ଆଜିଠୁ ‘କଳିଙ୍ଗ’ରେ ଓଡ଼ିଶା ସ୍କିଲ୍‌‌ କନକ୍ଲେଭ୍‌‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

The Sakala Picture
Published On

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ […]

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ପ୍ରଦର୍ଶନୀରେ ଓଡ଼ିଶାର ଉତ୍କର୍ଷ ଦକ୍ଷତା ସମ୍ପର୍କରେ ସମୀକ୍ଷା କରାଯିବ।

ଆହୁରି ପଢ଼ନ୍ତୁ: ଜୁନ୍ ୩୦ସୁଦ୍ଧା ବୋର୍ଡ ନିଗମ ନିଯୁକ୍ତ ! ୩୨ଟି ବିଭାଗରେ ୧୧୮୩ ଜଣଙ୍କୁ ମିଳିବ ନିଯୁକ୍ତି

ପଲିଟେକ୍‌‌ନିକ୍‌‌ ଓ ବୈଷଯିକ ଶିକ୍ଷାପ୍ରାପ୍ତ ଶିକ୍ଷାର୍ଥୀ, ଶିଳ୍ପପତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ସହ ସିଙ୍ଗାପୁର ‘ଆଇଟିଇଇଏସ’ର ଯୁବ ଟାଲେଣ୍ଟ୍‌‌ଙ୍କ ସହ ଜ୍ଞାନକୌଶଳର ଆଦାନପ୍ରଦାନ ହେବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପଲିଟେକ୍‌‌ନିକ୍‌‌, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ୍‌‌ର ପ୍ରାୟ ୨ହଜାର ଛାତ୍ରଛାତ୍ରୀ ଓ ବିଭିନ୍ନ ଷ୍ଟାର୍ଟଅପ୍‌‌ ମଧ୍ୟ ଭାଗ ନେବ। ସେହିପରି ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି। ସ୍କିଲ୍‌‌ କନ୍‌‌କ୍ଲେଭରେ ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ମଧ୍ୟ ଯୋଗ ଦେବେ। ସ୍କିଲ୍ଡ-ଇନ୍‌‌-ଓଡ଼ିଶାର ବାସ୍ତବ ରୂପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଉଦ୍ଦେଶ୍ୟ।

ଆହୁରି ପଢ଼ନ୍ତୁ: କଲେଜ ଆଗରେ ଭୁଜାଲି ଦେଖାଇ ଯୁବତୀଙ୍କୁ ଧମକାଇଲା ଯୁବକ, ଥାନାରେ ଅଟକ

ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।

ଆହୁରି ପଢ଼ନ୍ତୁ: କୋଟିଆରେ ଆନ୍ଧ୍ର ପ୍ରଦେଶର ଆଦିବାସୀ କଲ୍ୟାଣ ମନ୍ତ୍ରୀ, ବିରୋଧରେ ଓଡିଶା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲା ଓଡ଼ିଆ ଅସ୍ମିତା ପରିଷଦ

20 Apr 2023 By The Sakala

ଆଜିଠୁ ‘କଳିଙ୍ଗ’ରେ ଓଡ଼ିଶା ସ୍କିଲ୍‌‌ କନକ୍ଲେଭ୍‌‌, ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଆଜିଠୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ଦକ୍ଷତା ପ୍ରଦର୍ଶନର ମହାକୁମ୍ଭ ‘ଓଡ଼ିଶା ଦକ୍ଷତା କନକ୍ଲେଭ୍‌‌-୨୦୨୩’। ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଏହି କନକ୍ଲେଭ୍‌‌ ଆୟୋଜନ କରୁଛି। ଯାହାକି ଆସନ୍ତା ୨୦ରୁ ୨୨ ତାରିଖ ଯାଏଁ ଅନୁଷ୍ଠିତ ହେବ। ବିଶ୍ୱ ବଜାରରେ ‘ସ୍କିଲ୍‌‌-ଇନ୍‌‌-ଓଡ଼ିଶା’ର ବ୍ରାଣ୍ଡ୍‌‌କୁ ପ୍ରୋତ୍ସାହିତ କରିବା ଦକ୍ଷ ମାନବ ସମ୍ବଳ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଏହି କନ୍‌‌କ୍ଲେଭର ପ୍ରମୁଖ ଉଦ୍ଦେଶ୍ୟ ରହିଛି। ପୂର୍ବାହ୍ନ ୧୧ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ। ବିଭିନ୍ନ ପର୍ଯ୍ୟାୟର ଆଲୋଚନା ଓ ପ୍ରଦର୍ଶନୀରେ ଓଡ଼ିଶାର ଉତ୍କର୍ଷ ଦକ୍ଷତା ସମ୍ପର୍କରେ ସମୀକ୍ଷା କରାଯିବ।

ପଲିଟେକ୍‌‌ନିକ୍‌‌ ଓ ବୈଷଯିକ ଶିକ୍ଷାପ୍ରାପ୍ତ ଶିକ୍ଷାର୍ଥୀ, ଶିଳ୍ପପତି, ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦକ୍ଷତା ସହ ସିଙ୍ଗାପୁର ‘ଆଇଟିଇଇଏସ’ର ଯୁବ ଟାଲେଣ୍ଟ୍‌‌ଙ୍କ ସହ ଜ୍ଞାନକୌଶଳର ଆଦାନପ୍ରଦାନ ହେବା ଏହି ସମ୍ମିଳନୀରେ ରାଜ୍ୟର ବିଭିନ୍ନ ପଲିଟେକ୍‌‌ନିକ୍‌‌, ବୈଷୟିକ ଶିକ୍ଷାନୁଷ୍ଠାନ, ଇଞ୍ଜିନିୟରିଂ କଲେଜ୍‌‌ର ପ୍ରାୟ ୨ହଜାର ଛାତ୍ରଛାତ୍ରୀ ଓ ବିଭିନ୍ନ ଷ୍ଟାର୍ଟଅପ୍‌‌ ମଧ୍ୟ ଭାଗ ନେବ। ସେହିପରି ଏହି ଉତ୍ସବରେ ସ୍ୱୟଂ ସହାୟକ ଗୋଷ୍ଠୀ(ଏସଏଚଜି)ର ମହିଳାମାନେ ମଧ୍ୟ ଅଂଶ ଗ୍ରହଣ କରିବେ। ଏଥିପାଇଁ କଳିଙ୍ଗ ଷ୍ଟାଡିୟମ୍‌‌ରେ ସମସ୍ତ ପ୍ରକାରର ବନ୍ଦୋବସ୍ତ ହୋଇଛି। ସ୍କିଲ୍‌‌ କନ୍‌‌କ୍ଲେଭରେ ସିଙ୍ଗାପୁରରୁ ୨୫ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ଶିକ୍ଷକ ମଧ୍ୟ ଯୋଗ ଦେବେ। ସ୍କିଲ୍ଡ-ଇନ୍‌‌-ଓଡ଼ିଶାର ବାସ୍ତବ ରୂପକୁ ବିଶ୍ୱ ଦରବାରରେ ପରିଚିତ କରାଇବା ଏହାର ଉଦ୍ଦେଶ୍ୟ।

ଦ୍ୱିତୀୟ ଦିନରେ ଭୁବନେଶ୍ୱର ମଧୁସୂଦନ ମାର୍ଗରେ ସକାଳ ୬ଟାରୁ ସକାଳ ସାଢ଼େ ୯ଟା ପର୍ଯ୍ୟନ୍ତ ଦକ୍ଷତା ବିକାଶ ଉପରେ ପଥପ୍ରାନ୍ତ ଉତ୍ସବ ଆୟୋଜନ କରାଯିବ । ଏହା ସହିତ କଳିଙ୍ଗ ଷ୍ଟାଡିୟମରେ ଷ୍ଟାର୍ଟଅପ୍ ଓ ବିଭିନ୍ନ ଦକ୍ଷତା ବିକାଶ ଉପରେ ପ୍ରଦର୍ଶନୀ ଷ୍ଟଲ୍ ଏବଂ ଓଡ଼ିଆ ପିଲାଙ୍କ ନୂଆ ଉଦ୍ଭାବନ ନେଇ ପ୍ରଦର୍ଶନୀ କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର