କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ମିଳିଲା ଆଉ ଏକ ସ୍ୱତନ୍ତ୍ର ସମ୍ମାନ

The Sakala Picture
Published On

ଭୁବନେଶ୍ୱର : କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟସ୍ତରରେ ଆଉ ଏକ ସମ୍ମାନ ଲାଭ କରିଛି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ରାଜ୍ୟକୁ ମିଳିଥିବା ଏହି ସ୍ୱତନ୍ତ୍ର ସମ୍ମାନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନର ରବିକାନ୍ତ ଗ୍ରହଣ କରିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଶେଷ ମୂହୁର୍ତ୍ତରେ ଝାଡଖଣ୍ଡ ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ରୁ ଓହରି ଯାଇଥିଲା। ଏହାକୁ ଆୟୋଜନ କରିବା ନେଇ […]

ଭୁବନେଶ୍ୱର : କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟସ୍ତରରେ ଆଉ ଏକ ସମ୍ମାନ ଲାଭ କରିଛି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ରାଜ୍ୟକୁ ମିଳିଥିବା ଏହି ସ୍ୱତନ୍ତ୍ର ସମ୍ମାନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନର ରବିକାନ୍ତ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ଯକୃତ ଦାନ କରି ଅମର ହୋଇଗଲେ ମହିଳା ଡାକ୍ତର; ନୂତନ ଜୀବନ ପାଇଲେ ୪୬ ବର୍ଷୀୟ ବ୍ୟକ୍ତି

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଶେଷ ମୂହୁର୍ତ୍ତରେ ଝାଡଖଣ୍ଡ ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ରୁ ଓହରି ଯାଇଥିଲା। ଏହାକୁ ଆୟୋଜନ କରିବା ନେଇ ଅନ୍ୟ ରାଜ୍ୟମାନେ କମ୍‍ ସମୟରେ ପ୍ରସ୍ତୁତ ହୋଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ମାତ୍ର ୯୦ ଦିନ ମଧ୍ୟରେ ଓଡ଼ିଶା ସରକାର ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ ଆୟୋଜନ ନେଇ ଭିତ୍ତିଭୂମି ପ୍ରସ୍ତୁତ କରିପାରିଥିଲେ। ଏହା ସେ ସମୟରେ ରାଜ୍ୟ ପାଇଁ ସୁନାମ ଆଣିବା ସହ ଅନ୍ୟ ବୃହତ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରେରଣା ଯୋଗାଇଥିଲା। ଏହାର ପରବର୍ଷ ସଫଳତାର ସହ ପୁରୁଷ ବିଶ୍ୱକପ୍‍ ହକି ଆୟୋଜନ ହୋଇପାରିଥିଲା।

ଆହୁରି ପଢ଼ନ୍ତୁ: ତାତି ଓ ଦୁର୍ଘଟଣାକୁ ନେଇ ବଢ଼ିଲା ଚିନ୍ତା, ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ରାଜ୍ୟ ସରକାରଙ୍କ କଡ଼ା ନିର୍ଦ୍ଦେଶ

ଆସନ୍ତା ବର୍ଷ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଏବଂ ରାଉରକେଲାର ଶହୀଦ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁନର୍ବାର ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଭାରତୀୟ ହକି ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହେବାକୁ ମନ ବଳାଇଥିଲେ। ରାଜ୍ୟ ସରକାର ପ୍ରାୟୋଜକ ଥିବା ସମୟରେ ହିଁ ଦୀର୍ଘବର୍ଷ ବ୍ୟବଧାନ ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକରେ ବ୍ରୋଞ୍ଚ ପଦକ ସହ ହାସଲ କରିଥିଲା। ଜାଭଲିନ୍‍ ଥ୍ରୋରେ ଅଲମ୍ପିକରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଚୋପ୍ରା ଏକଦା କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ସୁନ୍ଦରଗଡ଼ର ତୃଣମୂଳସ୍ତରରୁ ହକି ପ୍ରତିଭା ବାହାର କରିବା ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା କରାଯାଇଛି। ସ୍କୁଲରୁ ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାକୁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ରାଜ୍ୟରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ସହ ଭିତ୍ତିଭୂମି ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଷ୍ଟାଡିୟମ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି।

ଆହୁରି ପଢ଼ନ୍ତୁ: ବ୍ୟବସାୟୀଙ୍କୁ ଅପହରଣ କରି ୨ କୋଟି ଦାବି କଲେ ଦୁବୃର୍ତ୍ତ, ପରିବାର ପୁଲିସର ଦ୍ୱାରସ୍ଥ ହେବାରୁ ମାରି ଜଙ୍ଗଲରେ ଫିଙ୍ଗିଦେଲେ

କିଛିମାସ ପୂର୍ବରୁ କ୍ୟାବିନେଟ୍‍ ୮୯ଟି ସହରାଞ୍ଚଳରେ ବହୁମୁଖି ଇନଡୋର ଷ୍ଟାଡିୟମ୍‍ ନିର୍ମାଣକୁ ନେଇ ମଞ୍ଜୁରୀ ପ୍ରଦାନ କରିଥିଲା। ତନ୍ମଧ୍ୟରୁ ଅଧିକାଂଶ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢୀକରଣ କରିବା ନେଇ ବ୍ଲକରେ ମିନି ଷ୍ଟାଡିୟମ୍‍ ପ୍ରତିଷ୍ଠା କରାଯାଉଛି। ଆଦିବାସୀ ଅଧୁଷିତ ଅଞ୍ଚଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଜିଲ୍ଲା ମୁଖ୍ୟାଳୟରେ ସ୍ପୋର୍ଟସ କମ୍ପଲେକ୍ସ କାର୍ଯ୍ୟ ଜାରି ରହିଛି। କଳିଙ୍ଗ ଷ୍ଟାଡିୟମ ଦଶନ୍ଧି ମଧ୍ୟରେ ନିଜର କାୟାକଳ୍ପ ବଦଳାଇ ସାରିଲାଣି। ୮ଟି କୋର୍ଟ ବିଶିଷ୍ଟ ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି। ଅନ୍ତର୍ଜାତୀୟମାନର ସୁଇମିଂ ପୁଲ୍‍ , ହାଇ ଫରଫର୍ମାନ୍ସ ସେଣ୍ଟର ସହ ରାଜ୍ୟର ୫ଟି ସ୍ଥାନରେ ଉତ୍ତମ ଫୁଟବଲ୍‍ ଗ୍ରାଉଣ୍ଡ ରହିଛି। କଳିଙ୍ଗ ଷ୍ଟାଡିୟମରେ ୨ଟି, ୟୁନିଟ୍‍-୩ରେ ଗୋଟିଏ ଏବଂ ୧୨୦ ବାଟାଲିୟାନ ମଧ୍ୟରେ ୨ଟି ଫୁଟବଲ୍‍ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇସାରିଛି। କଳିଙ୍ଗ ଷ୍ଟାଡିୟମରେ ୧୫,୦୦୦ ଲୋକ ଏକାଠି ବସି ହକି ଖେଳ ଦେଖିପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ନିର୍ମିତ ହେବାକୁ ଥିବା ହକି ଷ୍ଟାଡିୟମରେ ଏକକାଳୀନ ୨୦,୦୦୦ରୁ ଊର୍ଦ୍ଧ୍ବ ଦଶକ ବସି ମ୍ୟାଚ ଦେଖିପାରିବେ।

28 Nov 2022 By The Sakala

କ୍ରୀଡ଼ା ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଜାତୀୟସ୍ତରରେ ମିଳିଲା ଆଉ ଏକ ସ୍ୱତନ୍ତ୍ର ସମ୍ମାନ

ଭୁବନେଶ୍ୱର : କ୍ରୀଡ଼ା ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ପୁଣି ଜାତୀୟସ୍ତରରେ ଆଉ ଏକ ସମ୍ମାନ ଲାଭ କରିଛି। ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ ସହ କ୍ରୀଡ଼ାବିତମାନଙ୍କୁ ପ୍ରୋତ୍ସାହନ ପାଇଁ ଓଡ଼ିଶାକୁ ଏହି ସମ୍ମାନ ମିଳିଛି। ରାଜ୍ୟକୁ ମିଳିଥିବା ଏହି ସ୍ୱତନ୍ତ୍ର ସମ୍ମାନକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଆବାସିକ କମିସନର ରବିକାନ୍ତ ଗ୍ରହଣ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଶେଷ ମୂହୁର୍ତ୍ତରେ ଝାଡଖଣ୍ଡ ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ରୁ ଓହରି ଯାଇଥିଲା। ଏହାକୁ ଆୟୋଜନ କରିବା ନେଇ ଅନ୍ୟ ରାଜ୍ୟମାନେ କମ୍‍ ସମୟରେ ପ୍ରସ୍ତୁତ ହୋଇପାରିବେ ନାହିଁ ବୋଲି ମନା କରି ଦେଇଥିଲେ। ମାତ୍ର ୯୦ ଦିନ ମଧ୍ୟରେ ଓଡ଼ିଶା ସରକାର ଏସିଆନ୍‍ ଆଥଲେଟିକ ଚମ୍ପିୟାନସିପ୍‍ ଆୟୋଜନ ନେଇ ଭିତ୍ତିଭୂମି ପ୍ରସ୍ତୁତ କରିପାରିଥିଲେ। ଏହା ସେ ସମୟରେ ରାଜ୍ୟ ପାଇଁ ସୁନାମ ଆଣିବା ସହ ଅନ୍ୟ ବୃହତ ପ୍ରତିଯୋଗିତା ଆୟୋଜନ ପାଇଁ ପ୍ରେରଣା ଯୋଗାଇଥିଲା। ଏହାର ପରବର୍ଷ ସଫଳତାର ସହ ପୁରୁଷ ବିଶ୍ୱକପ୍‍ ହକି ଆୟୋଜନ ହୋଇପାରିଥିଲା।

ଆସନ୍ତା ବର୍ଷ ମଧ୍ୟ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‍ ଏବଂ ରାଉରକେଲାର ଶହୀଦ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପୁନର୍ବାର ପୁରୁଷ ହକି ବିଶ୍ୱକପ୍‍ ଆୟୋଜନ ହେବାକୁ ଯାଉଛି। ଭାରତୀୟ ହକି ଏକ ବିଶେଷ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ଓଡ଼ିଶା ସରକାର ଜାତୀୟ ହକି ଦଳର ପ୍ରାୟୋଜକ ହେବାକୁ ମନ ବଳାଇଥିଲେ। ରାଜ୍ୟ ସରକାର ପ୍ରାୟୋଜକ ଥିବା ସମୟରେ ହିଁ ଦୀର୍ଘବର୍ଷ ବ୍ୟବଧାନ ପରେ ଭାରତୀୟ ପୁରୁଷ ହକି ଦଳ ଅଲମ୍ପିକରେ ବ୍ରୋଞ୍ଚ ପଦକ ସହ ହାସଲ କରିଥିଲା। ଜାଭଲିନ୍‍ ଥ୍ରୋରେ ଅଲମ୍ପିକରେ ସ୍ୱର୍ଣ୍ଣ ହାସଲ କରିଥିବା ନୀରଜ ଚୋପ୍ରା ଏକଦା କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଥିଲେ। ସୁନ୍ଦରଗଡ଼ର ତୃଣମୂଳସ୍ତରରୁ ହକି ପ୍ରତିଭା ବାହାର କରିବା ପାଇଁ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ବ୍ୟବସ୍ଥା କରାଯାଇଛି। ସ୍କୁଲରୁ ବିଶ୍ୱବିଦ୍ୟାଳୟସ୍ତରରେ କ୍ରୀଡ଼ାକୁ ବ୍ୟାପକ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ରାଜ୍ୟରେ ଅନ୍ତର୍ଜାତୀୟ ମାନର କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବା ସହ ଭିତ୍ତିଭୂମି ପ୍ରତିଷ୍ଠା କାର୍ଯ୍ୟ ଜାରି ରହିଛି। ଏହି କ୍ରମରେ ରାଜ୍ୟର ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଷ୍ଟାଡିୟମ ନିର୍ମାଣକୁ ଗୁରୁତ୍ୱ ଦିଆଯାଉଛି।

କିଛିମାସ ପୂର୍ବରୁ କ୍ୟାବିନେଟ୍‍ ୮୯ଟି ସହରାଞ୍ଚଳରେ ବହୁମୁଖି ଇନଡୋର ଷ୍ଟାଡିୟମ୍‍ ନିର୍ମାଣକୁ ନେଇ ମଞ୍ଜୁରୀ ପ୍ରଦାନ କରିଥିଲା। ତନ୍ମଧ୍ୟରୁ ଅଧିକାଂଶ ଷ୍ଟାଡିୟମର ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି। ଗ୍ରାମାଞ୍ଚଳରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢୀକରଣ କରିବା ନେଇ ବ୍ଲକରେ ମିନି ଷ୍ଟାଡିୟମ୍‍ ପ୍ରତିଷ୍ଠା କରାଯାଉଛି। ଆଦିବାସୀ ଅଧୁଷିତ ଅଞ୍ଚଳରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଦ୍ୱାରା କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରାଯାଉଛି। ଜିଲ୍ଲା ମୁଖ୍ୟାଳୟରେ ସ୍ପୋର୍ଟସ କମ୍ପଲେକ୍ସ କାର୍ଯ୍ୟ ଜାରି ରହିଛି। କଳିଙ୍ଗ ଷ୍ଟାଡିୟମ ଦଶନ୍ଧି ମଧ୍ୟରେ ନିଜର କାୟାକଳ୍ପ ବଦଳାଇ ସାରିଲାଣି। ୮ଟି କୋର୍ଟ ବିଶିଷ୍ଟ ବ୍ୟାଡମିଣ୍ଟନ ଗ୍ରାଉଣ୍ଡ ପ୍ରସ୍ତୁତ କରାଯାଇଛି। ଅନ୍ତର୍ଜାତୀୟମାନର ସୁଇମିଂ ପୁଲ୍‍ , ହାଇ ଫରଫର୍ମାନ୍ସ ସେଣ୍ଟର ସହ ରାଜ୍ୟର ୫ଟି ସ୍ଥାନରେ ଉତ୍ତମ ଫୁଟବଲ୍‍ ଗ୍ରାଉଣ୍ଡ ରହିଛି। କଳିଙ୍ଗ ଷ୍ଟାଡିୟମରେ ୨ଟି, ୟୁନିଟ୍‍-୩ରେ ଗୋଟିଏ ଏବଂ ୧୨୦ ବାଟାଲିୟାନ ମଧ୍ୟରେ ୨ଟି ଫୁଟବଲ୍‍ ଗ୍ରାଉଣ୍ଡ ପ୍ରସ୍ତୁତ ହୋଇସାରିଛି। କଳିଙ୍ଗ ଷ୍ଟାଡିୟମରେ ୧୫,୦୦୦ ଲୋକ ଏକାଠି ବସି ହକି ଖେଳ ଦେଖିପାରିବେ। ସେହିପରି ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାରେ ନିର୍ମିତ ହେବାକୁ ଥିବା ହକି ଷ୍ଟାଡିୟମରେ ଏକକାଳୀନ ୨୦,୦୦୦ରୁ ଊର୍ଦ୍ଧ୍ବ ଦଶକ ବସି ମ୍ୟାଚ ଦେଖିପାରିବେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର