ଆସନ୍ତାକାଲି ଖୋଲିବ ଶିକ୍ଷକ ବଦଳି ପୋର୍ଟାଲ : ନଭେମ୍ବର ୨୯ ଯାଏଁ ଆନ୍ତଃଜିଲ୍ଲା ବଦଳି ପାଇଁ ଆବେଦନ କରିପାରିବେ ଶିକ୍ଷକ

The Sakala Picture
Published On

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ଅକ୍ଟୋବର ୨୯ ଅର୍ଥାତ୍‌ ରବିବାରଠାରୁ ଖୋଲିବ। ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଅବଗତ କରିଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏଥିପାଇଁ କେବଳ ଅନ୍‌‌ଲାଇଲ୍‌‌ରେ ଆବେଦନ କରିପାରିବେ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା […]

ଭୁବନେଶ୍ୱର : ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷକ ବଦଳି ପୋର୍ଟାଲ ଅକ୍ଟୋବର ୨୯ ଅର୍ଥାତ୍‌ ରବିବାରଠାରୁ ଖୋଲିବ। ସମସ୍ତ ମାଧ୍ୟମିକ ଶିକ୍ଷକଙ୍କ ବଦଳି ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ (ଓସେପା) ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି କରି ମାଧ୍ୟମିକ ଶିକ୍ଷକ ନିର୍ଦ୍ଦେଶାଳୟ ଅବଗତ କରିଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଏଥିପାଇଁ କେବଳ ଅନ୍‌‌ଲାଇଲ୍‌‌ରେ ଆବେଦନ କରିପାରିବେ। ନଭେମ୍ବର ୨୯ ତାରିଖ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଜାରି ରହିବ। ଆନ୍ତଃଜିଲ୍ଲା ବଦଳି ପାଇଁ ଶିକ୍ଷକମାନେ ଆବେଦନ କରିପାରିବେ ବୋଲି ପରିଷଦ ପକ୍ଷରୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ବନ୍ୟା ସହାୟତା ପ୍ରଦାନରେ ସରକାରଙ୍କ ପାତରଅନ୍ତର, ବିରୋଧୀ ପ୍ରତିନିଧିତ୍ୱ କରୁଥିବା ଅଞ୍ଚଳକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର: ବିଜେଡି

ସୂଚନା ଅନୁଯାୟୀ ବଦଳି ପାଇଁ ଥିବା ନିୟମ ସମ୍ପର୍କରେ ସରକାରଙ୍କ ତରଫରୁ ପୂର୍ବରୁ ଅବଗତ କରାଯାଇଛି। ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଭିତ୍ତିରେ, ନିଜେ ବା ପରିବାର ସଦସ୍ୟ ଗୁରୁତର ରୋଗରେ ଆକ୍ରାନ୍ତ ଥିଲେ ଏବଂ ଦମ୍ପତିଙ୍କ କ୍ଷେତ୍ରରେ ବଦଳିକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ବିଜେପି ସରକାରଙ୍କ ଅଢେଇ ବର୍ଷର ଶାସନରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଭୁଶୁଡିବା ସ୍ଥିତିରେ ପହଞ୍ଚିଛି: ବିଜେଡି

ପରିବର୍ତ୍ତିତ ନିୟମ ଅନୁଯାୟୀ ଅସୁସ୍ଥତା ପାଇଁ ବଦଳି ବ୍ୟବସ୍ଥାକୁ ବ୍ୟାପକ କରାଯାଇ ସମ୍ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ସହିତ ସେମାନଙ୍କ ଦମ୍ପତି ତଥା ନାବାଳକ ସନ୍ତାନମାନଙ୍କ କ୍ଷେତ୍ରରେ ଲାଗୁ କରାଯାଇଛି। ଶାରୀରିକ ଭିନ୍ନକ୍ଷମ ଶିକ୍ଷକ/ଶିକ୍ଷୟିତ୍ରୀମାନଙ୍କର ବଦଳିକୁ ରାଜ୍ୟ ମେଡିକାଲ ବୋର୍ଡ ଦ୍ୱାରା ପ୍ରଦତ୍ତ ସାର୍ଟିଫିକେଟ୍‌‌ ଦ୍ୱାରା ହିଁ ବିଚାରକୁ ନିଆଯିବ।

ଆହୁରି ପଢ଼ନ୍ତୁ: ନକଲି ଡିଇଫ ରାକେଟ୍‌ ଠାବ; ୧୮୨ ବାଲ୍ଟି ନକଲି ଡିଇଫ ସହ ଗାଡ଼ି ଓ ଉତ୍ପାଦନ ଯନ୍ତ୍ରପାତି ଜବତ, ୪ ଗିରଫ

ସେହିପରି ଶିକ୍ଷକ-ଶିକ୍ଷୟିତ୍ରୀଙ୍କର ପତି କିମ୍ବା ପତ୍ନୀ ଅବା ସେମାନଙ୍କର ସନ୍ତାନ ଯଦି କୌଣସି ଟର୍ମିନାଲ ରୋଗରେ ପୀଡ଼ିତ ଥିବେ,ତା’ହେଲେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଏଥିପାଇଁ ରାଜ୍ୟ ମେଡିକାଲ ବୋର୍ଡର ପ୍ରମାଣପତ୍ର ଆବଶ୍ୟକ ପଡ଼ିବ । ତେବେ ଉକ୍ତ ଶିକ୍ଷକଙ୍କ ପାଇଁ ଉପଯୁକ୍ତ ସ୍ତରରେ ପଦବୀ ଖାଲି ଥିବା ଜରୁରୀ । ଏଥି ସହିତ ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର ସନ୍ତାନମାନଙ୍କର ଶାରୀରିକ ଭିନ୍ନକ୍ଷମତା ୯୦ପ୍ରତିଶତ କିମ୍ବା ଏହାଠାରୁ ଅଧିକ ଏବଂ ଜିଲ୍ଲା ମେଡିକାଲ ବୋର୍ଡ ଘରୋଇ ତତ୍ତ୍ୱାବଧାନ ପାଇଁ ସେ ପିଲାମାନଙ୍କୁ ସାର୍ଟିଫିକେଟ ଦେଇଥିବେ ସେ କ୍ଷେତ୍ରରେ ଉକ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଆନ୍ତଃଜିଲ୍ଲା ବଦଳି ପାଇଁ ବିଚାରକୁ ନିଆଯିବ।

ବିଭାଗ ନେଇଥିବା ନୂଆ ନିଷ୍ପତ୍ତି ଅନୁସାରେ ନିୟମିତ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ଶିକ୍ଷକମାନେ ସେମାନଙ୍କର ସମାନ ଗ୍ରେଡ୍ ଓ ଲେଭଲ୍ ଏବଂ ସମାନ ସାମାଜିକ ବର୍ଗର ସହମତି ଭିତ୍ତିରେ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ଶିକ୍ଷାଗତ ଯୋଗ୍ୟ ଏହି କ୍ଷେତ୍ରରେ ନିର୍ଦ୍ଧାରକ ହେବନାହିଁ । ସେହିପରି ଯଦି ଉଭୟ ପତିପତ୍ନୀ ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧୀନରେ ସରକାରୀ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବେ ତା’ହେଲେ ସେମାନେ କାର୍ଯ୍ୟ କରୁଥିବା କୌଣସି ଏକ ଜିଲ୍ଲାକୁ ଆନ୍ତଃଜିଲ୍ଲା ବଦଳି ପାଇଁ ଯୋଗ୍ୟ ବିବେଚିତ ହେବେ । ତେବେ ଏଥିପାଇଁ ସମାନ ସାମାଜିକ ବର୍ଗ, ଗ୍ରେଡ୍ ଓ ଲେଭଲ ପଦବୀ ଖାଲି ଥିବା ଜରୁରୀ ।ସମାନ ସାମାଜିକ ବର୍ଗ ଓ ପଦ ଖାଲିଥିବା ସ୍ତରରେ ଅନୁଯାୟୀ ସେମାନେ ଚାକିରି କରୁଥିବା ଜିଲ୍ଲାଗୁଡ଼ିକ ମଧ୍ୟରୁ ବଦଳି ହୋଇପାରିବେ। ତେବେ ବଦଳି ପୋର୍ଟାଲ ଖୋଲିବା ଫଳରେ ବଦଳି ପାଇଁ ଅପେକ୍ଷା କରିଥିବା ହଜାରହଜାର ଶିକ୍ଷକ ଶିକ୍ଷୟିତ୍ରୀ ଆବେଦନ କରିବା ସହ ଉପକୃତ ହୋଇପାରିବେ। ପୋର୍ଟାଲ ଖୋଲିବା ନିଷ୍ପତ୍ତି ପରେ ବିଭିନ୍ନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗକୁ ଧନ୍ୟବାଦ ଜଣାଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର