି ତଥ୍ୟ ଦେଉଥିଲେ ଅଭିଯୁକ୍ତ । ଓଡ଼ିଶା ସିମକାର୍ଡକୁ ପାକିସ୍ତାନରେ ଅପରେଟ ଘଟଣାର ମାଷ୍ଟରମାଇଣ୍ଡ ପଠାଣି ସାମନ୍ତ ଲେଙ୍କାର ଦୁଇ ସହଯୋଗୀଙ୍କୁ ଅଟକ ରଖିଥିଲା ଏସଟିଏଫ୍। ଦେଶଦ୍ରୋହୀ କାର୍ଯ୍ୟ କରୁଥିବା ଅଭିଯୋଗରେ ଯାଜପୁରରୁ ଦୁଇଜଣଙ୍କୁ ଏସଟିଏଫ୍ ଉଠାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର