ପଞ୍ଚାୟତ ନିର୍ବାଚନ: ଶୀତୁଆ ପାଗରେ ଗରମ ରାଜନୈତିକ ପରିବେଶ, କାଲିଠୁ ଆରମ୍ଭ ନାମାଙ୍କନ ପତ୍ର ଦାଖଲ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲିଠୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ। ଜାନୁଆରୀ ୧୭ ସୋମବାରରୁ ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ନାମାଙ୍କନ ସମୟରେ ଶୋଭାଯାତ୍ରା ହେବ ନାହିଁ । କେବଳ ଗୋଟିଏ ଗାଡିରେ ଯାଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ୨୧ରେ […]

ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲିଠୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ। ଜାନୁଆରୀ ୧୭ ସୋମବାରରୁ ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ନାମାଙ୍କନ ସମୟରେ ଶୋଭାଯାତ୍ରା ହେବ ନାହିଁ । କେବଳ ଗୋଟିଏ ଗାଡିରେ ଯାଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ୨୧ରେ ନାମାଙ୍କନ ଦାଖଲ ସରିବା ପରେ ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏଥି ସହିତ ନାମାଙ୍କନପତ୍ର ଦାଖଲ ଦିନ ଜାନୁଆରୀ ୧୭ ରୁ ୨୫ ଜାନୁଆରୀ ସୁଦ୍ଧା ଯେଉଁ ପ୍ରାର୍ଥୀ ଚାହିଁବେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ  ସେହି ୨୫ ଜାନୁଆରୀରେ  ଚୁଡାନ୍ତ ତାଲିକା ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ:  INS ଚିଲିକାରେ ଆଉ ଜଣେ ଅଗ୍ନିବୀରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ପାଇଁ ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି । ହେଲେ ଏଯାଏଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ପ୍ରବଳ କସରତ। ପଞ୍ଚାୟତ ସ୍ତରରେ ଚଳିତ ଥର ମାଳମାଳ ପ୍ରାର୍ଥୀକୁ ଦେଖି ଉଭୟ ଶାସକ ଓ ବିରୋଧୀ ନେତାଙ୍କ ଅକଲ ଗୁଡୁମ କରିଦେଇଛି। କାହାର ଟିକେଟ କାଟିବେ କାହାର ରଖିବେ ତାହା ଚିନ୍ତା କରିପାରୁନାହାନ୍ତି ନେତା। କାରଣ ପଞ୍ଚାୟତ ସ୍ତରରେ ନେତାଙ୍କ ବହୁ ଘନିଷ୍ଠ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଶାବାନ୍ଧି ବସିଛନ୍ତି। ଏହାରି ମଧ୍ୟରେ ପ୍ରାର୍ଥୀଚୟନକୁ ନେଇ ନେତାମାନେ ଚିନ୍ତାରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଜନଗଣନା-୨୦୨୭ ପାଇଁ ରାଜସ୍ବ ବିଭାଗର SOP ଜାରି, ଗଣନାକାରୀ ସରକାରୀ ପରିଚୟପତ୍ର ପିନ୍ଧିବା ଜରୁରୀ

ପ୍ରାର୍ଥୀ ଚୟନ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି। ବିଜେଡିର ସମର୍ଥନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏହାରି ମଧ୍ୟରେ ପଞ୍ଚାୟତ ସ୍ତରରେ ଟିକେଟ ପାଇଁ ଥିବା ମାଳମାଳ ଆଶାୟୀଙ୍କ ମଧ୍ୟରୁ ସମସ୍ତଙ୍କୁ ବୁଝା ସୁଝା କରି ଦଳକୁ ଟିକେଟ ବାଣ୍ଟିବାକୁ ହେବ। ଅଧିକାଂଶ ଟିକେଟ ଫାଇନାଲ ହୋଇ ସାରିଥିବାବେଳେ ବାକି କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଶୀଘ୍ର ଟିକେଟ ଫାଇନାଲ ହୋଇଯିବ ବୋଲି ବିଜେଡି କହିଛି।  ଅନ୍ୟପଟେ ବିରୋଧୀ ବିଜେପି କହିଛି ସଂରକ୍ଷଣ ତାଲିକା ବଦଳିବାରୁ ପ୍ରାର୍ଥୀ ତାଲିକା ବଦଳାଇବାକୁ ପଡିଲା । ତେବେ ୭୦ ପ୍ରତିଶତ ପ୍ରାର୍ଥୀ ଚୁଡାନ୍ତ ହୋଇ ସାରିଛନ୍ତି , ବାକି ସିଟ ଲାଗି ପଞ୍ଚାୟତ କମିଟିଠୁ ଆରମ୍ଭ କରି ରାଜ୍ୟକମିଟି ଯାଏ ସବୁ ସ୍ତରରେ ଏନେଇ ପ୍ରକ୍ରିୟା ଚାଲିଛି । ସେହିପରି ରାଜ୍ୟର ଆଉ ଏକ ପ୍ରମୁଖ ଦଳ କଂଗ୍ରେସ କହିଛି ପ୍ରାୟ ୮୦ ପ୍ରତିଶତ ଆସନରେ ପ୍ରାର୍ଥୀ ଚୟନ ଶେଷ ହୋଇଛି କାଲି ସୁଦ୍ଧା ସବୁ ଟିକେଟ ବଣ୍ଟା ସରିବ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ। ଆସନ୍ତାକାଲିଠୁ ପାଞ୍ଚ ଦିନ ଧରି ଚାଲିବାକୁ ଥିବା ନାମାଙ୍କନ ଦାଖଲ ପକ୍ରିୟାରେ ୱାର୍ଡ ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀ, ନିଜ ପଞ୍ଚାୟତ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ପଞ୍ଚାୟତରେ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆ ସରିଛି । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଲାଗି ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି ।

ସେହପିରି ଚଳିତ ଥର  ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି । ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ।

16 Jan 2022 By The Sakala

ପଞ୍ଚାୟତ ନିର୍ବାଚନ: ଶୀତୁଆ ପାଗରେ ଗରମ ରାଜନୈତିକ ପରିବେଶ, କାଲିଠୁ ଆରମ୍ଭ ନାମାଙ୍କନ ପତ୍ର ଦାଖଲ

ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତାକାଲିଠୁ ଆରମ୍ଭ ହେବ ନାମାଙ୍କନ ପତ୍ର ଦାଖଲ। ଜାନୁଆରୀ ୧୭ ସୋମବାରରୁ ୨୧ ଶୁକ୍ରବାର ଯାଏଁ ଚାଲିବ ଚାଲିବ ନାମାଙ୍କନ ଦାଖଲ ପ୍ରକ୍ରିୟା । ୱାଡସଭ୍ୟଙ୍କଠାରୁ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ପ୍ରାର୍ଥୀ ନୋମିନେସନ୍ ଭରିବେ । କୋଭିଡ କଟକଣାରେ ନିର୍ବାଚନ ହେଉଥିବାରୁ ନାମାଙ୍କନ ସମୟରେ ଶୋଭାଯାତ୍ରା ହେବ ନାହିଁ । କେବଳ ଗୋଟିଏ ଗାଡିରେ ଯାଇ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ। ୨୧ରେ ନାମାଙ୍କନ ଦାଖଲ ସରିବା ପରେ ୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ଏଥି ସହିତ ନାମାଙ୍କନପତ୍ର ଦାଖଲ ଦିନ ଜାନୁଆରୀ ୧୭ ରୁ ୨୫ ଜାନୁଆରୀ ସୁଦ୍ଧା ଯେଉଁ ପ୍ରାର୍ଥୀ ଚାହିଁବେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ । ଏହାପରେ  ସେହି ୨୫ ଜାନୁଆରୀରେ  ଚୁଡାନ୍ତ ତାଲିକା ପ୍ରକାଶ ପାଇବ।

ଆସନ୍ତାକାଲିଠୁ ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆରମ୍ଭ ପାଇଁ ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି । ହେଲେ ଏଯାଏଁ ପ୍ରାର୍ଥୀ ଚୟନକୁ ନେଇ ଚାଲିଛି ପ୍ରବଳ କସରତ। ପଞ୍ଚାୟତ ସ୍ତରରେ ଚଳିତ ଥର ମାଳମାଳ ପ୍ରାର୍ଥୀକୁ ଦେଖି ଉଭୟ ଶାସକ ଓ ବିରୋଧୀ ନେତାଙ୍କ ଅକଲ ଗୁଡୁମ କରିଦେଇଛି। କାହାର ଟିକେଟ କାଟିବେ କାହାର ରଖିବେ ତାହା ଚିନ୍ତା କରିପାରୁନାହାନ୍ତି ନେତା। କାରଣ ପଞ୍ଚାୟତ ସ୍ତରରେ ନେତାଙ୍କ ବହୁ ଘନିଷ୍ଠ ନିର୍ବାଚନ ମଇଦାନକୁ ଓହ୍ଲାଇବାକୁ ଆଶାବାନ୍ଧି ବସିଛନ୍ତି। ଏହାରି ମଧ୍ୟରେ ପ୍ରାର୍ଥୀଚୟନକୁ ନେଇ ନେତାମାନେ ଚିନ୍ତାରେ ଅଛନ୍ତି।

ପ୍ରାର୍ଥୀ ଚୟନ ଏବେ ରାଜ୍ୟର ତିନି ପ୍ରମୁଖ ଦଳ ପାଇଁ ଏବେ ବଡ଼ ଆହ୍ୱାନ ପାଲଟିଛି। ବିଜେଡିର ସମର୍ଥନରେ ଜିତିବାର ସମ୍ଭାବନା ଅଧିକ ଥିବାରୁ ଆଶାୟୀଙ୍କ ସଂଖ୍ୟା ମଧ୍ୟ ଅଧିକ ରହିଛି। ଏହାରି ମଧ୍ୟରେ ପଞ୍ଚାୟତ ସ୍ତରରେ ଟିକେଟ ପାଇଁ ଥିବା ମାଳମାଳ ଆଶାୟୀଙ୍କ ମଧ୍ୟରୁ ସମସ୍ତଙ୍କୁ ବୁଝା ସୁଝା କରି ଦଳକୁ ଟିକେଟ ବାଣ୍ଟିବାକୁ ହେବ। ଅଧିକାଂଶ ଟିକେଟ ଫାଇନାଲ ହୋଇ ସାରିଥିବାବେଳେ ବାକି କିଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଥିବା ବେଳେ ଶୀଘ୍ର ଟିକେଟ ଫାଇନାଲ ହୋଇଯିବ ବୋଲି ବିଜେଡି କହିଛି।  ଅନ୍ୟପଟେ ବିରୋଧୀ ବିଜେପି କହିଛି ସଂରକ୍ଷଣ ତାଲିକା ବଦଳିବାରୁ ପ୍ରାର୍ଥୀ ତାଲିକା ବଦଳାଇବାକୁ ପଡିଲା । ତେବେ ୭୦ ପ୍ରତିଶତ ପ୍ରାର୍ଥୀ ଚୁଡାନ୍ତ ହୋଇ ସାରିଛନ୍ତି , ବାକି ସିଟ ଲାଗି ପଞ୍ଚାୟତ କମିଟିଠୁ ଆରମ୍ଭ କରି ରାଜ୍ୟକମିଟି ଯାଏ ସବୁ ସ୍ତରରେ ଏନେଇ ପ୍ରକ୍ରିୟା ଚାଲିଛି । ସେହିପରି ରାଜ୍ୟର ଆଉ ଏକ ପ୍ରମୁଖ ଦଳ କଂଗ୍ରେସ କହିଛି ପ୍ରାୟ ୮୦ ପ୍ରତିଶତ ଆସନରେ ପ୍ରାର୍ଥୀ ଚୟନ ଶେଷ ହୋଇଛି କାଲି ସୁଦ୍ଧା ସବୁ ଟିକେଟ ବଣ୍ଟା ସରିବ।

ରାଜ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏଥର ୮୫୩ ଜିଲ୍ଳାପରିଷଦ, ୬୭୯୩ ସରପଞ୍ଚ, ୬୭୯୩ ସମିତିସଭ୍ୟ ଏବଂ ୯୧,୯୧୬ ଓ୍ବାର୍ଡ ସଭ୍ୟ ପଦବୀ ଲାଗି ନିର୍ବାଚନ ହେବ। ଆସନ୍ତାକାଲିଠୁ ପାଞ୍ଚ ଦିନ ଧରି ଚାଲିବାକୁ ଥିବା ନାମାଙ୍କନ ଦାଖଲ ପକ୍ରିୟାରେ ୱାର୍ଡ ସଭ୍ୟ ଏବଂ ସରପଞ୍ଚ ପ୍ରାର୍ଥୀ, ନିଜ ପଞ୍ଚାୟତ ଅଫିସରେ ପ୍ରାର୍ଥୀ ପତ୍ର ଦାଖଲ କରିବେ । ସମିତି ସଭ୍ୟ ପ୍ରାର୍ଥୀ ବ୍ଲକ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିବେ । ଉପଜିଲ୍ଲାପାଳଙ୍କ ଅଫିସରେ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ ଦାଖଲ କରିବେ । ପଞ୍ଚାୟତରେ ଦାୟିତ୍ବରେ ଥିବା ନୋଡାଲ ଅଫିସରଙ୍କୁ ପ୍ରଶିକ୍ଷଣ ଦିଆ ସରିଛି । ଅନ୍ୟପଟେ ନାମାଙ୍କନ ପତ୍ର ଦାଖଲ ଓ ଯାଞ୍ଚ ଲାଗି ବ୍ଲକ ସ୍ତରରେ ପ୍ରଶାସନିକ ପ୍ରସ୍ତୁତି ସରିଛି ।

ସେହପିରି ଚଳିତ ଥର  ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି । ଯଦି କୌଣସି ପ୍ରାର୍ଥୀ ଭୁଲ ତଥ୍ୟ ଦେଇଥିବେ ତେବେ ତାଙ୍କୁ ୬ ମାସ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ମଧ୍ୟ ହେବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର